Boxi Jagabandhu Story
ମହାନ୍ ସ୍ବାଧୀନତା ସଂଗ୍ରାମୀ ଓ ପାଇକ ବିଦ୍ରୋହର କର୍ଣ୍ଣଧାର ବକ୍ସି ଜଗବନ୍ଧୁଙ୍କର ୧୯୪'ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆଜି ବକ୍ସି ବଜାର ବଣିକ ସଂଘ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ କଟକ ବକ୍ସିବଜାର ଛକରେ ଅନୁଷ୍ଠିତ ହୋଇଯାଇଛି
ମହାନ୍ ସ୍ବାଧୀନତା ସଂଗ୍ରାମୀ ଓ ପାଇକ ବିଦ୍ରୋହର କର୍ଣ୍ଣଧାର ବକ୍ସି ଜଗବନ୍ଧୁଙ୍କର ୧୯୪'ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆଜି ବକ୍ସି ବଜାର ବଣିକ ସଂଘ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ କଟକ ବକ୍ସିବଜାର ଛକରେ ଅନୁଷ୍ଠିତ ହୋଇଯାଇଛି, ପରାଧିନ ଭାରତକୁ ବ୍ରିଟିଶ୍ ଶାସନ କବଳରୁ ମୁକୁଳାଇବା ପାଇଁ ବକ୍ସି ଜଗବନ୍ଧୁ ତାଙ୍କର ସମଗ୍ର ଜୀବନକୁ ସମର୍ପଣ କରିଥିଲେ, କାଳକ୍ରମେ ବ୍ରିଟିଶ୍ ସରକାର ତାଙ୍କୁ ଗୀରଫ୍ କରି କଟକର ବକ୍ସିବଜାର ଅଞ୍ଚଳରେ ବହୁବର୍ଷ ପର୍ଯ୍ୟନ୍ତ ବ୍ରିଟିଶ୍ ସରକାର ଗୃହବନ୍ଦୀ କରି ରଖିଥିଲା ଓ ପରିଶେଷରେ ୧୮୨୯ ମସିହା ଜାନୁୟାରୀ ୨୪'ତାରିଖ ଦିନ ଏହି ବକ୍ସିବଜାର ଅଞ୍ଚଳରେ ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ୍ ସାମନ୍ତ ରାୟ, କଟକ ନଗର କଂଗ୍ରେସ ସଭାପତି ସୁରେଶ ଚନ୍ଦ୍ର ମହାପାତ୍ର, ବିଜେପି କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ, ଲୋକସେବକ ମଣ୍ଡଳ ସମ୍ପାଦକ ପ୍ରଭାଷ ଚନ୍ଦ୍ର ଆଚାର୍ଯ୍ୟ,କଟକ ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁ,ସମ୍ପାଦକ ଭୀକାରୀ ଦାସ୍, ବକ୍ସିବଜାର ବଣିକ ସଂଘ ସଭାପତି ସଲିଲ୍ ଘୋଷ୍, ବଜାର କମିଟି ସମ୍ପାଦକ ଜଗନ୍ନାଥ ପ୍ରସାଦ ଭଗତ୍,କଟକ ଚୌଦାର ବିଧାୟକ ସୌଭିକ୍ ବିଶ୍ବାଳ,କଟକ ସାଂସଦ ଭର୍ତ୍ତୃହରି ମହତାବ୍, ନିରାମୟର ରାଜ୍ୟ ଉପଦେଷ୍ଟା ଡ.ରଞ୍ଜନ୍ କୁମାର ବିଶ୍ବାଳ, ମରଓ୍ବାଡି ମହାସଂଘ,ବଙ୍ଗୀୟ ମହାସଂଘ,ତେଲୁଗୁ ମହାସଂଘ, ଗୁଜୁରାଟୀ ମହାସଂଘ,କଟକ ପାଇକ ମହାସଂଘ, ନିଖିଳ ଉତ୍କଳ ପାଇକ ମହାସଂଘର କର୍ମକର୍ତ୍ତା ବୃନ୍ଦ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ବକ୍ସିଜଗବନ୍ଧୁଙ୍କର ତ୍ୟାଗ ଓ ଦେଶପ୍ରେମ ଉପରେ ଆଲୋକପାତ କରିବା ସହିତ ତାଙ୍କ ତୈଳ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ,
ବକ୍ସିବଜାର ଛକରେ ତାଙ୍କର ଏକ ପୂର୍ଣ୍ଣ ଅବୟବ ମୂର୍ତ୍ତି ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହି ପରିପେକ୍ଷୀରେ ବକ୍ସିବଜାର ଛକରେ ଆଜି ପାଇକ ଖେଳ ମଧ୍ୟ ପ୍ରଦର୍ଶିତ ହୋଇଯାଇଛି।ଆଜିର କାର୍ଯ୍ୟକ୍ରମକୁ ରଞ୍ଜିତ୍ ମେକାପ୍,ରାମଚନ୍ଦ୍ର ସାହୁ,ମହମ୍ମଦ ୟାକୁବ୍,ବିଜେନ୍ଦ୍ର କାହାଳୀ, ତାରାକାନ୍ତ ମହାପାତ୍ର, ସନ୍ତୋଷ ସାହୁ ପରିଚାଳନା କରିଥିଲେ।