ବିଜେଡି କର୍ମୀଙ୍କୁ ହତ୍ୟା ଅଭିଯୋଗ, ୨ ଅଟକ
ବିଜେଡି କର୍ମୀଙ୍କୁ ହତ୍ୟା ଅଭିଯୋଗ

ବିଜେଡି କର୍ମୀଙ୍କୁ ହତ୍ୟା ଅଭିଯୋଗ। ସଂଘବଦ୍ଧ ଆକ୍ରମଣରେ ବିଜେଡି କର୍ମୀ ମଧୂସୁଦନ ବିଷୋୟୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା ଶେରଗଡ ନନ୍ଦିନୀ ସେତୁ ଉପରେ ତାଙ୍କୁ ହତ୍ୟା କରାଯାଇଛି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।
ସୂଚନା ଅନୁସାରେ ଗତକାଲି ମଧୁ ନିଜର ସହଯୋଗୀ କୃଷ୍ଣ ନାୟକଙ୍କ ସହ ଶେରଗଡ଼କୁ କୌଣସି କାମରେ ଯାଇଥିଲେ । କାମ ଶେଷ ହେବା ପରେ ନିଜ ଗାଁ କୁମାରପାଣିକୁ ବାଇକରେ ଫେରୁଥିବା ବେଳେ ତାଙ୍କୁ ସଂଘବଦ୍ଧ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଆକ୍ରମଣ ପରେ ମଧୁ୍ଙ୍କୁ ପୋଲ ତଳକୁ ଫୋପାଡ଼ି ଦେଇଥିଲେ ଆକ୍ରମଣକାରୀ।
ମଧୁଙ୍କ ସହଯୋଗୀ କୃଷ୍ଣ ନିଜ ଜୀବନ ବଞ୍ଚାଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ଗୁରୁତର ଅବସ୍ଥାରେ ପୋଲ ତଳେ ମଧୁ ଛଟପଟ ହେଉଥିବା ବେଳେ କିଛି ଲୋକ ତାଙ୍କୁ ଉଦ୍ଧାର କରି ଶେରଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।