ଓଡ଼ିଶାରେ ହେବ ୨ଟି ପାୱାର ପ୍ଲାଣ୍ଟ୍‌

ଓଡ଼ିଶାରେ ସ୍ଥାପନ ହେବାକୁ ଯାଉଛି ଦୁଇଟି ନୂଆ ଥର୍ମାଲ୍‌ ପାୱାର ପ୍ଲାଣ୍ଟ୍‌

ଓଡ଼ିଶାରେ ହେବ ୨ଟି ପାୱାର ପ୍ଲାଣ୍ଟ୍‌

ଓଡ଼ିଶାରେ ସ୍ଥାପନ ହେବାକୁ ଯାଉଛି ଦୁଇଟି ନୂଆ ଥର୍ମାଲ୍‌ ପାୱାର ପ୍ଲାଣ୍ଟ୍‌। ଏନ୍‌ଏଲ୍‌ସି ଇଣ୍ଡିଆ ଓ ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌ ପକ୍ଷରୁୁ ଏହି ଦୁଇ କାରଖାନା ସ୍ଥାପନ କରାଯିବ। ଏନ୍‌ଏଲ୍‌ସି ଇଣ୍ଡିଆ ଓଡ଼ିଶାର ତଲାବିରାରେ ଏକ ୨୪୦୦ ମେଗାୱାଟ୍‌ର ପାୱାର ପ୍ଲାଣ୍ଟ୍‌ ସ୍ଥାପନ କରିବାକୁ ଯୋଜନା ରଖିଛି। ଚଳିତ ବର୍ଷ ଶେଷ ସୁଦ୍ଧା କାରଖାନାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୨୮ ସୁଦ୍ଧା ଶେଷ ହେବ।

କୋଇଲା ଖଣି ପାଖାପାଖି ଅଞ୍ଚଳରେ ସ୍ଥାପନ କରାଯିବାକୁ ଥିବା ଏହି ପାୱାର ପ୍ଲାଣ୍ଟ୍‌ରେ କଂପାନି ୧୯,୪୨୨ କୋଟି ଟଙ୍କା ବିନିଯୋଗ କରିବ। ଉତ୍ପାଦିତ ବିଜୁଳିରୁ ୧୪୫୦ ମେଗାୱାଟ୍‌କୁ ତାମିଲନାଡୁ, ୧୦୦ ମେଗାୱାଟ୍‌ ପୁଡୁଚେରୀକୁ ଓ ୪୦୦ ମେଗାୱାଟ୍‌ କେରଳକୁ ପ୍ରଦାନ କରାଯିବ। ସେହିପରି କୋଲ୍ ଇଣ୍ଡିଆର ସହାୟକ ସଂସ୍ଥା ମହାନଦୀ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌) ପକ୍ଷରୁ ବସୁନ୍ଧରା ଖଣି ନିକଟରେ ଏକ ୧୬୦୦ ମେଗାୱାଟ୍‌ କ୍ଷମତାର ଥର୍ମାଲ୍ ପାୱାର ପ୍ଲାଣ୍ଟ୍‌ ସ୍ଥାପନ କରାଯିବ। ସେଥିରେ ୮୦୦ ମେଗାୱାଟ୍‌ର ୨ଟି ୟୁନିଟ୍‌ ରହିବ। ପ୍ଲାଣ୍ଟ୍‌ ନିର୍ମାଣରେ ୧୫,୯୪୭ କୋଟି ଟଙ୍କା ବିନିଯୋଗ ହେବ।