ମହମ୍ମଦ ଙ୍କ ଜୟନ୍ତୀ ପାଳନ

ପବିତ୍ର ମହମ୍ମଦ ଙ୍କ ଜୟନ୍ତୀ ଉପଲକ୍ଷେ ଅଲ ଓଡ଼ିଶା ସ୍ପାକ କମିଟି ପକ୍ଷରୁ ସାରା ବିଶ୍ବ ରେ କିପରି ଭାଇ ଚାରା ଆଖୁର୍ଣ୍ଣ ରହିବ ସେଥି ପାଇଁ କମିଟି ପକ୍ଷରୁ କଟକ ଜିଲ୍ଲା ସାଲେପୁର ପିରବଜାର ଠାରୁ ପାଗା ପର୍ଯ୍ୟନ୍ତ ସର୍ବଧର୍ମ ଶାନ୍ତି ରାଲି ସହ ଏକ ସଦଭାବନା ସଭା ର ଆୟୋଜନ କରାଯାଇଛି ।
ଏହି ସଦଭାବନା ସଭାରେ ମୁଖ୍ୟଅତିଥି ଭାବେ ଜଗତପୁର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ମେହେର ଯୋଗଦାନ କରିବା ସହ ରାଲିରେ ସାଲେପୁର ଅଞ୍ଚଳର ବିଭିନ୍ନ ପ୍ରାନ୍ତରୁ ଶହ ଶହ ହିନ୍ଦୁ ମୁସଲିମ ମାନେ ଏକାଠି ହୋଇ ଏହି ମହାନ କାର୍ଯ୍ୟ କ୍ରମ ରେ ସାମିଲ ହୋଇ ଭାଇଚାରା କୁ ଆଖୁର୍ଣ୍ଣ ରଖିବା ପାଇଁ ସଂକଳ୍ପ ନେଇ ଥିଲେ ।ସେହିପରି ମହାସିଂହପୁର, ତିଳଦା, ଓଡ଼ସିଂହ, କାଜିହାଟ ଆଦି ସ୍ଥାନରେ ଏହି ଭଳି ଶାନ୍ତି ପୁର୍ଣ ରାଲି ଯାଉଥିବାର ଦେଖିବାକୁ ମିଳିଥିଲା l
ସାଲେପୁର ରୁ ଉଦିତ ନାରାୟଣ ମାହୁନ୍ତ ଙ୍କ ରିପୋର୍ଟ ଓଏନ୍ଏମ ନ୍ୟୁଜ ।