କଣ କହିବ କହିଲ, ବଗିକୁ ଛାଡ଼ି ପଳାଇଲା ଇଞ୍ଜିନ୍‌

ଟିଟିଲାଗଡ଼ ନିକଟରେ ୮ଟି ବଗିକୁ ଛାଡ଼ି ପଳାଇଲା ମାଲବାହୀ ଟ୍ରେନ୍‌ର ଇଞ୍ଜିନ୍‌, ୨ ଘଣ୍ଟା ବନ୍ଦ ରହିଲା ଫାଟକ

କଣ କହିବ କହିଲ, ବଗିକୁ ଛାଡ଼ି ପଳାଇଲା ଇଞ୍ଜିନ୍‌

ବଲାଙ୍ଗୀର/ଟିଟିଲାଗଡ,ତା୧୬-୦୮:ବିଗତ ଦିନରେ ଏକ ମାଲ ବାହି ଟ୍ରେନ ଟିଟିଲାଗଡ ରୁ କେସିଙ୍ଗା ଷ୍ଟେସନ ଆଗକୁ ବିନା ଇଞ୍ଜିନ ରେ ଗଡି ଚାଲି ଯାଇଥିବା ବେଳେ ଏବେ ପୁନଃ ଏଭଳି ଘଟଣା ଘଟିଛି । କୋଇଲା ବୋଝେଇ ୮ଟି ବଗିକୁ ଛାଡ଼ି ମାଲବାହୀ ଟ୍ରେନ୍‌ର ଇଞ୍ଜିନ ଆଗକୁ ପଳାଇଛି। ପୂର୍ବତଟ ରେଳପଥର ସମ୍ବଲପୁର ଡିଭିଜନ୍‌ରେ ବୁଧବାର  ଅପରାହ୍ନ ସମୟ ରେ ଏହି ଅଭାବନୀୟ ଘଟଣା ଘଟିଛି। ଟିଟିଲାଗଡ଼-ସମ୍ବଲପୁର ରେଳଲାଇନ୍‌ର ଗୁଂଜିତରା ନିକଟରେ ଆଜି ଅପରାହ୍‌ଣ ସାଢ଼େ ୪ଟାରେ ଏଭଳି ପରିସ୍ଥିତି ଦେଖାଯାଇଛି।

ସୂଚନା ଅନୁସାରେ ଭୁବନେଶ୍ବରରୁ ଏକ ମାଲବାହୀ ଟ୍ରେନ୍‌ (କୋଇଲା ବୋଝେଇ) ଟିଟିଲାଗଡ଼ ଅଭିମୁଖେ ବାହାରି ଥିଲା। ଆଜି ଅପରାହ୍ନ  ପ୍ରାୟ ସାଢ଼େ ୪ଟା ରେ କୋଇଲା ବୋଝେଇ ମାଲ ବାହୀ ଟ୍ରେନର ୮ ଟି ବଗି ଷ୍ଟେସନ ପୂର୍ବରୁ ଗୁଞ୍ଚିତରା ଫାଟକ ନିକଟରେ ଛିଣ୍ଡି ଅଲଗା ହୋଇଯାଇଥିଲା। ବଗି ଅଲଗା ହୋଇ ବିପରୀତ ଦିଗରେ ପଛକୁ ଫେରିଥିବା ବେଳେ ଇଞ୍ଜିନ ସହ ସଂଯୁକ୍ତ ଅନ୍ୟ ବଗି ଷ୍ଟେସନ ଅଭିମୁଖେ ଆଗକୁ ପଳେଇ ଥିଲା। ତେବେ ଫାଟକରେ ଥିବା କର୍ମଚାରୀ ଷ୍ଟେସନ ମାଷ୍ଟରଙ୍କୁ ଫୋନ ଯୋଗେ ଜଣାଇବା ପରେ ବିଭାଗୀୟ ତତ୍ପରତା ଦେଖାଦେଇ ଥିଲା। ତେବେ ଏଥିଯୋଗୁଁ ଏହି ଫାଟକଟି ୨ ଘଣ୍ଟାରୁ ଊର୍ଦ୍ଧ ସମୟଧରି ବନ୍ଦ ରହିଥିଲା।

ତେବେ ଏହି ଅଭାବନୀୟ ପରିସ୍ଥିତି ଯୋଗୁଁ ସ‌ୌଭାଗ୍ୟ ବଶତଃ ବଡ଼ଧରଣର ଅଘଟଣ ଘଟିନାହିଁ। ମାଲବାହୀ ଟ୍ରେନ୍‌ଟି ବଗିଗୁଡ଼ିକ ଛାଡ଼ି ଆଗକୁ ଗଡ଼ିବାର ୧ ଘଣ୍ଟା ମଧ୍ୟରେ ଯଦି କୌଣସି ଯାତ୍ରୀବାହୀ ଟ୍ରେନ୍‌ ଆସିଥାନ୍ତା, ତା’ହେଲେ ଦୁର୍ଘଟଣା ଘଟିଥାନ୍ତା। କିନ୍ତୁ ଘଟଣା ସମୟରେ ଏହି ଟ୍ରେନ୍‌ ଲାଇନ୍‌ରେ କୌଣସି ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ କରି ନଥିବାରୁ ଅଘଟଣ ଘଟିନାହିଁ।

ରିପୋର୍ଟ, ସନ୍ତୋଷ କୁମାର ନାୟକ