ଟିଟିଲାଗଡ ରେ ମନମୋହନ ସାମଲ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ଟିଟିଲାଗଡ ରେ ମନମୋହନ ସାମଲ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ମାନ୍ୟବର ବିଜେପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଅନୁଯାୟୀ ଟିଟିଲାଗଡ ପୁର୍ବତନ ନଗରପାଳ ତଥା ବରିଷ୍ଠ ରାଜନେତା ଶୁଭ୍ରାଂଶୁ ଦାସ ଙ୍କ ନେତୃତ୍ଵ ରେ ବିପୁଳ ଜନ ସମାଗମ ସହ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି ।
ଦଳୀୟ ନେତା ,କର୍ମୀ ଙ୍କ ସହ ବିପୁଳ ଜନ ସାଧାରଣ ଙ୍କ ଉପସ୍ଥିତି ରେ ଭବ୍ୟ ସ୍ଵାଗତ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ, ଏହି ଅଞ୍ଚଳ ରେ ଲାଗି ରହିଥିବା ସମସ୍ୟା ନେଇ କ୍ଷମତା ପ୍ରାପ୍ତ ବିଧାୟିକା ତଥା ପରିବହନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ କ୍ରମାଗତ ଭାବେ ଶାସନ ରେ ରହି ସୁଦ୍ଧା ପଛୁଆ ଅଞ୍ଚଳ କରି ଥିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସରକାରୀ,ବେସରକାରୀ ବସଷ୍ଟାଣ୍ଡ ସହର ରେ ନ ଥିବା,ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା,ତଥା ଜିଲ୍ଲା ମାନ୍ୟତା ଦାବି ନେଇ ଦାବି ଉପସ୍ଥାପନ ନ କରିବା ତଥା ତାଙ୍କ ଆନ୍ତରିକତା ନ ଥିବା ପୂର୍ବତନ ନଗର ପାଳ ଶ୍ରୀ ଦାସ ପ୍ରକାଶ କରି ନିନ୍ଦା କରିଛନ୍ତି ।
ବିଜେପି,ବିଜେଡି ମେଣ୍ଟ ସରକାର ଥିବା ବେଳେ ଦୀର୍ଘ ୬୦ ବର୍ଷ ଧରି ଲୋକେ ବିଜୁଳି ଆଲୁଅ ଦେଖି ନ ଥିବା ରାସ୍ତା,ଘାଟ ଓ ଅନ୍ୟ ବିକଳ୍ପ ନ ଥିବା ରକ୍ତ ଭଣ୍ଡାର କାର୍ଯ୍ୟକାରୀ କରିଥିବା ବେଳେ ଏବେ କ୍ରମାଗତ ଶାସନ ରେ ସ୍ଥାନୀୟ ବିଜେଡି ଶାସନ ସତ୍ତ୍ବେ ଅଞ୍ଚଳ ଆହୁରି ରସାତଳଗାମି ହୋଇ ପଡିବା ପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମ ରେ ପାଟଣା ମହାରାଜ କନକ ବର୍ଦ୍ଧନ ସିଂହଦେଓ,ସାଂସଦ ଶ୍ରୀମତୀ ସଂଗୀତା ସିଂଦେଓ, ତଥା ରାଜ୍ୟ ସ୍ତରୀୟ ବରିଷ୍ଟ ବିଜେପି ନେତା , କର୍ମୀ ଅଂଶ ଗ୍ରହଣ କରିଥିଲେ ।
କେନ୍ଦ୍ର ସରକାରଙ୍କ ତରଫରୁ କାର୍ଯ୍ୟକାରୀ ସମସ୍ତ ଯୋଜନା ଗୁଡ଼ିକୁ ରାଜ୍ୟ ବିଜେଡି ସରକାର ହାଇଯେକ କରି ମିଥ୍ୟା ବାହା ବାହା ନେଉଥିବା ବେଳେ ଉକ୍ତ ଯୋଜନା ବିଫଳ ହେଉଛି। ଆଗାମୀ ଦିନରେ ବିଜେପି ଶାସନ ରାଜ୍ୟ ରେ ନିଶ୍ଚିତ ଭାବରେ ଚାଲିବ ଓ ସାଧାରଣ ବିପୁଳ ସମର୍ଥନ ଦେବା ସୂଚନା ଦିଆଯାଇଛି ।