ରଙ୍ଗିଲା ବାବାଙ୍କ କଳା କାରନାମା
ସେଠାରେ ବାବାଙ୍କ ସହ କଥାବାର୍ତ୍ତା ହେବା ପରେ ବାବା କିଛି ଔଷଧ ଯୁବତୀଙ୍କୁ ଖାଇବାକୁ ଦେଇଥିଲେ।

ନିଶା ବଟିକା ଖୁଆଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଯୁବତୀକୁ ବୈଷ୍ଣବ ଝୁଲି ଆଶ୍ରମର ବାବା ପ୍ରଫୁଲ୍ଲ ମହଲା ନିଶା ବଟିକା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ବାବାଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, ଯୁବତୀଙ୍କ ଦେହ ବାରମ୍ବାର ଖରାପ ହେବାରୁ କିଛି ଦିନ ତଳେ ବାବାଙ୍କ ଆଶ୍ରମକୁ ଯାଇଥିଲେ।
ସେଠାରେ ବାବାଙ୍କ ସହ କଥାବାର୍ତ୍ତା ହେବା ପରେ ବାବା କିଛି ଔଷଧ ଯୁବତୀଙ୍କୁ ଖାଇବାକୁ ଦେଇଥିଲେ। ମାସେ ପରେ ପୁଣିଥରେ ଆସି ଔଷଧ ନେବାକୁ କହିଥିଲେ। ଯୁବତୀ ଜଣକ ଔଷଧ ନେବାକୁ ଆଶ୍ରମରେ ପହଞ୍ଚିଥିଲେ। ବାବା ତାଙ୍କୁ ୪ଟି ବଟିକା ଖାଇବାକୁ ଦେଇଥିଲେ।
ପରେ ଅଚେତ ଅବସ୍ଥାରେ ଯୁବତୀକୁ ବାବା ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଯୁବତୀଙ୍କ ଚେତା ଫେରିବାରୁ ତାଙ୍କୁ ଏକ ଅଟୋରେ ବସାଇ ଦେଇଥିଲେ। ତେବେ କିଛି ସମୟ ପରେ ଯୁବତୀ ଜଣଙ୍କ ମୁର୍ମୁଷ ଅବସ୍ଥାରେ ମେଡିକାଲ ଛକରେ ପଡିରହିଥିଲେ। ଖବର ପାଇ ମେଡିକାଲ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଚିକିତ୍ସା କରିଥିଲେ। ସେପଟେ ଯୁବତୀଙ୍କ ପରିବାର ଲୋକେ ରେଢ଼ାଖୋଲ ଥାନାରେ ଅଭିଯୋଗ ପରେ ପୋଲିସ ବାବା ପ୍ରଫୁଲ୍ଲ ମହଲାଙ୍କୁ ଆଶ୍ରମରୁ ଗିରଫ କରି ତଦନ୍ତ କରୁଥିବା ସୂଚନା ମିଳିଛି।