ଇଫକୋ ପରିସରରେ ୭୯ତମ ସ୍ବାଧୀନତା ଦିବସ ପାଳିତ

ଦେଶର ୪୦ ପ୍ରତିଶତ ସାର ଯୋଗାଉଛି ଇଫକୋ, ଏହି ଧାରା ବଜାୟ ରଖିବା ସହ ଆହୁରି ଅଧିକ ଯୋଗାଇବା ପାଇଁ ଉଦ୍ୟମ ଅବ୍ୟାହତ ରହିବ : ପାରାଦୀପ ୟୁନିଟ୍ ମୁଖ୍ୟ ଶ୍ରୀଯୁକ୍ତ ପ୍ରଦୀପ ମହାପାତ୍ର ଙ୍କ ସୁଚନା

ଇଫକୋ ପରିସରରେ ୭୯ତମ ସ୍ବାଧୀନତା ଦିବସ ପାଳିତ

ଇଫକୋ କମ୍ପାନୀ ପରିସରରେ ଆୟୋଜିତ ୭୯ତମ ସ୍ବାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ୟୁନିଟ୍ ମୁଖ୍ୟ ଶ୍ରୀଯୁକ୍ତ ପ୍ରଦୀପ କୁମାର ମହାପାତ୍ର ଯୋଗ ଦେଇ ଜନସାଧାରଣ ଙ୍କ ଉଦ୍ଦେଶ୍ୟରେ ଏହା କହି ଥିଲେ। ଏଥିରେ ସମସ୍ତ କର୍ମଚାରୀ ଓ ଶ୍ରମିକ ମାନଙ୍କ ସହଯୋଗ ଅତ୍ୟନ୍ତ ସ୍ମରଣୀୟ। ତା ସହିତ ବିଗତ ଦିନରେ ପାରାଦୀପ ୟୁନିଟ୍ ର ମୁଖ୍ୟ ଭାବେ ଦାୟିତ୍ଵ ନିର୍ବାହ କରିଥିବା ଶ୍ରୀଯୁକ୍ତ କେ.ଜେ.ପଟେଲ୍ ବର୍ତ୍ତମାନ ଇଫକୋ କମ୍ପାନୀ ର ପରିଚାଳନା ନିର୍ଦ୍ଦେଶକ ଭାବରେ ଦାୟିତ୍ଵ ଗ୍ରହଣ କରିଥିବା ରୁ ସେ ଏଥିପାଇଁ କୃତଜ୍ଞତା ଜ୍ଞାପନ କରିବା ସହ ଆନ୍ତରିକତା ର ସହ ସାଧୁବାଦ୍ ଜଣାଇଥିଲେ ।

 ଶ୍ରୀଯୁକ୍ତ ମହାପାତ୍ର ଦାୟିତ୍ୱ ଗ୍ରହଣ କରିବା ପରେ ଇଫକୋ ପାଇଁ ଅନେକ ଗୁଡ଼ିଏ ସଫଳତା ଆଣି ଦେଇଛନ୍ତି।ଏଥିସହ ଚଳିତବର୍ଷ ଆୟୋଜିତ ହୋଇଥିବା IUCF କାର୍ଯ୍ୟକ୍ରମ ରେ ପାରାଦୀପ ୟୁନିଟ୍ ଶ୍ରେଷ୍ଠ ପୁରସ୍କାର ପ୍ରାପ୍ତ କରିଥିଲା । ତା ସହିତ ଚଳିତବର୍ଷ ର ରଥଯାତ୍ରା ଓ ବିଗତ ୧୦ ବର୍ଷ ଧରି ଅଟକି ରହିଥିବା ଜାତୀୟ ରାଜପଥ ଉପରେ ଇଫକୋ ର ଗୋଲେଇ ଛକ ନିର୍ମାଣ କରିବାରେ ସକ୍ଷମ ହୋଇ ପାରିଛି । ବିଶେଷ କରି ଇଫକୋ ପାରାଦୀପ ୟୁନିଟ୍ ରାଜ୍ୟ ର କ୍ଷୁଦ୍ର ତଥା ଲଘୁ ଉଦ୍ୟୋଗ ମାନଙ୍କୁ ସହଯୋଗ ର ହାତ ବଢ଼ାଇଥିବାରୁ ସେଥିପାଇଁ ରାଜା ଶିଳ୍ପ ବିଭାଗ ପକ୍ଷରୁ ଇଫକୋ ପାରାଦୀପ ୟୁନିଟ୍ କୁ ଶ୍ରେଷ୍ଠ ମଧ୍ୟ ପ୍ଲାଣ୍ଟ୍ ଆୱ୍ବାର୍ଡ୍ ରେ ସମ୍ମିଳିତ କରାଯାଇଥିଲା ।ଏଥିପାଇଁ ଶ୍ରୀଯୁକ୍ତ ମହାପାତ୍ର ଏହାର ଶ୍ରେୟ କମ୍ପାନୀ ର ଅଧିକାରୀ, କର୍ମଚାରୀ ଓ ଶ୍ରମିକ ମାନଙ୍କୁ ସଦା ସର୍ବଦା ପ୍ରଦାନ କରିଛନ୍ତି। ତେବେ ଏଥିରେ ଆଗାମୀ ଦିନରେ ଇଫକୋ ନାନୋ ତରଳ ସାର ଉତ୍ପାଦନ କରି ବିଶ୍ବ ରେ ଏକ ବିରଳ ଇତିହାସ ରଚିବାକୁ ଯାଉଛି । ଏଥିପାଇଁ ଶ୍ରୀଯୁକ୍ତ ମହାପାତ୍ର ସମସ୍ତଙ୍କର ସାହାଯ୍ୟ ସହଯୋଗ ଲୋଡିଛନ୍ତି । 

ତେବେ ଇଫ୍‌କୋରେ ଏହି ୭୯ ତମ ସ୍ବାଧିନତା ଦିବସ ପାଳନ କରାଯିବା ଅବସରରେ, ସମସ୍ତ ବରିଷ୍ଠ ଅଧିକାରୀ, କର୍ମଚାରୀ, ୟୁନିଅନ୍ ଏବଂ ଆସୋସିଏସନ୍ ସଦସ୍ୟ ଏବଂ ଇଫ୍‌କୋ ଟାଉନସିପ୍‌ର ବାସିନ୍ଦାମାନେ ପିଲାମାନଙ୍କ ଗହଣ ରେ ପାଳନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପି.କେ.ମହାପାତ୍ର ଙ୍କୁ ବିଭିନ୍ନ ପଦଧିକାରୀ ଓ କର୍ମଚାରୀ ମାନେ ଭବ୍ୟ ସ୍ଵାଗତ ଜଣାଇ ଥିଲେ । ପରେ କର୍ଣ୍ଣାଲ ମିଶ୍ର ମୁଖ୍ୟ ଅତିଥି ଙ୍କୁ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ । ଏହାପରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହାପାତ୍ର, ଜାତୀୟ ପତାକା ଉତ୍ତୋଳନ କରି ଜାତୀୟ ସଙ୍ଗୀତ ଜନ ଗଣ ମନ ଅଧିନାୟକ ଗାଇ ସମ୍ମାନ ଜଣାଇ ଥିଲେ । ପରେ ପରେ ଆୟୋଜିତ ହୋଇଥିଲା ଚିତ୍ତାକର୍ଷକ ଚମତ୍କାର ପରେଡ୍ ଶୋ , ଯାହାର ନେତୃତ୍ୱ ନେଇଥିଲେ ଅଧିକ୍ଷକ ରାଜନାଥ ମିଶ୍ର। ତେବେ ଏହି ଚିତ୍ତାକର୍ଷକ ପ୍ୟାରେଡ୍ ସୋ କୁ ଦେଖିବା ପାଇଁ ଶତାଧିକ ଲୋକେ ଏକତ୍ରିତ ହୋଇ ଭରପୁର ଉପଭୋଗ କରିଥିଲେ। ପ୍ରଥମେ IFFCO କମ୍ପାନୀ ର ସୁରକ୍ଷା କର୍ମଚାରୀ, ପରେ SIS ସୁରକ୍ଷା କର୍ମୀ, ତାପରେ IFFCO DAV ସ୍କୁଲର ଛାତ୍ର ଛାତ୍ରୀ ମାନେ ଚମତ୍କାର ପ୍ୟାରେଡ୍ ରେ ଅଂଶଗ୍ରହଣ କରି ମୁଖ୍ୟ ଅତିଥି ଙ୍କୁ ଅଭିଭାଦନ ଜଣାଇଥିଲେ । 

