ଓଏଏସ୍ ସ୍ତରରେ ଅଦଳବଦଳ

ବରିଷ୍ଠ ଓଏଏସ୍ ଅଫିସର ଘାସିରାମ ମୁର୍ମୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଅତିରିକ୍ତ କମିଶନର ଭାବେ ନିଯୁକ୍ତି ପାଇଛନ୍ତି

ଓଏଏସ୍ ସ୍ତରରେ ଅଦଳବଦଳ

ବରିଷ୍ଠ ଓଏଏସ୍ ଅଫିସର ଘାସିରାମ ମୁର୍ମୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଅତିରିକ୍ତ କମିଶନର ଭାବେ ନିଯୁକ୍ତି ପାଇଛନ୍ତି । ଓଏଏସ୍ ଅଫିସର ସ୍ତରରେ ଅଦଳବଦଳରେ ତାଙ୍କୁ ମିଳିଛି ଏହି ଦାୟିତ୍ୱ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଥିବାବେଳେ ତାଙ୍କ ସ୍ଥାନରେ କେନ୍ଦୁଝରରେ ପ୍ରକଳ୍ପ ନିର୍ଦ୍ଦେଶକ(ଡିୟୁଡିଏ) ଭାବେ କାର୍ୟ୍ୟରତ ବରିଷ୍ଠ ଓଏଏସ୍ ଘାସିରାମ ମାଝୀଙ୍କୁ ବିଏମସି ଅତିରିକ୍ତ କମିଶନର ଭାବେ ବଦଳି ହୋଇଛି । ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ସୁବ୍ରତ କୁମାର ପଣ୍ଡାଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଓ ବଲାଙ୍ଗିର ପ୍ରକଳ୍ପ ନିର୍ଦ୍ଦେଶକ(ଡିୟୁଡିଏ) ସୁଦର୍ଶନ ସଏଙ୍କୁ ବୁର୍ଲା ଭୀମସାର ରେଜିଷ୍ଟ୍ରାର(ପ୍ରଶାସନ) ଭାବେ ବଦଳି ହୋଇଛି ।

ବୁର୍ଲା ଭୀମସାରରେ ରେଜିଷ୍ଟ୍ରାର ଦାୟିତ୍ୱରେ ଥିବା ପ୍ରଫୁଲ୍ଲ କୁଜୁରଙ୍କୁ ବଲାଙ୍ଗୀର ପ୍ରକଳ୍ପ ନିର୍ଦ୍ଦେଶକ(ଡିୟୁଡିଏ) ଓ କୋରାପୁଟ ଜିଲ୍ଲା ଦଶମନ୍ତପୁର ତହସିଲଦାର ଅଜୟ ପ୍ରକାଶ ତିର୍କୀଙ୍କୁ କଳାହାଣ୍ଡିର ଧର୍ମଗଡ଼ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି । ଅନ୍ୟପକ୍ଷରେ ବିନିକା ବିଡିଓ ବ୍ୟାସଦେବ ବେହେରାଙ୍କ ବଦଳିକୁ ବାତିଲ କରାଯାଇଛି ।