ଜେଏସଡବ୍ଲୁ ପକ୍ଷରୁ ଡ୍ରାଇଭର ମାନଙ୍କୁ ୧୦୦ ଦିନ ପାଇଁ ବିସ୍କୁଟ ଓ ପାଣି ବୋତଲ ବଣ୍ଟନ
ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ରାଜ୍ୟ ବାହାରୁ ଲୁହାପଥର ଆଣି ଆସୁଥିବା ଟ୍ରକ୍ ଡ୍ରାଇଭର ମାନଙ୍କୁ ଜେଏସଡବ୍ଲୁ ଷ୍ଟିଲ ପକ୍ଷରୁ ସମସ୍ତ ଡ୍ରାଇଭର ମାନଙ୍କୁ ବିସ୍କୁଟ ଓ ପାଣି ବୋତଲ ପ୍ରଦାନ କରାଯାଇଛି।

ପାରାଦୀପ : ଜେ ଏସ ଡ ବ୍ଲୁ ଷ୍ଟିଲ ପକ୍ଷରୁ ପାରାଦୀପ ଟର୍ମିନାଲ ପରିସରରେ କାର୍ଯ୍ୟରତ ସମସ୍ତ ଡ୍ରାଇଭର ମାନଙ୍କୁ ବିସ୍କୁଟ ଓ ପାଣି ବୋତଲ ପ୍ରଦାନ କରାଯାଇଛି। ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ରାଜ୍ୟ ବାହାରୁ ଲୁହାପଥର ଆଣି ଆସୁଥିବା ଟ୍ରକ୍ ଡ୍ରାଇଭର ମାନେ ଦୀର୍ଘ ସମୟ ଧରି ରାସ୍ତାରେ ତଥା ବନ୍ଦର ଫାଟକ ନିକଟରେ ଅପେକ୍ଷା କରି ରହିଥାନ୍ତି। ଏହି ସମୟରେ ସେମାନଙ୍କ ଖାଦ୍ୟ ପାନୀୟ ନେଇ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।
ଏହି ଅସୁବିଧାକୁ ଦୃଷ୍ଟିରେ ରଖି ଜେ ଏସ ଡ ବ୍ଲୁ କମ୍ପାନୀ ପକ୍ଷରୁ ପିଟିପିଏଲ କୁ ଆସୁଥିବା ଦୈନିକ ଶତାଧିକ ଟ୍ରକ୍ ଡ୍ରାଇଭର ମାନଙ୍କୁ ବିସ୍କୁଟ ଓ ପାଣି ବୋତଲ ପ୍ରଦାନ କରାଯାଇଛି। ଦୈନିକ ଦୁଇ ବେଳା ଏହି ବ୍ୟବସ୍ଥା କରାଯାଇଛି। ପ୍ରତିଦିନ ପ୍ରାୟ ଛଅ ଶହ ଡ୍ରାଇଭର ମାନଙ୍କୁ ଏହି ବିସ୍କୁଟ ଓ ପାଣି ଦିଆଯାଉଛି।
ପ୍ରାୟ ୬୦ ହଜାର ବିସ୍କୁଟ ପ୍ୟାକେଟ ଓ ସେହି ପରିମାଣର ପାଣି ବୋତଲ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି।୧୦୦ ଦିନ ଧରି ଏହି କାର୍ଯ୍ୟ ଜାରି ରହିଵ। ବର୍ତମାନ ସମୟରେ ପ୍ରବଳ ଖରା ଗରମ ତଥା ଗ୍ରୀଷ୍ମପ୍ରବାହ ହେଉଥିବା ବେଳେ ଜେ ଏସ ଡ ବ୍ଲୁ ର ଏଭଳି କାର୍ଯ୍ୟକୁ ଡ୍ରାଇଭର ନରୋତ୍ତମ ସାହୁ, ପ୍ରଶାନ୍ତ ପାତ୍ର,ବି ଏମ୍ ହେମ୍ବ୍ରମ, ଚନ୍ଦନ କୁମାର ଭୋଇ ପ୍ରମୁଖ ପ୍ରଶଂସା କରିଛନ୍ତି। ପୂର୍ବରୁ ମଧ୍ୟ ଭାରତ ବନ୍ଦ ସମୟରେ ଜେ ଏସ ଡ ବ୍ଲୁ ପକ୍ଷରୁ ଡ୍ରାଇଭର ମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଥିଲା। କମ୍ପାନୀର ଏଭଳି ଜନହିତକର କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।