ଏହାପରେ ଆୟୋଜିତ ଭବ୍ୟ ସମାବେଶକୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହାପାତ୍ର ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ତାଙ୍କ ଭାଷଣରେ, ଶ୍ରୀ ପି.କେ.ମହାପାତ୍ର ‘ସ୍ବାଧୀନତା ଦିବସ ପାଳନର ଗୁରୁତ୍ୱ ଏବଂ ଏଥିରେ ଭାରତର ନାଗରିକଙ୍କ କର୍ତ୍ତବ୍ୟ’ ଉପରେ ଗୁରୁତ୍ୱାରୋପ କରିଥିଲେ। ଏକ ସ୍ବାଧୀନ ଭାରତର ମୂଲ୍ୟବୋଧକୁ ସୁରକ୍ଷା ଓ ନିରାପତ୍ତା ଦେବାରେ ଭାରତୀୟ ନାଗରିକ ମାନଙ୍କର କର୍ତ୍ତବ୍ୟ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆହୁରି ବିସ୍ତାର ଭାବେ ବର୍ଣ୍ଣନା କରି କହିଥିଲେ ଏବଂ ପ୍ରତ୍ୟେକ କର୍ମଚାରୀଙ୍କୁ ଦେଶ ପ୍ରତି ସମର୍ପିତ ଭାବରେ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ। ଇଫ୍‌କୋର ଅଭିବୃଦ୍ଧି ପାଇଁ ଇଫ୍‌କୋ କର୍ମଚାରୀଙ୍କ ‘ଜାତୀୟ ସଫଳତା ଏବଂ ଅବଦାନ’କୁ ସ୍ୱୀକାର କରି ଏହାକୁ ଆହୁରି ଦ୍ଵିଗୁଣିତ କରିବା ପାଇଁ ଆହ୍ବାନ ଦେଇଥିଲେ। ସେ ଆହୁରି ସୂଚନା ଦେଇଥିଲେ ଯେ IFFCO ସମାଜ ପ୍ରତି ଏହାର ପ୍ରତିବଦ୍ଧତାରେ ବିଶ୍ୱାସ କରେ - କାରଣ ଏହା ଏକ ସମବାୟ ସମାଜ ଯାହା ଦେଶର କୃଷକମାନଙ୍କୁ ସାହାଯ୍ୟ ଏବଂ ଉନ୍ନତି କରିବା ପାଇଁ ଯଥେଷ୍ଟ ଉଦ୍ଦିଷ୍ଟ। ତା ସହିତ ଦେଶର ପ୍ରାୟ ୪୦ ପ୍ରତିଶତ ସାର ଏକମାତ୍ର ଇଫକୋ ହିଁ ଯୋଗାଇବାରେ ସକ୍ଷମ ହେଉଛି ।

ଏହି ଅବସରରେ, IFFCO DAV ପବ୍ଲିକ୍ ସ୍କୁଲ ଏବଂ ଜ୍ୟୋତି ଲେଡିଜ୍ କ୍ଲବ୍‌ର ପିଲାମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଦର୍ଶକମାନେ DAV ସ୍କୁଲ ପିଲାମାନଙ୍କ, ଜ୍ୟୋତି ଲେଡିଜ୍ କ୍ଲବ୍‌ ସଦସ୍ୟମାନଙ୍କ ଏବଂ SIS ସୁରକ୍ଷା କରାଟେ ଶୋ’ର ଚମତ୍କାର ପ୍ରଦର୍ଶନକୁ ବେଶ୍ ପ୍ରଶଂସା କରିଥିଲେ।

ଏହି ଅବସରରେ IFFCO ଅଧିକାରୀ ସଂଘ ସଭାପତି ଶ୍ରୀ ସୁଶାନ୍ତ - କୁମାର ଜେନା, ସାଧାରଣ ସମ୍ପାଦକ, ଶ୍ରୀ ସତ୍ୟଜିତ୍ ଖୁଣ୍ଟିଆ, IFFCO କର୍ମଚାରୀ ସଂଘ - ସଭାପତି, ଶ୍ରୀ ପ୍ରଶାନ୍ତ କୁମାର ସ୍ୱାଇଁ ଏବଂ ସାଧାରଣ ସମ୍ପାଦକ, ଶ୍ରୀ ତୃପ୍ତି ରଞ୍ଜନ ପୁହାଣ ଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ସମଗ୍ର କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ। ଶେଷରେ, ଇଫକୋ ପି ଆଣ୍ଡ ଏ ର ମହାପ୍ରବନ୍ଧକ ଶ୍ରୀ ବିଜୟ କୁମାର ପରିଡା, ତଥା ଲୋକ ସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା ଉତ୍ସବ କୁ ସଫଳତା ର ସହ ସମସ୍ତେ ପରିଚାଳନା କରିଥିବା ସହିତ ଅନେକ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ସମଗ୍ର କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ ।