ମୁଁ ବିଜୁ ବାବୁଙ୍କ ପରି ହେବି
ବିଜୁ ବାବୁଙ୍କ ସ୍ମୃତି ରେ ଏରସମା ନିର୍ବାଚନ ମଣ୍ଡଳୀ, ଝଡ ସୃଷ୍ଟି କଲା ରଘୁନନ୍ଦନ ଙ୍କ ନେତୃତ୍ୱ

ଏରସମା ବ୍ଲକ୍ ବିଜୁଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୭ ତମ ଶ୍ରାଦ୍ଧ ବାର୍ଷିକୀ ପାଜିତ ହୋଇଛି।
ବୁଧବାର ଏରସମା ସ୍ଥିତ ଏକ ଘରୋଇ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲିକୁଦା ଏରସମା ବିଧାୟକ ରଘୁନନ୍ଦନ ଦାସ ମୂଖ୍ୟ ଅତିଥି ଭାବେ ଯୋଗଦେଇ ବିଜୁବାବୁ ଜଣେ ଦକ୍ଷ ପାଇଲଟ ଓ ତାଙ୍କ ମୂଖ୍ୟମନ୍ତ୍ରୀ ସମୟରେ ମହିଳା ସଶକ୍ତିକରଣ ଓ ପଞ୍ଚାୟତ ରାଜ ବ୍ୟବସ୍ଥାର ସୁଦ୍ରୃଢିକରଣ କରାଯାଇଥିଲା ବୋଲି କହିଥିଲେ।
ବିଜୟ ସ୍ଵାଇଁଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର,ଉପାଧ୍ୟକ୍ଷ ବିକାଶ ପରିଡା,ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଗିରିଶ ଦାସ, ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ମୀନକେତନ ଅମାତ,ଜିଲ୍ଲା ଉପସଭାପତି ଡ଼, ତମିଲ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ଦୀନବନ୍ଧୁ ନାୟକ, ବିଜେଡି ଜିଲ୍ଲା ଉପଦେଷ୍ଟା ଜ୍ୟୋତି ପ୍ରକାଶ ଦାସ,ଗଣଶିକ୍ଷା ବିଭାଗ ଉପଦେଷ୍ଟା ଶିଶିର କୁମାର ପରିଜା, ନିର୍ବାଚନମଣ୍ଡଳୀ ଯୁବ ବିଜେଡି ସଭାପତି ପାର୍ଥସାରଥୀ ରାଉତ,ଅକ୍ଷୟ ସ୍ଵାଇଁ,ମାନସ ସେଠି,ବ୍ରଜ କିଶୋର ପ୍ରଧାନ ଓ ବିଭୂରଞ୍ଜନ ସାମନ୍ତରାୟ ପ୍ରମୁଖ ଯୋଗଦେଇ ବିଜୁ ବାବୁଙ୍କ ସ୍ମୃତି ଚାରଣ କରିଥିଲେ।ଏହି ଅବସରରେ ବିଜେଡି କର୍ମୀ ମାନେ ପ୍ରଥମେ ହାଜିପୁର ଛକଠାରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶୋଭାଯାତ୍ରାରେ ବାହାରି ଏରସମା ବଜାର ପରିକ୍ରମା କରିଥିଲେ।
ଏରସମା ବଜାରଠାରେ ଗାନ୍ଧୀ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ।