ରାମମନ୍ଦିରରେ ସୁନାର ରାମଚରିତମାନସ ସ୍ଥାପିତ, ପୂର୍ବତନ ଆଇଏଏସ୍‌ ଦେଇଛନ୍ତି ଭେଟ

ଅଯୋଧ୍ୟାର ପ୍ରସିଦ୍ଧ ଶ୍ରୀରାମମନ୍ଦିରରେ ଏବେ ଭକ୍ତମାନେ ପ୍ରଭୁ ରାମଲଲାଙ୍କ ସହିତ ସୁନାର ରାମଚରିତମାନସର ବି ଦର୍ଶନ କରିବେ

ରାମମନ୍ଦିରରେ ସୁନାର ରାମଚରିତମାନସ ସ୍ଥାପିତ, ପୂର୍ବତନ ଆଇଏଏସ୍‌ ଦେଇଛନ୍ତି ଭେଟ

ଅଯୋଧ୍ୟାର ପ୍ରସିଦ୍ଧ ଶ୍ରୀରାମମନ୍ଦିରରେ ଏବେ ଭକ୍ତମାନେ ପ୍ରଭୁ ରାମଲଲାଙ୍କ ସହିତ ସୁନାର ରାମଚରିତମାନସର ବି ଦର୍ଶନ କରିବେ । ନବରାତ୍ରିର ପ୍ରଥମ ଦିନ ଗର୍ଭଗୃହରେ ଏହାକୁ ବିଧି ବିଧାନର ସହ ସ୍ଥାପିତ କରାଯାଇଛି । ରାମଚରିତମାନସକୁ ରାମଲଲାଙ୍କ ମୂର୍ତ୍ତିଠାରୁ ୧୫ ଫୁଟ ଦୂରତାରେ ଏକ ପଥର ଆସନରେ ରଖାଯାଇଛି ।

ଏହାକୁ ମଧ୍ୟପ୍ରଦେଶ କ୍ୟାଡର୍ର ପୂର୍ବତନ ଆଇଏଏସ୍ ଲକ୍ଷ୍ମୀ ନାରାୟଣ ଓ ତାଙ୍କ ପତ୍ନୀ ସରସ୍ୱତୀ ରାମମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ଭେଟି ଦେଇଛନ୍ତି ।

୧୦୦୦ ପୃଷ୍ଠାବିଶିଷ୍ଟ ଏହି ରାମଚରିତମାନସର ଓଜନ ୧୫୫ କିଲୋଗ୍ରାମ । ଏଥିରେ ୪ କିଲୋ ସୁନା ଓ ୧୫୧ କିଲୋଗ୍ରାମ ତମ୍ବା ବ୍ୟବହାର କରାଯାଇଛି । ପ୍ରତି ପୃଷ୍ଠାରେ ୨୪ କ୍ୟାରେଟ୍ ସୁନାର ପରସ୍ତ ଚଢ଼ାଯାଇଛି । ସେହିପରି ପ୍ରତି ପୃଷ୍ଠାରେ ତମ୍ବା ବି ଲାଗିଛି । ଚେନ୍ନାଈର ପ୍ରସିଦ୍ଧ ଭୂମ୍ମିଦି ବଙ୍ଗାରୁ ଜୁଏଲର୍ସ ଏହାକୁ ୩ ମାସରେ ପ୍ରସ୍ତୁତ କରିଛି । ଏଥିଲାଗି ଖର୍ଚ୍ଚ ହୋଇଛି ପ୍ରାୟ ୫ କୋଟି ଟଙ୍କା । ଏ ସଂପର୍କରେ ରାମଚରିତମାନସ ଉପହାର ଦେଇଥିବା ଆଇଏଏସ୍ ଏସ୍. ଲକ୍ଷ୍ମୀନାରାୟଣ କହିଛନ୍ତି, ଆମେ ରୁଟି-ଡାଲି ଖାଉଥିବା ଲୋକ । ପେନସନ୍ ଟଙ୍କା ଖର୍ଚ୍ଚ ହେଉନାହିଁ । ଈଶ୍ୱର ଯାହା ଦେଇଛନ୍ତି ତାହା ତାଙ୍କୁ ହିଁ ଫେରାଇ ଦେଇଛି । ପ୍ରଭୁଙ୍କ ଚରଣରେ ତାଙ୍କର ପୁସ୍ତକ ଅର୍ପଣ କରି ମୋ’ ଜୀବନ ସଫଳ ହୋଇଯାଇଛି ।