ପ୍ରତିକ୍ଷା ର ଅନ୍ତ ଘଟିଲା , ଇଫକୋ ଛକରେ ନିର୍ମାଣ ହେଲା ଗୋଲେଇ ଛକ,

 ଯୁଦ୍ଧ କାଳୀନ ଭିତ୍ତିରେ ନିର୍ମାଣ କରିବାକୁ ସହାୟତା ର ହାତ ବଢାଇଲା ଇଫକୋ ।

ପ୍ରତିକ୍ଷା ର ଅନ୍ତ ଘଟିଲା , ଇଫକୋ ଛକରେ ନିର୍ମାଣ ହେଲା ଗୋଲେଇ ଛକ,

ଆଉ ହେବ ନାହିଁ ବିଶେଷ ଦୁର୍ଘଟଣା, ଆଉ ହେବ ନାହିଁ ଟ୍ରାଫିକ ର କଟକଣା, ଲୋକେ ସୁବିଧାରେ ଯାତାୟାତ କରି ପାରିବେ , ହାଲୁକା ଯାନ ଓ ଭାରି ଯାନ ମଧ୍ୟ ସୁରୁଖୁରୁରେ ଯାତାୟାତ କରି ପାରିବ । ତେବେ ଏହା ଖୁବ୍ ଶୀଘ୍ର ପ୍ରତିଫଳିତ ହେବାକୁ ଯାଉଛି ଇଫକୋ ଛକ ନିକଟରେ । ବହୁ ପ୍ରତିକ୍ଷା ର ଅନ୍ତ ଘଟାଇ ଇଫକୋ ଏକ ବହୁ ଲୋକାଭିମୁଖୀ କାର୍ଯ୍ୟ ନିଜ ହାତକୁ ନେଇ ଜାତୀୟ ରାଜପଥ ଉପରେ ନିର୍ମାଣ କରିବାକୁ ଯାଉଛି ଏକ ଗୋଲେଇ ଛକ ଯାହା ଦ୍ୱାରା ସର୍ବ ସାଧାରଣଙ୍କ ସମେତ ପରିବହନ ବ୍ୟବସାୟରେ ନିୟୋଜିତ ବହୁ ଗାଡ଼ି ମୋଟର ଏଥିରେ ଉପକୃତ ହୋଇ ପାରିବେ । ତେବେ ଏହା କେବଳ ସମ୍ଭବ ହୋଇ ପାରିଛି ପାରାଦୀପ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଓ ଇଫକୋ କମ୍ପାନୀ ର ପରିଚାଳନା ନିର୍ଦ୍ଦେଶକ ଉଦୟ ଶଙ୍କର ଅୱସ୍ତି ଙ୍କ ଆନ୍ତରିକତା ଇଚ୍ଛା ଶକ୍ତି ବଳରେ । ତେବେ ଜାତୀୟ ରାଜପଥ ରେ ପାରାଦୀପ ର ଦୋଛକି ଠାରୁ ଅଠର ବାଙ୍କୀ ପର୍ଯ୍ୟନ୍ତ ରାସ୍ତାରେ ଯାନବାହାନ ଚଳାଚଳ ଓ ସାଧାରଣ ଲୋକଙ୍କ ଯାତାୟାତ ରେ ଟ୍ରାଫିକ ବ୍ୟବସ୍ଥା ସମ୍ପୁର୍ଣ୍ଣ ଭୁଷୁଡି ପଡିଛି। ଯେଉଁଥିପାଇଁ ଅନେକ ସମୟରେ ଦୁର୍ଘଟଣା ମାନ ଘଟି ଅନେକ ନୀରିହ ଜୀବନ ଯିବା ସହ ଅନେକ ବେସାହାରା ମଧ୍ୟ ହୋଇ ଯାଇଛନ୍ତି । ଏପରିକି ବୃହତ୍ ବନ୍ଦର ପାରାଦୀପ ସମେତ ଅନେକ ଶିଳ୍ପାନୁଷ୍ଠାନ ମଧ୍ୟ କୁ ବାହାରୁ ଆସୁଥିବା ଗାଡି ଗୁଡିକ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏପରିକି ଏସିଆ ମହାଦେଶର ସର୍ବବୃହତ ସାର କାରଖାନା ଓ ଆର୍ସେଲର ମିତ୍ତଲ୍ ଆଣ୍ଡ୍ ନିପନ୍ ଷ୍ଟିଲ୍ ର ପ୍ରବେଶ ପଥ ଏପରି ସଙ୍କୁଚିତ ଓ ଅବହେଳିତ ହୋଇ ପଡ଼ିଛି ଯେ ପ୍ରତିଟି ମୁହୁର୍ତ୍ତ ରେ ଯେପରି ଜୀବନ ନେବାପାଇଁ ଯମ ଜଗି କି ବସିଲା ପରି ମନେ ହେଉଛି । ୫ କିଲୋମିଟର ବ୍ୟାପୀ ଲମ୍ବା ରାସ୍ତା ଥିଲେ ମଧ୍ୟ ତା ମଧ୍ୟ ରେ ନା କେଉଁଠି ଅଛି ଡିଭାଇଡର୍ ନାଁ କେଉଁଠି ଅଛି ରୋଡ୍ ପାସର୍ । ୟୁଟର୍ନ୍ ମାରିବାକୁ ହେଲେ ଦୋଛକି ନହେଲେ ଅଠର ବାଙ୍କୀ। କିନ୍ତୁ ଛୋଟ ଗାଡ଼ି ଓ ଦୁଇ ଚକିଆ ଯାନ ପାଇଁ ରାସ୍ତା ମଝିରେ ଯେଉଁ ସବୂ ପପାସେଜ୍ ରହିଛି ତାହା ଆଇନ୍ ସମ୍ମତ ନୁହେଁ କି ନିୟମ ଅନ୍ତର୍ଭୁକ୍ତ ନୁହେଁ । ରାସ୍ତା ପାର୍ଶ୍ବରେ ବିଶାଳ ଜନବସତି ବିଜୟଚନ୍ଦ୍ରପୁର, ଉଦୟ ବିହାର, ତାରିଣୀ ଗଡା ପ୍ରଭୃତି ରହିଥିବା ବେଳେ ସେଥିରେ ରାସ୍ତା ଦୁଇ ପାର୍ଶ୍ଵ କୁ ଶୃଙ୍ଖଳିତ ଟ୍ରାଫିକ ନିୟନ୍ତ୍ରଣ କରିବାପାଇଁ ସେପରି କିଛି ବିଦ୍ଧିବ୍ୟବସ୍ଥା ନାହଁ ।। ଲୋକେ ଯାହା ମନ ଇଛା ନିଜ ସୁବିଧା ମୁତାବକ ରାସ୍ତା ମଝିରେ ବଳପୂର୍ବକ ଡିଭାଇଡର୍ କାଟି ପାସିଙ୍ଗ୍ ବନେଇଛନ୍ତି । କିନ୍ତୁ ଏଥିରେ ପାସ୍ କଲାବେଳେ କିଏ ଗାଡ଼ି ଚକା ତଳେ ନିଜ ଜୀବନ ହରାଇ ଲାଣି ତ ଆଉ କିଏ ଗାଡ଼ିକୁ ଗାଡ଼ି ପିଟି ହୋଇ ଜୀବନ ନେଲାଣି । ତେବେ ଏସବୁକୁ ଦୃଷ୍ଟି ରେ ରଖି ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଅନେକ ଆନ୍ଦୋଳନ ଚଳାଇଥିଲେ ମଧ କୌଣସି ସୁଫଳ ମିଳିନଥିଲା ।

