ଆସନ୍ତୁ ଜାଣିବା ଚର୍ମ ରୋଗ ର ପ୍ରତିକାର
ଶରୀରର ତ୍ଵଚା ସୁନ୍ଦର ଓ ଚମକଦାର ସବୁବେଳେ ରହିଥାଉ ବୋଲି ସମସ୍ତେ ଇଛା କରିଥାନ୍ତି ।

ଶରୀରର ତ୍ଵଚା ସୁନ୍ଦର ଓ ଚମକଦାର ସବୁବେଳେ ରହିଥାଉ ବୋଲି ସମସ୍ତେ ଇଛା କରିଥାନ୍ତି । ହେଲେ ବିଭିନ୍ନ ପ୍ରକାର କାରଣ ଯୋଗୁ ସ୍କିନରେ ବିଭିନ୍ନ ପ୍ରକାର ସମସ୍ଯା ଆସିଥାଏ । ଯାହାଫଳରେ ତ୍ଵଚାରେ ଅନେକ ଦାଗ ହୋଇଯିବା ସହ ତ୍ଵଚାର ଉଜ୍ଜଳତା ଯେମିତି କୁଆଡେ ଉଭେଇ ଯାଇଛି ସେମିତି ପରି ଲାଗିଥାଏ । ତ୍ଵଚା କହିଲେ କେବଳ ମୁଖର ନୁହେଁ ବଂର ହାତ, ପିଠି ଆଦି ଶରୀରର ସଂପୂର୍ଣ୍ଣ ତ୍ଵଚାକୁ ଦାଗମୁକ୍ତ ଓ ଉଜ୍ଜଳ ରଖିବା ଦ୍ଵାରା ବ୍ୟକ୍ତିର ସୁନ୍ଦରତାରେ ଚାରଚାନ୍ଦ ଲାଗିଯାଇଥାଏ ।
ତେବେ ଯେତେବେଳେ ବି ତ୍ଵଚା ଜନିତ କୌଣସି ପ୍ରୋବ୍ଲେମ ଆସିଥାଏ । ଏହି ସବୁ ଚର୍ମ ରୋଗ କେଉଁ ସବୁ କାରଣ ଯୋଗୁ ହୋଇଥାଏ ଆସନ୍ତୁ ଜାଣିବା । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ରବି ଯେତେବେଳେ ନୀଚସ୍ତ ହୋଇଥାନ୍ତି ଅକ୍ଟୋବର ୧୫ ରୁ ନଭେମ୍ବର 15 ଏହି ଭିତରେ । ଯେବେ ରବି ତୁଳା ରାଶିରେ ରହିଥାନ୍ତି ଓ ଯେଉଁମାନଙ୍କ ର ସେହି ଭାଗରେ ଥାଏ । ଯଦି ଆପଣଙ୍କର ଅଷ୍ଟମ, ଦ୍ଵାଦଶ ସ୍ଥାନରେ ରବି ରହିଥାନ୍ତି । ସେହି ଲୋକମାନଙ୍କ କ୍ଷେତ୍ରରେ ସୂର୍ଯ୍ୟ କିରଣ ତାଙ୍କ ଉପରେ ପଡିଲେ ଶରୀର ଲାଲ ପଡିଯାଇଥାଏ । ଏହା ସବୁ ସମୟରେ ହୋଇନଥାଏ କିନ୍ତୁ ସେହି ଗ୍ରହ ଦଶାରେ ଏହା ଘଟିଥାଏ ।
ଚନ୍ଦ୍ରଙ୍କ ସହିତ କେତୁ ଯେତେବେଳେ ଆସିଥାନ୍ତି । ତେବେ ଆପଣଙ୍କ ମୁହଁରେ କଳା ଦାଗ , ଧଳା ଦାଗ, ଚର୍ମ ଜନିତ ସମସ୍ଯା ଦେଖିବାକୁ ପାଇଥାଉ । ଯଦି ଆପଣଙ୍କ ଜାତକରେ ଏହି ଭାବ ଅଛି ଏବଂ ଆପଣଙ୍କୁ ଚର୍ମ ରୋଗ ଆସୁଛି । ତେବେ ଏହା ଗ୍ରହର ସଂଯୋଗରୁ ହୋଇଥାଏ । ଏହା ଯୋଗୁ ମଧ୍ୟ ଆପଣଙ୍କୁ ଚର୍ମ ସମ୍ବନ୍ଧୀୟ ଅସୁବିଧା ଭୋଗିବାକୁ ପଡିଥାଏ । ଯଦି ଆପଣଙ୍କର ମଧ୍ୟ ଏହି ସବୁ କାରଣ ଯୋଗୁ ଚର୍ମ ରୋଗ ହୋଇଥାଏ ।