ରାଜଧାନୀରେ ପାଣି ମାଗି ସିକ୍ୟୁରିଟି ଗାର୍ଡକୁ ହାଣି ଦେଲେ ଦୁର୍ବୃତ୍ତ
ରାଜଧାନୀରେ ପାଣି ମାଗି ସିକ୍ୟୁରିଟି ଗାର୍ଡକୁ ହାଣି ଦେଲେ ଦୁର୍ବୃତ୍ତ

ରାଜଧାନୀରେ ପାଣି ମାଗି ସିକ୍ୟୁରିଟି ଗାର୍ଡକୁ ହାଣି ଦେଲେ ଦୁର୍ବୃତ୍ତ ।ସୂଚନା ଥାଉକି, ଅଟୋ ସୋ ରୁମରେ ପଶି ଲୁଟ୍ ଯୋଜନା କରିଥିଲେ ଦୁର୍ବୃତ୍ତ । ଡ୍ୟୁଟିରେ ଥିବା ଜଣେ ସିକ୍ୟୁରିଟି ଗାର୍ଡକୁ ଅଜଣା ଦୁର୍ବୁତ୍ତ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି । ଗାଡି ସୋ ରୁମ୍ ରେ ଡିୟୁଟି କରୁଥିବା ଅବସ୍ଥାରେ ଏହି ଘଟଣା ଘଟିଛି । ଆହତ ସିକ୍ୟୁରିଟି ଗାର୍ଡର ନା ଗୌରାଙ୍ଗ ଦାସ ।
ତାଙ୍କ ଘର ଯାଜପୁର ଅଞ୍ଚଳର । ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା । ପୁରୀ ବାଇପାସ୍ ରୋଡ, ମଙ୍ଗରାଜ ପଏଣ୍ଟ ନିକଟରେ ଏହି ଘଟଣା ଘଟିଛି । ସବୁଦିନ ପରି ଡ୍ୟୁଟି କ୍ରରୁଥିବା ବେଳେ ହଠାତ୍ ତିନି ଦୁର୍ବୃତ୍ତ ଆସି ପାଣି ମାଗିଥିଲେ । ପରେ ଲୁଟ୍ ପାଟ କରିବାକୁ ଯୋଜନା କରି ବିଫଳ ହେବାରୁ ଆକ୍ରମଣ କରି ଫେରାର ହୋଇଗଲେ । ସିକ୍ୟୁରିଟି ଗାର୍ଡ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ, ଦୁର୍ବୃତ୍ତଙ୍କ ଟେର ପାଉନି ପୋଲିସ ।