ସର୍ବଶ୍ରେଷ୍ଠ ବାର୍ଷିକ ରିପୋର୍ଟ ପୁରସ୍କାରରେ ସମ୍ମାନିତ ହେଲା ପିପିଏଲ୍

ପାରାଦୀପ ଫସଫେଟ୍ ଲିମିଟେଡ୍ ‘ସର୍ବଶ୍ରେଷ୍ଠ ବାର୍ଷିକ ରିପୋର୍ଟ’ ପୁରସ୍କାରରେ ସମ୍ମାନିତ

ସର୍ବଶ୍ରେଷ୍ଠ ବାର୍ଷିକ ରିପୋର୍ଟ ପୁରସ୍କାରରେ ସମ୍ମାନିତ ହେଲା ପିପିଏଲ୍

ଭୁବନେଶ୍ଵର: ସଠିକ ସମୟରେ ଅଭିଯୋଗ ଦାଖଲ ଓ ବିତ୍ତୀୟ ତଥ୍ୟକୁ ନିବେଶକ ଅନୁକୂଳ ପ୍ରକ୍ରିୟାରେ ପଞ୍ଜୀକୃତ କରିବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପାରାଦୀପ ଫସଫେଟ୍ସ ଲିମିଟେଡ୍(ପିପିଏଲ) ଶ୍ରେଷ୍ଠ କର୍ପୋରେଟ୍ ଗଭର୍ନାନ୍ସର ସମ୍ମାନ ମିଳିଛି। ପିପିଏଲକୁ ଆର୍ଥିକ ବର୍ଷ ୨୦୨୩ ପାଇଁ ପ୍ରତିଷ୍ଠିତ ଦ ଫ୍ରିପ୍ରେସ୍ ଜର୍ଣ୍ଣାଲ ‘ସର୍ବଶ୍ରେଷ୍ଠ ବାର୍ଷିକ ରିପୋର୍ଟ’ ପୁରସ୍କାରରେ ସମ୍ମାନିତ କରାଯାଇଛି। 

ଏପ୍ରିଲ ୨୬ରେ ମୁମ୍ବାଇ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ପିପିଏଲର ମୁଖ୍ୟ ବିତ୍ତୀୟ ଅଧିକାରୀ ବିଜୟ କୁମାର ବିଶ୍ଵାଳ, କର୍ପୋରେଟ ଏଫାୟର୍ସର ମୁଖ୍ୟ ସୁଧି ରଞ୍ଜନ ମିଶ୍ର ଏବଂ ଡିଜିଏମ ସୁଶାନ୍ତ ଲାହିରି ସେବିର ପୂର୍ବତନ ଅଧ୍ୟକ୍ଷ ଏମ ଦାମୋଦରନଙ୍କଠୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ଅବସରରେ ଲୋଧା ଭେଞ୍ଚର୍ସର ସଂସ୍ଥାପକ ଅଭିନନ୍ଦନ ଲୋଧା, କୋଟାକ ବ୍ୟାଙ୍କର ସିଏଫଓ ଦେବାଙ୍ଗ ଘେଓ୍ଵାଲ ଉପସ୍ଥିତ ଥିଲେ। ସେବି ସମର୍ଥନ ଏବଂ କେୟାରଏଜ ସହଯୋଗରେ ଏହି ପୁରସ୍କାର ଦ ଫ୍ରିପ୍ରେସ୍ ଜର୍ଣ୍ଣାଲ ପ୍ରଦାନ କରି ଆସୁଅଛି।