ଯୋଗି ଆଦିତ୍ୟନାଥଙ୍କୁ ବମ୍‌ରେ ଉଡ଼ାଇଦେବା ଧମକ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କୁ ୫ ଦିନରେ ବମରେ ଉଡ଼ାଇଦେବା ଧମକ

ଯୋଗି ଆଦିତ୍ୟନାଥଙ୍କୁ ବମ୍‌ରେ ଉଡ଼ାଇଦେବା ଧମକ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କୁ ୫ ଦିନରେ ବମରେ ଉଡ଼ାଇଦେବା ଧମକ । ଏପରି ଅଭାବନୀୟ କାଣ୍ଡ ଘଟାଇଥିବା ଯୁବକ ଗିରଫ । ତେବେ ସେ ଉତ୍ତରପ୍ରଦେଶ ମଲାବା ବୁଜର୍ଗ ଗାଁର ଅନିରୁଦ୍ଧ ପାଣ୍ଡେ ବୋଲି ଜଣାଯାଇଛି । ସେ ଏକ ଘରୋଇ କଲେଜରେ ଏଲଏଲବି ଦ୍ୱିତୀୟ ବର୍ଷର ଛାତ୍ର ଥିଲେ।

ମାତ୍ର ରାତାରାତି ଫେମସ ହେବାକୁ ସେ ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି।

ସେ ୟୁପି ମୁଖ୍ୟମନ୍ତ୍ରୀଙ୍କୁ ୫ ଦିନରେ ବୋମାରେ ଉଡ଼ାଇଦେବା ନେଇ ସୋଶିଆଲ ମିଡିଆରେ ଏନେଇ ସେ ପୋଷ୍ଟ କରିଥିଲେ । ଏହାକୁ ୟୁପି ପୁଲିସ୍, ଜିଲ୍ଲାପାଳ ଓ STF ସହ ଟ୍ୟାଗ୍ କରିଥିଲେ। ଏହାପରେ ତୁରନ୍ତ ୟୁପି ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହାପରେ ତୁରନ୍ତ ଅନିରୁଦ୍ଧଙ୍କୁ ଘରୁ ଉଠାଇ ନେଇଥିଲା ପୁଲିସ୍। ସେଠାରେ ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।