ଗଜପତି ପରେ ରାୟଗଡା ଜିଲ୍ଲାରେ ପ୍ରବେଶ କଲା ମହାରାଷ୍ଟ୍ରରୁ ଆସିଥିବା ମହାବଳ, ବନ ବିଭାଗର ସତର୍କତା

ମହାରାଷ୍ଟ୍ର ଜଙ୍ଗଲରରୁ ପଳାଇ ଆସିଥିବା ମହାବଳ ବାଘର ଗଜପତି ଜିଲ୍ଲା ପରେ ରାୟଗଡ଼ାରେ ଦୃଶ୍ୟମାନ ହୋଇଛି

ଗଜପତି ପରେ ରାୟଗଡା ଜିଲ୍ଲାରେ ପ୍ରବେଶ କଲା ମହାରାଷ୍ଟ୍ରରୁ ଆସିଥିବା ମହାବଳ, ବନ ବିଭାଗର ସତର୍କତା

ମହାରାଷ୍ଟ୍ର ଜଙ୍ଗଲରରୁ ପଳାଇ ଆସିଥିବା ମହାବଳ ବାଘର ଗଜପତି ଜିଲ୍ଲା ପରେ ରାୟଗଡ଼ାରେ ଦୃଶ୍ୟମାନ ହୋଇଛି । ମହାବଳ ବାଘଟି ମହାରାଷ୍ଟ୍ରର ଚନ୍ଦ୍ରପୁର ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନରୁ ଆସି ଗଜପତି ଜିଲ୍ଲାରେ ବୁଲୁଥିବା ବେଳେ ଏବେ ରାୟଗଡ଼ା ଜଙ୍ଗଲକୁ ଯାଇଥିବା ବନ ବିଭାଗ ଅନୁମାନ କରୁଛି । ଗତକାଲି ସଂନ୍ଧ୍ୟାରେ ମହାବଳ ଆର.ଉଦୟଗିରି ସୀମା ଅତିକ୍ରମ କରି ରାୟଗଡାରେ ପ୍ରବେଶ କରିଥିବା ନେଇ ଗୁଣୁପୁର ରେଞ୍ଜକୁ ସତର୍କ କରି ଦିଆଯାଇଛି ।

ଗଜପତି ଓ ରାୟଗଡ଼ା ସୀମାରେ ପାଟ୍ରୋଲିଂକୁ ବଢାଇବା ସହ ଲୋକଙ୍କୁ ସତର୍କ କରୁଛି ବନ ବିଭାଗ । ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ସହ ଜଙ୍ଗଲକୁ ନଯିବାକୁ ପରାମର୍ଶ ଦିଆଯାଇଛି । ସ୍ଥାନୀୟ ଅଞ୍ଚଳରେ ଲୋକ ଆତଙ୍କିତ ହୋଇପଡ଼ିଥିବାବେଳେ ବାଘ ଉପରେ ନଜର ରଖିଛି ସ୍ବତନ୍ତ୍ର ଟିମ୍ । ବାଘର ପାଦଚିହ୍ନ ଓ ଟ୍ରାପ କ୍ୟାମେରା ଫୁଟେଜ ଡେରାଡୁନ ସ୍ଥିତ ଜାତୀୟ ବନ୍ୟଜୀବ ବିଭାଗକୁ ପଠାଯାଇଥିଲା । ବୁଲୁଥିବା ବାଘ ପୁରୁଷ ବାଘ ବୋଲି ଜଣାପଡିଛି ।

ମହାବଳ ବାଘଟି ମହାରାଷ୍ଟ୍ର ଚନ୍ଦ୍ରପୁର ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନରୁ ଆସିଥିବା ଜଣାପଡିଛି । ୨୦୨୧ ମସିହାରେ ଏହା ସେଠାକାର କ୍ୟାମେରା ଟ୍ରାପରେ ଆସିଥିଲା । ବାଘଟି ୪ଟି ରାଜ୍ୟର ପାଖାପାଖି ୭୫୦ କିଲୋମିଟର ଅତିକ୍ରମ କରି ଓଡ଼ିଶାରେ ପହଞ୍ଚିଛି । ପ୍ରଥମେ ଛତିଶଗଡ଼, ଏହା ପରେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଦେଇ ଓଡ଼ିଶାରେ ପହଞ୍ଚିଛି ।