କ୍ୟାବିନେଟ ମନ୍ତ୍ରୀ ଙ୍କ ଶପଥ ଗ୍ରହଣ
କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ବିକ୍ରମ, ସୁଦାମ ଓ ଶାରଦା

ବିକ୍ରମ ଆରୁଖ:
ବିକ୍ରମ ଆରୁଖ, ଗଞ୍ଜାମ ଜିଲ୍ଲାରେ ଜଣେ ଟାଣୁଆ ନେତା ଓ ବିଜେଡି ସଂଗଠକ ଭାବେ ବେଶ୍ ପରିଚିତ।
ବିକ୍ରମ କେଶରୀ ଆରୁଖ ଲଗାତାର ୬ ଥର ଭଞ୍ଜନଗରରୁ ନିର୍ବାଚିତ ହୋଇଛନ୍ତି।
କଂଗ୍ରେସ ଗଡ଼ରେ ୧୯୯୫ ମସିହାରେ ବିଧାୟକ ଭାବେ ପ୍ରଥମ ଥର ପାଇଁ ଜନତା ଦଳ ଟିକେଟରେ ସେ ନିର୍ବାଚିତ ହୋଇଥିଲେ।
ଏହାପରେ ୨୦୦୦, ୨୦୦୪, ୨୦୦୯, ୨୦୧୪, ୨୦୧୯ ଏପରି ୬ ଥର ବିଧାୟକ ହୋଇଛନ୍ତି।
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସମେତ ବିଜେଡି ସରକାରରେ ଏକାଧିକ ଦାୟିତ୍ୱ ତାଙ୍କ ପାଖରେ ଥିଲା
ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ସଂଗଠନ ଦାୟିତ୍ୱରେ ବି ଥିଲେ ଆରୁଖ
ପ୍ରଦୀପ ପାଣିଗ୍ରାହୀଙ୍କ ପରେ ଗଞ୍ଜାମ ଜିଲ୍ଲାରେ ବିଜେଡିର ସଂଗଠନ ଦୁର୍ବଳ ହୋଇଥିବା ଚର୍ଚ୍ଚା ହେଉଛି। ତେଣୁ ଏହାକୁ ସମ୍ଭାଳିବାକୁ ବିକ୍ରମ ଆରୁଖଙ୍କୁ ଗୁରୁ ଦାୟିତ୍ୱ ମିଳିପାରେ।
ସାରଦା ପ୍ରସାଦ ନାୟକ:
ସାରଦା ପ୍ରସାଦ ନାୟକ, ପଶ୍ଚିମ ଓଡ଼ିଶାରେ ବିଜୁ ଜନତା ଦଳର ଏକ ଜଣାଶୁଣା ଚେହେରା। ଏବେ ରାଉରକେଲାରୁ ସେ ବିଧାୟକ ଅଛନ୍ତି।
୬୪ ବର୍ଷୀୟ ସାରଦା ୨୦୦୪ରେ ବିଜେଡି ଟିକେଟରୁ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
ଏହାପରେ ୨୦୦୯ ଏବଂ ୨୦୧୯ରେ ରାଉରକେଲାରୁ ବିଜେଡି ଟିକେଟରେ ଲଢି ବିଜୟୀ ହୋଇଥିଲେ।
୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ସାରଦା ନାୟକ।
ସେ ପୂର୍ବରୁ ନଗର ଉନ୍ନୟନ ଓ ଯୋଗାଣ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି
ସୁଦାମ ମାରାଣ୍ଡି:
ସୁଦାମ ମାରାଣ୍ଡି ଏବେ ମୟୂରଭଞ୍ଜ ଜିଲ୍ଲାର ବିଜେଡି ସଭାପତି ଅଛନ୍ତି।
ସେ ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୨ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ୨ଥର ମନ୍ତ୍ରୀ ମଧ୍ୟ ହୋଇଛନ୍ତି।
ପୂର୍ବରୁ ରାଜସ୍ୱ ଓ ପ୍ରଶମନ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ ସୁଦାମ ମାରାଣ୍ଡି।
ପୂର୍ବରୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବା JMM ଟିକେଟରୁ ଲଢି ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ଏହାପରେ ବିଜେଡି ଟିକେଟରୁ ଲଢି ସେ ବିଧାନସଭାକୁ ଯାଇଛନ୍ତି।।
ଭିଡିଓ ଚିତ୍ରା ଦେଖିବା ପାଇଁ ଏହିଠାରେ କ୍ଲିକ୍ କରନ୍ତୁ