ବିସ୍କୁଟ ଗୋଦାମରେ ଲାଗିଲା ନିଆଁ

ବିସ୍କୁଟ ଗୋଦାମରେ ଲାଗିଲା ନିଆଁ । ଜଳିଗଲା ଲକ୍ଷାଧିକ ଟଙ୍କାର ଚକଲେଟ ଓ ବିସ୍କୁଟ ।

ବିସ୍କୁଟ ଗୋଦାମରେ ଲାଗିଲା ନିଆଁ

ବିସ୍କୁଟ ଗୋଦାମରେ ଲାଗିଲା ନିଆଁ । ଜଳିଗଲା ଲକ୍ଷାଧିକ ଟଙ୍କାର ଚକଲେଟ ଓ ବିସ୍କୁଟ । ଏଭଳି ଭୟଙ୍କର ଅଗ୍ନିକାଣ୍ଡ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପାଟ୍ଟଖଣ୍ଡା ସାହିରେ ଘଟିଛି । ଆଜି ଭୋର ସମୟରେ ପାଟଖଣ୍ଡା ସାହିରେ ଥିବା ବିସ୍କୁଟ ଗୋଦାମରେ ନିଆଁ ଲାଗିଯାଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି।

ହେଲେ ପ୍ରବଳ ଧୂଆଁ ବାହାରୁଥିବା ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଛି। ସର୍ଟ ସର୍କିଟ ଯୋଗୁ ଗୋଦାମରେ ଅଗ୍ନକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ନିଆଁ କିପରି ଗୋଦାମରେ ଲାଗିଲା ତାର କାରଣ ଜଣାପଡ଼ି ନାହିଁ।