ଉତ୍କଳ ସମାଜ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
ଗରାପୁର କାଳୀମନ୍ଦିର ଛକ ଠାରୁ ଏକ ବିରାଟ ଏକ ଶୋଭାଯାତ୍ରା ରେ ଆସି ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଲେ ଉତ୍କଳ ସମାଜ ସଂଗଠନ ର ସଦସ୍ୟ,କୃଷି ପ୍ରଧାନ ଜିଲ୍ଲା କେନ୍ଦ୍ରାପଡ଼ାର କୃଷକ ପରିବାରର କର୍ମଠ ଯୁବକ ଯୁବତୀ ମାନେ ଜିଲ୍ଲାରେ ଆତ୍ମନିଯୁକ୍ତି ର ସୁଯୋଗ ନଥିବାରୁ ଦାଦନ ଖଟିବା ପାଁଇ ବାହାର ରାଜ୍ୟ କୁ ଯାଉଛନ୍ତି l
କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କପାଳେଶ୍ବର ଓ ଗୁଲନଗର ଗ୍ରାମ ପଞ୍ଚାୟତର ଶହ ଶହ ଏକର ଚାଷଜମି ରବି ଋତୁ ଏବଂ ଖରିପ ଋତୁରେ ପଡ଼ିଆ ପଡୁଛି,ଖରିଫ ଋତୁରେ ଗାଇ-ଗୋରୁଙ୍କ ଦ୍ୱାରା ଫସଲ ଉଜୁଡି ଯାଉଥିବା ବେଳେ ରବି ଋତୁରେ ଜଳସେଚନ ଅଭାବରୁ କୃଷିକାର୍ଯ୍ୟ ବାଧାପ୍ରାପ୍ତ ହେଉଛି,ଗୁଲନଗର ପଞ୍ଚାୟତର ରାମନଗରପାଟଣା ନିକଟରେ ଗୋବରୀ ନଦୀରେ ଏକ ନୂର୍ତନ ଉଠା ଜଳସେଚନ ପ୍ରକଳ୍ପ କରାଗଲେ କପାଳେଶ୍ବର ଓ ଗୁଲନଗର ପଞ୍ଚାୟତର 100 ହେକ୍ଟର ରୁ ଉର୍ଦ୍ଧ ଚାଷଜମି ଶସ୍ୟଶ୍ୟାମଳା ହେବା ଦ୍ୱାରା ଉପରୋକ୍ତ ଦୁଇଟି ପଞ୍ଚାୟତର ଅନ୍ୟୁନ ଏକ ହଜାର ପରିବାର ର 10 ହଜାର ଲୋକମାନଙ୍କର ଆର୍ଥିକ ସମସ୍ୟାର ସମାଧାନ ହୋଇପାରିବ l
ଗାଈଗୋରୁ ମାନଙ୍କୁ ଚାଷ ଜମିକୁ ନଛାଡିବା ନିମିତ୍ତ ଜିଲ୍ଲା ପ୍ରଶାସନ ତରଫରୁ କଟକଣା ଜାରିକରିବା ସହିତ ଏକ ଜନସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଉ ବୋଲି ମଧ୍ୟ ଦାବି କରିଛନ୍ତି l
ଉତ୍କଳ ସମାଜ ର ସାଧାରଣ ସମ୍ପାଦକ ଭାସ୍କର ଜେନା,ରବି ନାରାୟଣ ସାହୁ,ଅଭିରାମ ମିଶ୍ର,ରଞ୍ଜନ କୁମାର ସାହାଣୀ,ପର୍ଶୁରାମ ମଲ୍ଲିକ,ନନ୍ଦ କିଶୋର ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ,ଯଦି ଏହି ଦାବିପତ୍ର ଦେବା ପରେବି ସମସ୍ୟାର ସମାଧାନ ନହୁଏ ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ର ରୂପ ଧାରଣ କରିବ ବୋଲି ଉତ୍କଳ ସମାଜ ପକ୍ଷରୁ ଚେତାବନୀ ଦିଆଯାଇଛି l
କେନ୍ଦ୍ରାପଡ଼ା ରୁ ବଳରାମ ବେହେରା ଓ ଏନ ଏମ ନିୟୁଜ,








