ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳର ନାଁ

ବର୍ତ୍ତମାନ ଏହା ମା' ମାଣିକେଶ୍ୱେରୀ ବିଦ୍ୟାଳୟ, ଭବାନୀପାଟଣା ନାମରେ ପରିଚିତ ହେବ ।

ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳର ନାଁ

ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳର ନାଁ । ବର୍ତ୍ତମାନ ଏହା ମା' ମାଣିକେଶ୍ୱେରୀ ବିଦ୍ୟାଳୟ, ଭବାନୀପାଟଣା ନାମରେ ପରିଚିତ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।

ସୂଚନା ଅନୁସାରେ ମୋଟ୍ ୫୦ କଲେଜକୁ ନେଇ ୨୦୨୦ରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ନଭେମ୍ବର ପହିଲା କଳାହାଣ୍ତି ଗସ୍ତ ସମୟରେ ଏହି ବିଶ୍ୱବିଦ୍ୟାଳୟର ନାମକୁ ମାଣିକେଶ୍ୱେରୀଙ୍କ ନାଁରେ ପରିବର୍ତ୍ତନ କରିବା ନେଇ ଘୋଷଣା କରିଥିଲେ । ଯାହା ଆଜିଠୁ ଲାଗୁ କରାଯାଇଛି, ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ମୋଟ୍ ୫୦ଟି କେଲଜକୁ ନେଇ ୨୦୨୦ ମସିହା ସେପ୍ଟେମ୍ବର ମାସରେ କଳାହାଣ୍ତି ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା କରାଯାଇଥିଲା । ଯାହାର ନାଁ ଆଜି ବିଧିବଦ୍ଧ ଭାବେ ଉଚ୍ଚଶିକ୍ଷା ବିଭାଗର ପରିବର୍ତ୍ତନ କରାଯାଇଛି ।