'ମୋ ବସ'ର ନୂଆ ଆପ୍
ମୋ ବସରେ ଯାତ୍ରା କରିବା ଆହୁରି ସହଜ ହେବ । ମୋ ବସ୍ କେଉଁଠି ଅଛି ଗୋଟିଏ କ୍ଲିକରେ ଲାଇଭ ଲୋକେସନ ଜାଣିହୋଇଯିବ ।

ମୋ ବସରେ ଯାତ୍ରା କରିବା ଆହୁରି ସହଜ ହେବ । ମୋ ବସ୍ କେଉଁଠି ଅଛି ଗୋଟିଏ କ୍ଲିକରେ ଲାଇଭ ଲୋକେସନ ଜାଣିହୋଇଯିବ । ବସ ଭିତରେ ଥାଇ ଟିକେଟ ମଧ୍ୟ କାଟିହେବ । ନୂଆ ମୋବାଇଲ ଆପ ଉନ୍ମୋଚନ କରି ଯାତ୍ରୀଙ୍କ ପାଇଁ ଏଭଳି ସୁବିଧା ଯୋଗାଇ ଦିଆଯାଇଛି । ମୋ ବସ ଆପ୍ଲିକେସନ ଉଭୟ ଆଣ୍ଡ୍ରଏଡ ଏବଂ ଆଇଓଏସ ଭର୍ସନରେ ଉନ୍ମୋଚିତ ହୋଇଛି ।
ଏହି ଆପ ବ୍ୟବହାର ଦ୍ୱାରା ଯାତ୍ରୀଙ୍କୁ ଆଉ ବସକୁ ଅପେକ୍ଷା କରି କରି ବିରକ୍ତ ହେବାକୁ ପଡିବ ନାହିଁ । କିମ୍ବା ଟିକେଟ ପାଇଁ ଖୁଚୁରା ଚିନ୍ତା ମଧ୍ୟ ରହିବ ନାହିଁ । ମୋବାଇଲ ଆପ ଭଳି ମୋ ବସ ପାଇଁ ନୂଆ କାର୍ଡ ସହିତ ସ୍ୱତନ୍ତ୍ର ଅଫର ଘୋଷଣା କରାଯାଇଛି । ୫୦ ଟଙ୍କା ଦେଇ କାର୍ଡ କିଣିବା ପରେ ୫୦୦ ଟଙ୍କାର ରିଚାର୍ଜ ଉପରେ ୪୦ ପ୍ରତିଶତ ଓ ୧୦୦୦ ଟଙ୍କାର ରିଚାର୍ଜରେ ୫୦ ପ୍ରତିଶତ ଲାଭାଂଶ ମିଳିବ । ସେହି କାର୍ଡକୁ ଦେଖାଇ ସହଜରେ ଯାତ୍ରା କରିପାରିବେ ଯାତ୍ରୀ ।