ତେବେ ଗତ ଅଗଷ୍ଟ ମାସ ୧୫ ତାରିଖ ରେ ଇଫକୋ ର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଉଦୟ ଶଙ୍କର ଅୱସ୍ତି ଓ ବୈଷୟିକ ନିର୍ଦ୍ଦେଶକ ଶ୍ରୀଯୁକ୍ତ କେ.ଜେ ପଟେଲ୍ ୩ଦିନିଆ ଓଡିଶା ଗସ୍ତରେ ଆସି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଓ ଶୀଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଙ୍କ ସମେତ ମୁଖ୍ୟ ଶାସନ ସଚିବ ଙ୍କୁ ସାକ୍ଷାତ କରିଥିଲେ । ତେବେ ଏହି ସମୟ ରେ ଇଫକୋ ର ପ୍ରବେଶ ପଥ ଓ ଜାତୀୟ ରାଜପଥ ରେ ଟ୍ରାଫିକ ବ୍ୟବସ୍ଥା ରେ ସୁଧାର ଆଣିବା ପାଇଁ ଶୀଳ୍ପ ମନ୍ତ୍ରୀ ତଥା ପାରାଦୀପ ବିଧାୟକ ସମ୍ପଦ ଚନ୍ଦ୍ର ସ୍ବାଇଁ ଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ତେବେ ପରେ ପରେ ଏନେଇ ଶୀଳ୍ପ ମନ୍ତ୍ରୀ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଙ୍କୁ ନିର୍ଦ୍ଦେଶ ଦେବା ସହିତ ଇଫକୋ ସହିତ ଆଲେଚନା କରି ତୁରନ୍ତ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହା ସରାକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇବାରୁ ପାରାଦୀପ ଇଫକୋ କମ୍ପାନୀ ର ୟୁନିଟ୍ ହେଡ୍ ଶ୍ରୀଯୁକ୍ତ ପ୍ରଦୀପ କୁମାର ମହାପାତ୍ର ଅତ୍ୟନ୍ତ ଆନ୍ତରିକତା ର ସହ ଘନ ଘନ ବୈଠକ ଡକାଇ ତୁରନ୍ତ କାର୍ଯ୍ୟ ଆରମ୍ଭ ନେଇ ଉଦ୍ୟମ ଆରମ୍ଭ କରିଥିଲେ ଯାହା ଫଳରେ ଏଥିରେ ଅନ୍ତ ଘଟାଇ ଗତ ରବିବାର ଦିନ ଶ୍ରୀଯୁକ୍ତ ମହାପାତ୍ର ନିଜର ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଏହି ବହୁ ପ୍ରତିକ୍ଷୀତ ଗୋଲେଇ ଛକର ଭୁମିପୁଜା କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଯାହାକି ସ୍ଥାନୀୟ ଅଞ୍ଚଳ ପ୍ରତି ଆତ୍ମିୟତା ଓ ନିଜର ଦୃଢ଼ ଇଚ୍ଛାଶକ୍ତି ର ପରିଚୟ ଦେଇଥିଲେ । ତେବେ ଭୁମିପୁଜା ହେବା କ୍ଷଣି ତୁରନ୍ତ ଗୋଲେଇ ଛକ ର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇ ଯାଇଛି।

