୧୦ରେ ଭୁବନେଶ୍ବରରେ ପହଞ୍ଚିବେ ମହାନଦୀ ଟ୍ରିବ୍ୟୁନାଲ୍‌

’ ୧୦ରେ ଟ୍ରିବ୍ୟୁନାଲ୍‌ ଟିମ୍‌ ବିମାନ‌ଯୋଗେ ଭୁବନେଶ୍ବରରେ ପହଞ୍ଚିବେ।

୧୦ରେ ଭୁବନେଶ୍ବରରେ ପହଞ୍ଚିବେ ମହାନଦୀ ଟ୍ରିବ୍ୟୁନାଲ୍‌

କାର୍ଯ୍ୟସୂଚୀ ଅନୁସାରେ ୧୧ରେ ଟ୍ରିବ୍ୟୁନାଲ ମହାନଦୀର ତ୍ରିକୋଣଭୂମି, ଏହାର ବ୍ୟାରେଜ୍‌ ପରିସର ଓ ସାମୁଦ୍ରିକ ସଂଗ୍ରହାଳୟ ପରିଦର୍ଶନ କରିବେ। ପ୍ରଥମେ ମୁଣ୍ଡଳି ଆନିକଟ ଓ ପୁରୀ ମୁଖ୍ୟ କେନାଲ (ପିଏମ୍‌ସି) ପରିଦର୍ଶନରେ ଯିବେ। ଏହା ପରେ ମହାନଦୀରେ ମିଶିଥିବା ସାପୁ୍ଆ ନଦୀ ପରିଦର୍ଶନ କରିବେ। ଏହା ସହିତ ଟିମ୍‌ ନରାଜ ବ୍ୟାରେଜ୍‌, ମହାନଦୀ ବ୍ୟାରେଜ୍‌ ଓ ବିରୁପା ବ୍ୟାରେଜ ପରିଦର୍ଶନ କରିବେ। ‌ଯୋବ୍ରାସ୍ଥିତ ସାମୁଦ୍ରିକ ସଂଗ୍ରହାଳୟକୁ ମଧ୍ୟ ଟ୍ରିବ୍ୟନାଲ ବୁଲିଦେଖିବେ। ମେ’ ୧୨ରେ ଟ୍ରିବ୍ୟୁନାଲ ସାତକୋଶିଆ ଗଣ୍ଡ ଅଭୟାରଣ୍ୟ ପରିଦର୍ଶନ କରିବେ। ଏହା ସହ ଉକ୍ତ ଦିନ ଟିମ୍‌ କେନ୍ଦ୍ରୀୟ ଜଳ ଆୟୋଗଙ୍କ ଟିକରପଡ଼ାସ୍ଥିତ ଜଳବିଜ୍ଞାନ ପର୍ଯ୍ୟବେକ୍ଷଣ ସ୍ଥଳ ଓ ଟିକରପଡ଼ା ଡ୍ୟାମ୍‌ ମଧ୍ୟ ପରିଦର୍ଶନ କରିବେ। ଆସନ୍ତା ୧୩ରେ ଟିମ୍‌ ଚିଲିକା ହ୍ରଦ ଓ ସମୁଦ୍ର ମୁହାଣ ସ୍ଥିତି ଅନୁଧ୍ୟାନ ପାଇଁ ଯିବେ। ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନର ଅନ୍ତିମ ଦିବସ ଅର୍ଥାତ ମେ’ ୧୪ରେ ମହାନଦୀ ଡେଲଟା ରିଭର ସିଷ୍ଟମ (ଦୟା, ଭାର୍ଗବୀ ଓ କୁଶଭଦ୍ରା) ପରିଦର୍ଶନ କରି ସେଦିନ ସନ୍ଧ୍ୟାରେ ଟ୍ରିବ୍ୟୁନାଲ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ପାଇଁ ଟ୍ରିବ୍ୟୁନାଲ ଦିଲ୍ଲୀରୁ ମେ’ ୧୮ରେ ଝାରସୁଗୁଡ଼ା ଗସ୍ତ କରିବେ। ସେଦିନ ସଂଧ୍ୟାରେ ଅଶୋକ ନିବାସ (ହୀରାକୁଦ ଡ୍ୟାମ)ରେ ରାଜ୍ୟ ପ୍ରତିନିଧିଙ୍କ ଦ୍ବାରା ଟ୍ରିବ୍ୟୁନାଲ ଟିମ୍‌ଙ୍କୁ ସ୍ବାଗତ କରାଯିବ। ୧୯ରେ ଟିମ୍‌ ହୀରାକୁଦ ଡ୍ୟାମ ପ୍ରକଳ୍ପ ଓ ଡେବ୍ରିଗଡ଼ ବନ୍ୟଜନ୍ତୁ ଅଭୟାରଣ୍ୟ ପରିଦର୍ଶନ କରିବେ। ହୀରାକୁଦ ପରିଦର୍ଶନ ପୂର୍ବରୁ ଟିମ୍‌ଙ୍କୁ ଡ୍ୟାମ ସଂପର୍କିତ ସଂକ୍ଷିପ୍ତ ତଥ୍ୟ ଉପସ୍ଥାପନ କରାଯିବ। ଟିମ୍‌ ହୀରାକୁଦ ନଦୀବନ୍ଧ ଓ ଜଳ ଭଣ୍ଡାର, ଜବାହର ଉଦ୍ୟାନ ବନୀକରଣ, ସ୍ପିଲୱେ, ପାୱାର ହାଉସ୍‌, ହେଡ୍‌ୱାର୍କସ, ପ୍ରସ୍ତାବିତ ଅତିରିକ୍ତ ସ୍ପିଲୱେ ଓ ପ୍ରସ୍ତାବିତ ବ୍ରାହ୍ମଣୀକୁ ଟିକିରା ଲିଙ୍କ୍‌ର ପରିଦର୍ଶନ କରିବେ। ଏହାପରେ ଜଳାଶୟ ପାର୍ଶ୍ବରେ ଥିବା ଡେବ୍ରିଗଡ଼ ବନ୍ୟଜନ୍ତୁ ଅଭୟାରଣ୍ୟ ପରିଦର୍ଶନ କରିବେ। ୨୦ରେ ଟିମ୍‌ ହୀରାକୁଦ କମାଣ୍ଡ ଏରିଆ ଓ ଚିପିଲିମା ପାୱାର ହାଉସ ପରିଦର୍ଶନ କରିବେ। ବରଗଡ଼ ମୁଖ୍ୟ କେନାଲ ‘ମିନି ହାଇଡାଲ’ ପ୍ରକଳ୍ପ, ବରଗଡ଼ ମୁଖ୍ୟ କେନାଲ ଠାରୁ ଅତାବିରା ଶାଖା କେନାଲ କମାଣ୍ଡ ଏରିଆ ପର୍ଯ୍ୟନ୍ତ ପରିଦର୍ଶନରେ ଯିବେ। ଦ୍ବିତୀୟ ପର୍ଯ୍ୟାୟ ଗସ୍ତର ଶେଷ ଦିନ ଅର୍ଥାତ ୨୧ରେ ହୀରାକୁଦ ଜଳଭଣ୍ଡାରର ଅନ୍ୟାନ୍ୟ ସ୍ଥିତି ପରିଦର୍ଶନ ପରେ ଦିଲ୍ଲୀ ଫେରିଯିବେ। ଓଡ଼ିଶାକୁ କ୍ଷେତ୍ର ପରିଦର୍ଶନରେ ଟ୍ରିବ୍ୟୁନାଲଙ୍କ ଅଧ୍ୟକ୍ଷ, ଦୁଇ ବିଚାରପତି ସଦସ୍ୟ, ରେଜିଷ୍ଟ୍ରାର, ଦୁଇ ଆସେସର, ପକ୍ଷଭୁକ୍ତ ରାଜ୍ୟର ଆଇନଜୀବୀ ଓ ବୈଷୟିକ ଟିମ୍‌ ସାମିଲ ହେବେ। ଆସନ୍ତାକାଲି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ଛତିଶଗଡ଼ରେ ମହାନଦୀ ଅବବ‌ାହିକାର ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ‌ଶେଷ ହେବ। ‌ଏହାପରେ ଟ୍ରିବ୍ୟୁନାଲ ଓଡ଼ିଶାରେ ମହାନଦୀ ଅବବାହିକା ଅଞ୍ଚଳକୁ ଦୁଇଟି ପର୍ଯ୍ୟାୟରେ ଗସ୍ତକରିବେ। କାର୍ଯ୍ୟସୂଚୀ ଅନୁସାରେ ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ପାଇଁ ମେ’ ୧୦ରେ ଟ୍ରିବ୍ୟୁନାଲ୍‌ ଟିମ୍‌ ବିମାନ‌ଯୋଗେ ଭୁବନେଶ୍ବରରେ ପହଞ୍ଚିବେ। ବିମାନବନ୍ଦରରେ ଟ୍ରିବ୍ୟୁନାଲଙ୍କୁ ସ୍ବାଗତ କରାଯିବା ସହ ଓଡ଼ିଶା ପକ୍ଷରୁ ଦାବିକୁ ସଂକ୍ଷିପ୍ତ ବିବରଣୀ ଉପସ୍ଥାପନ କରାଯିବ।