ପାରାଦୀପ ରେ ଜାତୀୟ ପ୍ରେସ ଦିବସ ପାଳିତ

ପାରାଦୀପ କାର୍ଯ୍ୟରତ ସାମ୍ବାଦିକ ଙ୍କ ପକ୍ଷରୁ ଜାତୀୟ ପ୍ରେସ ଦିବସ ମହାସମାରୋହରେ ପାଳିତ 

ପାରାଦୀପ ରେ ଜାତୀୟ ପ୍ରେସ ଦିବସ ପାଳିତ

ପାରାଦୀପ - ନଭେମ୍ବର ୧୬ ଜାତୀୟ ପ୍ରେସ ଦିବସ ଅବସରରେ ପାରାଦୀପ ର କାର୍ଯ୍ୟରତ ସାମ୍ବାଦିକ ଙ୍କ ପକ୍ଷରୁ ରବିବାର ଦିନ ଏହି ଦିବସକୁ ମହାସମାରୋହରେ ପାଳନ କରାଯାଇଥିଲା l ସକାଳେ ଆଦର୍ଶ ଥାନା ନିକଟସ୍ଥ ପ୍ରେସ ଗ୍ୟାଲେରୀ କୁ ଫୁଲରେ ସଜାଯାଇ ଉପସ୍ଥିତ ସାମ୍ବାଦିକ ମାନେ ପରସ୍ପର ମଧ୍ୟରେ ପ୍ରେସ ଦିବସର ଅଭିନନ୍ଦନ ଜଣାଇଥିଲେ l

ଏହାପରେ ପୂର୍ବାହ୍ନ ୧୧ ଟା ସମୟରେ ସ୍ଥାନୀୟ ପୋର୍ଟ କ୍ଲବ ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ସାମ୍ବାଦିକ ଶଶାଙ୍କ ଶେଖର ଆଚାର୍ଯ୍ୟ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ଶୁକଦେବ ଜେନା, ମନୋଜ ଦାସ, ରତ୍ନାକର ଜେନା ପ୍ରମୁଖ ଉପସ୍ଥିତ ରହି ପ୍ରେସ ଦିବସ ପାଳନର ଉଦ୍ଦେଶ୍ୟ, ସାମ୍ବାଦିକ ମାନଙ୍କ ଭୂମିକା ଉପରେ ଆଲୋକପାତ କରି ସାମ୍ବାଦିକ ମାନଙ୍କ ସାମୁହିକ ଏକତ୍ରିକରଣ ଉପରେ ଗୁରୁତ୍ୱାରୋପ କରିଥିଲେ l ଶେଷରେ ସାମ୍ବାଦିକା ସଂଘମିତ୍ରା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ସନ୍ତୋଷ ଭାରତୀ,ବିବେକାନନ୍ଦ ରାଉତ, ରାକେଶ ପଟ୍ଟନାୟକ, ପ୍ରଭାକର ସାହୁ, ତ୍ରିଲୋଚନ ମହାପାତ୍ର, ସଦାନନ୍ଦ ବେହେରା ପ୍ରମୁଖ ସଫଳତାର ସହ ପରିଚାଳନା କରିଥିବା ବେଳେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ l