ନମସ୍ତେ ପ୍ରିୟବନ୍ଧୁ କାର୍ଯ୍ୟକ୍ରମ
ଜଗତସିଂହପୁର ଜିଲ୍ଲାର ପ୍ରିୟବନ୍ଧୁ ସାରସ୍ୱତ ଏକାଡେମୀ ପକ୍ଷରୁ କୁଜଙ୍ଗ ସ୍ଥିତ ନ୍ୟାସନାଲ ସ୍କୁଲ ପରିସରରେ ' ନମସ୍ତେ ପ୍ରିୟବନ୍ଧୁ ' କାର୍ଯ୍ୟକ୍ରମ ଅନୁଷ୍ଠିତ
କୁଜଙ୍ଗ 16/11 ଜଗତସିଂହପୁର ଜିଲ୍ଲାର ପ୍ରିୟବନ୍ଧୁ ସାରସ୍ୱତ ଏକାଡେମୀ ପକ୍ଷରୁ କୁଜଙ୍ଗ ସ୍ଥିତ ନ୍ୟାସନାଲ ସ୍କୁଲ ପରିସରରେ ରବିବାର ଏକ ସ୍ୱତନ୍ତ୍ର ପୂଜ୍ୟପୂଜାରେ ' ନମସ୍ତେ ପ୍ରିୟବନ୍ଧୁ ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଚତୁର୍ଥ ସଂସ୍କରଣରେ ବିଶିଷ୍ଟ ଶିକ୍ଷାବିତ ଓ ସଂଗ୍ରାମୀ ସାଥୀ ବାବୁରାମ ଚୌଧୁରୀଙ୍କୁ ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିଲା l ଏହି ଅଭିନବ କାର୍ଯ୍ୟକ୍ରମରେ କୁଜଙ୍ଗର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ବାବୁରାମଙ୍କ ସେବା ଜୀବନ ଆରମ୍ଭ ଓ ପରିଣତ ବୟସରେ ବି ସେ ହାରିଯାଇ ନଥିବା ଆଲୋଚନା କରିଥିଲେ l ଜଣଙ୍କ ମୃତ୍ୟୁ ପରେ ତାଙ୍କ ଅବର୍ତ୍ତମାନରେ ଯେପରି ଭବ୍ୟ ସଭା ଅନୁଷ୍ଠିତ ହୁଏ ହେଲେ ସେ ବ୍ୟକ୍ତି ଉପସ୍ଥିତ ନଥାଏ l କିନ୍ତୁ ଜଣେ ସାଧକ ମଣିଷର ଜୀବନକାଳ ମଧ୍ୟରେ ଯଦି ସେପରି ସଭାଟିଏ ତାଙ୍କ ଉପସ୍ଥିତରେ ଆୟୋଜନ କରାଯାଇ ସମ୍ବର୍ଦ୍ଧନା ଦିଆଗଲା , ତାହାହିଁ ତାଙ୍କ ପାଇଁ ଶ୍ରେଷ୍ଠ ପୁରସ୍କାର , ଯାହା ଆଜିର ନମସ୍ତେ ପ୍ରିୟବନ୍ଧୁ କାର୍ଯ୍ୟକ୍ରମରେ ସମ୍ଭବ ହୋଇଛି ବୋଲି ସଭାସଦମାନେ ମତ ଦେଇଥିଲେ l

ପ୍ରିୟବନ୍ଧୁ ଅଧ୍ୟକ୍ଷ ଡକ୍ଟର ରଘୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବରୁ ନମସ୍ତେ ପ୍ରିୟବନ୍ଧୁ ସମ୍ମାନିତ ହୋଇଥିବା ଛୟାନବେ ବର୍ଷିୟ ଶିକ୍ଷାବିତ ନିଶାକର ମୁଦୁଲି ,ସରୋଜ କୁମାର ବେହେରା , ଡକ୍ଟର ଗଙ୍ଗାଧର ସାମନ୍ତରାୟ , ସୁଧାକର ବିଶ୍ୱାଳ ଡକ୍ଟର କେଶବ ଚନ୍ଦ୍ର ଦଳେଇ , ସାମ୍ବାଦିକ ଦୁଷ୍ମନ୍ତ ମାଝୀ , ଶିକ୍ଷାବିତ ବିଭୁତି ଭୂଷଣ ଦାସ , ନଗେନ୍ଦ୍ରନାଥ ସ୍ୱାଇଁ , ପ୍ରିୟମ୍ବଦା ପାଣି ମନୋରମା ଖଟୁଆ , ଧୀରେନ୍ଦ୍ର ସ୍ୱାଇଁ ଓ ଜାନକୀ ମହାରଥା ପ୍ରମୁଖ ବାବୁରାମଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ l କବି ପ୍ରଭାତୀ ମାଝୀ ଓ ରୁନିବାଳା ମଲିକଙ୍କ ସଂଯୋଜନାରେ କବିତା ପାଠୋତ୍ସବରେ କବି ଗୌରହରି ବାରିକ ,ବିଜୟ ଖଟେଇ ,ମଞ୍ଜୁଶ୍ରୀ ପ୍ରଧାନ ,ଗୀତା ଦାସ , ନିରଞ୍ଜନ ରାଉତ ,ସୁବାଷ ସାମନ୍ତରାୟ ,ମୀରାଙ୍ଗିନି ଦାସଙ୍କ ସମେତ ତିରିଶରୁ ଉର୍ଦ୍ଧ କବି କେବଳ ବାବୁରାମଙ୍କ ଆଦର୍ଶକୁ ନେଇ କବିତା ପାଠ କରିଥିଲେ l ସଭାରେ ବାବୁରାମଙ୍କୁ ମାନପତ୍ର ,ଉପଢ଼ୋକନ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ରାଧା ଓ ସୁଇଟ କୁନି ଝିଅ ନୃତ୍ୟ ପରିବେଷଣ କରିଥିଲେ l ନ୍ୟାସନାଲ ସ୍କୁଲ ଭାଇସ ପ୍ରିନସିପାଲ ସଞ୍ଜୟ ଓଝା ଧନ୍ୟବାଦ ପ୍ରଦାନ କରିଥିଲେ l








