ଏଥର ମଦ ପିଇ ଗାଡ଼ି ଚଳାଇଲେ ଆଉ ତ୍ରାହି ନାହିଁ : ସିଧା ଜେଲ୍ ଯିବେ ଡ୍ରାଇଭର

ସୂଚନା ଦେଲେ ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର

ଏଥର ମଦ ପିଇ ଗାଡ଼ି ଚଳାଇଲେ ଆଉ ତ୍ରାହି ନାହିଁ : ସିଧା ଜେଲ୍ ଯିବେ ଡ୍ରାଇଭର

ଏଥର ମଦ ପିଇ ଗାଡ଼ି ଚଳାଇଲେ ଆଉ ତ୍ରାହି ନାହିଁ :

ସିଧା ଜେଲ୍ ଯିବେ ଡ୍ରାଇଭର

ସୂଚନା ଦେଲେ ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର

ମଦ ପିଇ ଗାଡ଼ି ଚଳାଇଲେ ସିଧା ଜେଲ୍ ଯିବେ ଡ୍ରାଇଭର । ମଦୁଆ ଡ୍ରାଇଭର(Drunk driver)ଙ୍କୁ ସାବାଡ଼ କରିବାକୁ ଆଜିଠାରୁ ଏହି ବଡ଼ ଅଭିଯାନ ଆରମ୍ଭ କରିଛି ପରିବହନ ବିଭାଗ । ଏହି ସୂଚନା ଦେଇଛନ୍ତି ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର । ସେ କହିଛନ୍ତି, ଅପରାହ୍ନ ୩ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଚେକିଂ କଡ଼ାକଡ଼ି ହେବ । ଧରାପଡ଼ିଲେ କେବଳ ଜରିମାନା ଆଦାୟ କରାଯିବ ନାହିଁ ବରଂ ଆଇନ୍‌ ଉଲ୍ଲଂଘନକାରୀଙ୍କୁ ଜେଲ୍ ପଠାଇ ଦିଆଯିବ ।

ଏନେଇ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ପରିବହନ ବିଭାଗର କଡ଼ା ଆଭିମୁଖ୍ୟ ରଖିଥିବା ସେ ସୂଚନା ଦେଇଛନ୍ତି । ଏପ୍ରିଲ ପ୍ରଥମ ସପ୍ତାହକୁ ‘ଜିରୋ କାଜୁଆଲିଟି’ ସପ୍ତାହ ରୂପେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ...

ସୂଚନାଯୋଗ୍ୟ ରାଜ୍ୟରେ ସଡକ ଦୁର୍ଘଟଣା ହ୍ରାସ ପାଇଁ ସରକାରଙ୍କ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଉଛି । ବିଶେଷକରି ଦ୍ରୁତଗତିରେ ଗାଡି ଚଳାଉଥିବା ଓ ମଦ ପିଇ ଗାଡି ଚଳାଉଥିବା ଡ୍ରାଇଭରମାନଙ୍କୁ ଧରି ସେମାନଙ୍କ ଲାଇସେନ୍ସ ରଦ୍ଦ ସହିତ ଆର୍ଥିକ ଦଣ୍ଡ ମଧ୍ୟ ଲଗାଯାଉଛି । ଦୁର୍ଘଟଣାପ୍ରବଣ ରାସ୍ତାରେ ରାଜପଥ ପାଟ୍ରୋଲିଂକୁ କଡାକଡି କରାଯାଉଛି । ତଥାପି ସୁଧୁରୁ ନାହାନ୍ତି ଲୋକେ ।

ରାଜ୍ୟରେ ବଢ଼ିବାରେ ଲାଗିଛି ସଡକ ଦୁର୍ଘଟଣା ଓ ଏଥି ଜନିତ ମୃତ୍ୟୁ ସଂଖ୍ୟା। ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟାକୁ ରୋକିବା ପାଇଁ ଜାରି ହୋଇଛି ସ୍ୱତନ୍ତ୍ର ମାର୍ଗଦର୍ଶିକା। ରାଜ୍ୟ ପରିବହନ କର୍ତ୍ତୃପକ୍ଷ ବା STAଙ୍କ ପକ୍ଷରୁ ଜାରି ହୋଇଛି SOP।


ଏପ୍ରିଲ ପହିଲାରୁ 7ତାରିଖ ଅର୍ଥାତ ଏପ୍ରିଲ ପ୍ରଥମ ସପ୍ତାହରେ କଡାକଡି ଲାଗୁ ହେବ ମାର୍ଗଦର୍ଶିକା। ରାଜ୍ୟରେ ଏପ୍ରିଲ ପ୍ରଥମ ସପ୍ତାହକୁ ଦୁର୍ଘଟଣା ଜନିତ ଶୁନ୍ୟ ମୃତ୍ୟୁ ସପ୍ତାହ ବା ଜିରୋ ଫେଟାଲିଟି ଉଇକ ଭାବେ ପାଳନ କରାଯିବ। ଟ୍ରାଫିକ ନିୟମ ଉଲଂଘନକାରି ଓ ମଦ୍ୟପ ଚଲାକଙ୍କ ଉପରେ ରହିବ ତୀକ୍ଷ୍ଣ ନଜର। ବଡ଼ ଅଙ୍କର ଜରିମାନା ସହ ଜେଲଦଣ୍ଡ ଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


2021 ତୁଳନାରେ 2022ରେ ଏହି ହାର ଶତକଡା 7.60% ପ୍ରତିଶତ ବୃଦ୍ଧି ପାଇଛି। 2022ମସିହାରେ ରାଜ୍ୟରେ ମୋଟ 11ହଜାର 663ଟି ସଡକ ଦୁର୍ଘଟଣା ଘଟି 5467ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ମୋଟ 195ଟି ବ୍ଲାକ ସ୍ପଟ ଚିହ୍ନଟ ହୋଇଛି। କଟକ ଓ କୋରାପୁଟ ଜିଲ୍ଲାରେ ସର୍ବାଧିକ 23ଟି ଲେଖାଏଁ ବ୍ଲାକ ସ୍ପଟ ଚିହ୍ନଟ ହୋଇଛି। ମାର୍ଗଦର୍ଶିକାକୁ କାର୍ଯ୍ୟକାରୀ କରିବାକୁ ସ୍ୱାସ୍ଥ୍ୟ, ନଗର ଉନ୍ନୟନ, ପୋଲିସ, ପରିବହନ, ଶିକ୍ଷା, ପୂର୍ତ୍ତ ଓ ଜାତୀୟ ରାଜପଥ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।