୨୩ ମାର୍ଚ୍ଚ ମହା ସମାବେଶ ପାଇଁ ସିପିଆଇ ର ବୈଠକ,

କେନ୍ଦ୍ରାପଡା ଜିଲ୍ଲା ସିପିଆଇ ଶାଖା ତରଫରୁ ଭୁବନେଶ୍ୱର ଠାରେ ହେବାକୁ ଥିବା ମାର୍ଚ୍ଚ ୨୩ରେ ମହା ସମାବେଶ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସଭାପତି ବାବାଜୀ ଧଳଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ଯାଇଛି

୨୩ ମାର୍ଚ୍ଚ ମହା ସମାବେଶ ପାଇଁ ସିପିଆଇ ର ବୈଠକ,

କେନ୍ଦ୍ରାପଡା-୦୪/୦୩: କେନ୍ଦ୍ରାପଡା ଜିଲ୍ଲା ସିପିଆଇ ଶାଖା ତରଫରୁ ଭୁବନେଶ୍ୱର ଠାରେ ହେବାକୁ ଥିବା ମାର୍ଚ୍ଚ ୨୩ରେ ମହା ସମାବେଶ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସଭାପତି ବାବାଜୀ ଧଳଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଶନିବାର ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଂପାଦକ ଅଭୟ କୁମାର ସାହୁ, ସଂପାଦକୀୟ ମଣ୍ଡଳୀ ସଦସ୍ୟ ପ୍ରଶାନ୍ତ ମିଶ୍ର, ଜିଲ୍ଲା ସଂପାଦକ ରମଣୀ ରଞ୍ଜନ ରାଉତରାୟ, ଅଜୟ ସାମଲ, ବିକାଶ ଚନ୍ଦ୍ର ବେହୁରା, ସୁହାନା ବେଗମ, ସୀତାକାନ୍ତ ନାୟକ, ଆଦିକନ୍ଦ ରାଉଳ, ସଂଜୟ କୁମାର ବସନ୍ତିଆ, ରବିନ୍ଦ୍ର କୁମାର ପରିଡା ପ୍ରମୁଖ ଉପସ୍ଥିତ ରହି ତୁରନ୍ତ କେନ୍ଦ୍ର ଓ ରାଜ୍ୟ ସରକାର ସଲାକୁସ୍ତି କରି ଚାଷୀ, ଶ୍ରମିକ, ମହିଳା, ଛାତ୍ର ଯୁବକ ମାନଙ୍କ ଉପରେ ଜୋର ଜବରଦସ୍ତ ସମ୍ବିଧାନ ବିରୋଧୀ ନୀତି ଗୁଡିକ ଲଦି ଦେଉଛନ୍ତି । ଦର ଦାମ୍ ନିୟନ୍ତ୍ରଣ କରିବା ପରିବର୍ତେ ହୁ ହୁ ହୋଇ ଦର ଦାମ୍ ବଢି ଚାଲିଛି । ଏହାକୁ ପ୍ରତିରୋଧ କରିବା ସହିତ ତୁରନ୍ତ କେନ୍ଦ୍ରାପଡାରେ ଦୀର୍ଘ ୪୫ ଦିନ ଧରି ଆନେ୍ଦାଳନ କରୁଥିବା ଲୋକ ମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ଓ କେନ୍ଦ୍ରାପଡା ଦେଇ ପ୍ୟାସେଞ୍ଜର ଟ୍ରେନ ଚାଲୁ କରିବା, ୨ ହଜାର ମେଟ୍ରିକ ଟନର ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା, ସମସ୍ତ ଚାଷୀଙ୍କ ଠାରୁ ସରକାରୀ ଦରରେ ଧାନ କ୍ରୟ କରିବା, ଭିତରକନିକା ଡାଙ୍ଗମାଳ କୁ ବ୍ୟାପକ ଉନ୍ନତ କରି ପର୍ଯ୍ୟଟନର ମାନ୍ୟତା ଦେବା ଆଦି ଦାବି ଗୁଡିକୁ ସଂଗଠିତ କରି ୨୩ ମାର୍ଚ୍ଚ ଭଗତ୍ ସିଂହଙ୍କ ସହିଦ ଦିବସରେ କେନ୍ଦ୍ରାପଡାରୁ ୫ ଶହ ସଂଗ୍ରାମୀ ସାଥୀ ଯୋଗ ଦେବାପାଇଁ ନିଷ୍ପତି ନିଆଯାଇଛି । ସଭା ଶେଷରେ ସାଥୀ ସୁହାନା ବେଗମ ଧନ୍ୟବାଦ ଅର୍ପଣ କରିଥିଲେ ।