ପାରାଦୀପ ଆସୁଛନ୍ତି ଅମିତ ଶାହା

୬ ରେ ପାରାଦୀପ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ଗୃହମନ୍ତ୍ରୀ ଅମିତ ସାହା ଲୋକାର୍ପଣ କରିବେ ଇଫକୋ ର ୭ ଶହ କୋଟି ଟଙ୍କାର ପ୍ରକଳ୍ପ

ପାରାଦୀପ ଆସୁଛନ୍ତି ଅମିତ ଶାହା

ପାରାଦୀପ  : ଆସନ୍ତା କାଲି ଶୁକ୍ରବାର ଅର୍ଥାତ ୬ ତାରିଖ ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ପାରାଦୀପ ଗ୍ରସ୍ତରେ ଆସୁଛନ୍ତି। ଏହି ଅବସରରେ ପାରାଦୀପ ରେ ପ୍ରତିଷ୍ଠିତ ସୁନାମାଧନ୍ୟ ସାର କାରଖାନା ଇଫକୋ କମ୍ପାନୀ ପରିସରରେ ଏକ ୭ ଶହ କୋଟି ଟଙ୍କାର ସଲଫୁରିକ ଏସିଡ ପ୍ଲାଣ୍ଟ-୩ ପ୍ରକଳ୍ପ ର ଲୋକାର୍ପଣ କରିବେଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରା ଯାଇଛି। ଶୁକ୍ରବାର ଶ୍ରୀ ଶାହା ପାରାଦୀପ ଇଫକୋ ପରିସରରେ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଅବତରଣ କରିବା ପରେ କମ୍ପାନୀ ମଧ୍ୟରେ ଥିବା ନୂତନ ୭୦୦ କୋଟି ଟଙ୍କାର ଏସଏପି ( ସଲଫ୍ୟୁରିକ ଏସିଡ ) ପ୍ଲାଣ୍ଟ – ୩ ର ଶୁଭ ଉଦ୍‌ଘାଟନ କରି ଲୋକର୍ପଣ କରିବେ

ତେବେ ଏହି ପ୍ଲାଣ୍ଟ ହେବା ଦ୍ୱାରା ଓଡିଶା ରେ ଚାଷୀ ଭାଇ ଙ୍କ ଉନ୍ନତି ରେ ବିଶେଷ ସହାୟକ ହେବ ବୋଲି ପାରାଦୀପ ମୁଖ୍ୟ ପ୍ରଦୀପ ମହାପାତ୍ର କହିଛନ୍ତି । ଏହା ସହ ଇଫକୋ କମ୍ପାନୀ ମଧ୍ୟରେ ଥ‌ିବା ଷ୍ଟାଡିୟମରେ ଆୟୋଜିତ ଏକ ସାଧାରଣ ସଭାକୁ ଉଦ୍‌ବୋଧନ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

ଏହି କାର୍ଯ୍ୟକ୍ରମ ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଙ୍କ ସମେତ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ଓ ପାରାଦୀପ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ , ହସ୍ତତନ୍ତୁ ଓ ବସ୍ତ୍ର ରାଜ୍ୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଙ୍କ ସମେତ ଶ୍ରୀ ଜଗତସିଂପୁର ବିଧାୟକ ଅମରେନ୍ଦ୍ର ଦାସ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ମଧ୍ୟ ଯୋଗ ଦେଇ ପାରନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏଥ‌ିପାଇଁ ଜଗତସିଂହପୁର ଜିଲ୍ଲାପାଳ ଓ ଏସପି କମ୍ପାନୀ ମଧ୍ୟରେ କାର୍ଯ୍ୟକ୍ରମର ପ୍ରାକ୍ ସମୀକ୍ଷା କରି ଫେରିବା ସହ ସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତି ହେବା ସହ ଇଫକୋ କମ୍ପାନୀ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯାୟ ରେ ପହଞ୍ଚିଛି ବୋଲି ଇଫକୋ ର ଲୋକସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା ସୂଚନା ଦେଇଛନ୍ତି