ସିକିମ୍ରେ ବାଦଲଫଟା ବର୍ଷା

ଉତ୍ତର ସିକିମ୍ରେ ହୋଇଥିବା ବାଦଲ ଫଠା ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ବନ୍ୟାରେ ୨୩ ସେନା ନିଖୋଜ ହୋଇଯାଇଛନ୍ତି। ଏହି କାରଣରୁ ଉପତ୍ୟକାର କିଛି ସାମରିକ ପ୍ରତିଷ୍ଠାନ ପ୍ରଭାବିତ ହୋଇଛି। ଚୁଙ୍ଗଥାଙ୍ଗ ଡ୍ୟାମରୁ ଜଳ ଛାଡିବା ହେତୁ ହଠାତ୍ ଜଳ ସ୍ତର ୧୫-୨୦ ଫୁଟ ଉଚ୍ଚକୁ ବୃଦ୍ଧି ପାଇଥିଲା ।
ପରିସ୍ଥିତି ବିଷୟରେ ସୂଚନା ପ୍ରଦାନ କରି ପ୍ରତିରକ୍ଷା PRO କହିଛି ଯେ ଚୁଙ୍ଗଥାଙ୍ଗ ଡ୍ୟାମରୁ ଜଳ ମୁକ୍ତ ହେବା କାରଣରୁ ହଠାତ୍ ଜଳସ୍ତର ବୃଦ୍ଧି ପାଇଥିଲା। କୁହାଯାଉଛି ଯେ ସିଙ୍ଗତାମ ନିକଟ ବରଦାଙ୍ଗରେ ପାର୍କିଂ ହୋଇଥିବା ସେନା ଗାଡି ବନ୍ୟାରେ ଭାସି ଯାଇଥିଲା । ଏଥିରେ ୨୩ ଜଣ ସେନା କର୍ମଚାରୀ ନିଖୋଜ ଅଛନ୍ତି। ଏନେଇ ସର୍ଚ୍ଚ ଅପରେସନ ଜାରି ରହିଛି। ଏହା ବ୍ୟତୀତ କିଛି ଗାଡି କାଦୁଅରେ ବୁଡ଼ିଯିବାର ଖବର ମଧ୍ୟ ରହିଛି।