ତେବେ ଏହି ଭୁମିପୁଜା ରେ ଇଫକୋ କମ୍ପାନୀ ର ୟୁନିଟ୍ ମୁଖ୍ୟ ଶ୍ରୀ ପି କେ ମହାପାତ୍ର, ଜେନେରାଲ୍ ମ୍ୟାନେଜର ( ପି ଆଣ୍ଡ୍ ଏ ) ଶ୍ରୀ କେ ମୋହନ ରାଓ, ସିଭିଲ ଡିପାର୍ଟ୍ ମେଣ୍ଟ୍ ମୁଖ୍ୟ ଶ୍ରୀ ଏ. ଏନ୍ ଓଝା , ମୁଖ୍ୟ ପରିଚାଳକ (ଏଚ୍ ଆର) ଶ୍ରୀ ବିଜୟ କୁମାର ପରିଡ଼ା , ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ବେଉରା, ଇଫକୋ ଅଫିସର୍ସ ଆସୋସିଏସନ୍ ର ସଭାପତି ସୁଶାନ୍ତ କୁମାର ଜେନା, ଓ ସମ୍ପାଦକ ଶ୍ରୀ ସତ୍ୟଜିତ୍ ଖୁଣ୍ଟିଆ, ଙ୍କ ସମେତ ଇଫକୋ କର୍ମଚାରୀ ସଂଘ ର ସଭାପତି ଶ୍ରୀ ପ୍ରସାନ୍ତ କୁମାର ସ୍ବାଇଁ , ସମ୍ପାଦକ ତୃପ୍ତି ରଞ୍ଜନ ପୁହାଣ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏହି କାର୍ଯ୍ୟକ୍ରମକୁ ତଦାରଖ କରିବା ସହିତ ତୁରନ୍ତ ଶେଷ କରିବାକୁ ସିଭିଲ ଡିପାର୍ଟ୍ ମେଣ୍ଟ୍ ର ମୁଖ୍ୟ ପରିଚାଳକ ଶ୍ରୀ ଏସ୍. ଏନ୍. ପଟେଲ୍ ଙ୍କୁ ଦାୟିତ୍ଵ ନ୍ୟସ୍ତ କରାଯାଇଛି । 

ତେବେ ଦୀର୍ଘ ଦୀନ ପରେ ଏବଂ ସ୍ଥାନୀୟ ଅଞ୍ଚଳ ର ଉନ୍ନତି ଦିଗରେ ଇଫକୋ ଏପରି ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ନିଜ ହାତକୁ ନେଇ ସମ୍ପାଦନ କରିବା ଦିଗରେ ପଦକ୍ଷେପ ନେଇଥିବା ରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ସ୍ଥାନୀୟ ବାସିନ୍ଦା ଶୀଳ୍ପମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ ଙ୍କୁ ସାଧୁବାଦ ଜଣାଇବା ସହ ଅତ୍ୟନ୍ତ ଆନ୍ତରିକତା ର ସହ ଏହି ଗୋଲେଇ ଛକ କାର୍ଯ୍ୟ ଆରମ୍ଭ କରିଥିବା ରୁ ପାରାଦୀପ ୟୁନିଟ୍ ମୁଖ୍ୟ ଶ୍ରୀଯୁକ୍ତ ପ୍ରଦୀପ କୁମାର ମହାପାତ୍ର ଙ୍କୁ ସ୍ଥାନୀୟ ଅଞ୍ଚଳ ବାସିନ୍ଦା କୃତଜ୍ଞତା ଜ୍ଞାପନ କରିବା ସହ ବିଭିନ୍ନ ମହଲରୁ ଶୁଭେଚ୍ଛା ସୁଅ ଛୁଟିଛି ।