ମର୍ମନ୍ତୁଦ ଦୁର୍ଘଟଣା: ଜଣେ ମୃତ, ୪ ଗୁରୁତର
ଶବ ସଂସ୍କାର କରି ଫେରୁଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥବା ବେଳେ ୪ ଜଣ ଗୁରୁତର ହୋଇପଡିଛନ୍ତି ।

ଶବ ସଂସ୍କାର କରି ଫେରୁଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥବା ବେଳେ ୪ ଜଣ ଗୁରୁତର ହୋଇପଡିଛନ୍ତି । ମୃତକ ଜଣକ ଜୟନଗର ସରପଞ୍ଚ ପ୍ରଦୀପ୍ତ ଦାସ ବୋଲି ଜଣାପଡିଛି । ଗୁରୁତର ମାନଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି ।
ରାଜକନିକା କୋଇଲିପୁର ଗାଁର ଏକ ପରିବାର ଶବ ସଂସ୍କାର କରି ଫେରୁଥିବା ବେଳେ କଟକ-ଚାନ୍ଦବାଲି ରାସ୍ତାରେ ଟ୍ରକକୁ ଧକ୍କା ଦେଇଥିଲା ଅଲ୍ଟୋ । ଗାଡିରେ ଥିବା ୫ଜଣଙ୍କୁ ଆଳି ମେଡିକାଲରେ ଭର୍ତି କରାଯାଇଥିଲା । ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ସମସ୍ତଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଚିକିତ୍ସା ସମୟରେ ଜଣଙ୍କର ମୃତ୍ୟୁ ହୋଇଯାଇଛି ।