ଯୁବତୀଙ୍କୁ ଜୀଅନ୍ତା ଜାଳିବାକୁ ଉଦ୍ୟମ

ପାଟଣାଗଡ଼ ଉପଖଣ୍ଡ କାଠୋର ଥାନା ରାଧାରାଣୀପଡ଼ାରେ ଅଭାବନୀୟ ଘଟଣା ଘଟିଛି।

ଯୁବତୀଙ୍କୁ ଜୀଅନ୍ତା ଜାଳିବାକୁ ଉଦ୍ୟମ

ପାଟଣାଗଡ଼ ଉପଖଣ୍ଡ କାଠୋର ଥାନା ରାଧାରାଣୀପଡ଼ାରେ ଅଭାବନୀୟ ଘଟଣା ଘଟିଛି। ଯୁବତୀଙ୍କୁ ଜୀଅନ୍ତା ପୋଡ଼ି ମାରିବାକୁ ଜଣେ ଯୁବକ ଉନ୍ମତକାଣ୍ଡ ଭିଆଇଛି। ଶୋଇଥିବାବେଳେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଯୁବକ। ଯୁବତୀଙ୍କ ଘରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେବାରୁ ୩ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ପୋଡ଼ି ହୋଇ ଯୁବତୀଙ୍କ ସହ ତାଙ୍କ ମା’ ଓ ଭାଇ ଗୁରୁତର ହୋଇଛନ୍ତି।

ଗୁରୁତର ଅବସ୍ଥାରେ ୩ଜଣଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଖପ୍ରାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଉଦବେଗ ଜନକ ହେବାକୁ ସେମାନଙ୍କୁ ଅଧିକ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି। ଯୁବତୀଙ୍କ ପରିବାର ବଲାଙ୍ଗିରରୁ ଆସି ରାଧାରାଣୀପଡ଼ାରେ ଭଡ଼ାରେ ରହୁଥିଲେ। ଅଭିଯୁକ୍ତ ଯୁବକକୁ କଠୋର ଥାନାରେ ଅଟକ ରଖାଯାଇଛି। ଯୁବକଙ୍କ ଘର ଢେଙ୍କାନାଳରେ ହୋଇଥିବା ସୂଚନା ମିଳିଛି।