ରାଜଭବନ ଉଦ୍ୟାନ ବୁଲିବା ପାଇଁ ଆପ୍ରେ କରିବାକୁ ପଡିବ ପଞ୍ଜୀକରଣ
ଆସନ୍ତା ୬ ତାରିଖରୁ ଝଲସିବ ରାଜଭବନ ଉଦ୍ୟାନ। ଜାନୁଆରୀ ୨୦ ତାରିଖ ଯାଏଁ ୧୪ ଦିନ ଧରି ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଅପରାହ୍ଣ ୨ଟା ୩୦ରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ।

ଆସନ୍ତା ୬ ତାରିଖରୁ ଝଲସିବ ରାଜଭବନ ଉଦ୍ୟାନ। ଜାନୁଆରୀ ୨୦ ତାରିଖ ଯାଏଁ ୧୪ ଦିନ ଧରି ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଅପରାହ୍ଣ ୨ଟା ୩୦ରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ରଙ୍ଗିନ ଫୁଲର ସମ୍ଭାରରେ ଝଲସିବ ରାଜଭବନ ଉଦ୍ୟାନ।
ଲାଲ୍ ଗୋଲାପରୁ ଆରମ୍ଭ କରି ବିଭିନ୍ନ ଫୁଳର ଆସର ଜମିବ ଉଦ୍ୟାନରେ। ଦର୍ଶକଙ୍କୁ ଆକର୍ଷିତ କରିବ ୫୦୦ରୁ ଊଦ୍ଧ୍ୱର୍ କିସମର ଭଳି କି ଭଳି ଫୁଲର ସମ୍ଭାର।
ୱାଟର୍ ଫାଉଣ୍ଟେନ, ମ୍ୟୁଜିକାଲ ଫାଉଣ୍ଟେନ୍, ଗୋଲାପ ଉଦ୍ୟାନ, ହରିଣ ପାର୍କ, ମୟୂର ଏବଂ ସର୍ବୋପରି ଉଦ୍ୟାନର ସବୁଜିମା ପରିଦର୍ଶକମାନଙ୍କୁ ବିଶେଷ ଭାବରେ ଆକର୍ଷଣ କରିବ। ବିଭିନ୍ନ କିସମର ଗୋଲାପ ସାଙ୍ଗକୁ ସାଲ୍ଭିଆ, ଡାଲିଆ, ସେବତି, ଅର୍କିଡ୍ ହାଉସ୍ ଓ କାକ୍ଟସ୍ ହାଉସ୍ ସାଙ୍ଗକୁ ମ୍ୟୁଜିକ୍ ଫାଉଣ୍ଟେନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ। ଉଦ୍ୟାନରେ ପୁଷ୍ପ ପ୍ରଦର୍ଶନୀ ଦେଖିବା ପାଇଁ ସ୍କୁଲ କଲେଜର ପିଲାଙ୍କଠାରୁ ଆରମ୍ଭ କରି ଲୋକମାନେ ପରିବାର ସହ ଆସିବେ। ଫୁଲ ସହ ବିଭିନ୍ନ ଔଷଧୀୟ ଗଛ ସମ୍ପର୍କରେ ତଥ୍ୟ ପାଇବାର ସୁଯୋଗ ମିଳିବ।
ତେବେ କେବଳ ମୋବାଇଲ୍ ଆପ୍ ପଞ୍ଜୀକରଣ ମାଧ୍ୟମରେ ପ୍ରବେଶ ଅନୁମତି ରହିବ। ଏଥିପାଇଁ ମୋବାଇଲ ପ୍ଲେ ଷ୍ଟୋର କିମ୍ବା ଆପ୍ ଷ୍ଟୋରରୁ 'ଉଦ୍ୟାନ ପରିଦର୍ଶନ, ରାଜଭବନ, ଓଡ଼ିଶା ମୋବଇଲ ଆପ୍' ଡାଉନ୍ଲୋଡ୍ କରିବାକୁ ହେବ। ଓଡ଼ିଶା ରାଜଭବନ ୱେବସାଇଟ୍ରେ ଉପଲବ୍ଧ ଥିବା କ୍ୟୁଆର କୋଡ୍ ମାଧ୍ୟମରେ ମୋବାଇଲ ଆପ୍ ମଧ୍ୟ ଡାଉନ୍ଲୋଡ୍ କରାଯାଇପାରିବ। ସ୍କୁଲ ଛାତ୍ରଛାତ୍ରୀଙ୍କ ନିମନ୍ତେ ସକାଳ ସମୟ ସ୍ଥିର ହୋଇଥିବା ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି।