ରାଜ୍ୟରେ ଭଲ ବର୍ଷା ହେବା ସମ୍ବାବନା
ଆସୁଥିବା ଦୁଇ ସପ୍ତାହ ରାଜ୍ୟର ସମସ୍ତ ଅଂଚଳରେ ଭଲ ବର୍ଷା ହେବାର ସୂଚନା ଦେଇଛି ପାଣିପାଗ ବିଭାଗ

ଆସୁଥିବା ଦୁଇ ସପ୍ତାହ ରାଜ୍ୟର ସମସ୍ତ ଅଂଚଳରେ ଭଲ ବର୍ଷା ହେବାର ସୂଚନା ଦେଇଛି ପାଣିପାଗ ବିଭାଗ । ରାଜ୍ୟର ଗୋଟିଏ ପଟେ ମୈାସୁମୀ ସକ୍ରିୟ ରହିଛି । ଗତକାଲିର ଘୁର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ଓଡିଶା ଉପକୂଳ ସମୁଦ୍ରରେ ଆଜି ସକାଳେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବ । ବର୍ଷାର ପ୍ରଭାବ କମିଲାବେଳକୁ ଆଉ ଏକ ବର୍ଷାର ସମ୍ବାବନା ରହିଛି । ପାଣିପାଗ ବିଭାଗ ସୂଚନା ମୁତାବକ ଆସନ୍ତାକାଲି ଠାରୁ ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ବରଗଡ, ବୌଦ୍ଧ, ସୁବର୍ଣ୍ଣପୁର ଓ ସମ୍ବଲପୁର ଓ ଆଦି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ସମ୍ବାବନା ରହିଛି । ଏହି ସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ରାୟଗଡା, ଗଜପତି, ଗଞ୍ଜାମ, ଅନୁଗୁଳ, ନୟାଗଡ, କଟକ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ବାବନା ରହିଥିବାରୁ ଏଠାରେ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି । ୨୨ତାରିଖ ଦିନ ବରଗଡ, ଝାରସୁଗୁଡା, ସମ୍ବଲପୁର, ନୂଆପଡା, ମାଲକାନାଗିରି,କୋରାପୁଟ ଓ ନବରଙ୍ଗପୁର ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ସୋନପୁର, ବୌଦ୍ଧ ଜିଲ୍ଲାରେ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି ।