ବଢିଲା ପ୍ରତାପ ଜେନାଙ୍କ ଅଡୁଆ

ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମଡର କେସ ର ନୂଆ ମୋଡ ନେଇଛି

ବଢିଲା ପ୍ରତାପ ଜେନାଙ୍କ ଅଡୁଆ

ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମଡର କେସ ର ନୂଆ ମୋଡ ନେଇଛି ।ସୂଚନା ମୁତାବକ ଆବାସ କେଳେଙ୍କାରୀ ର ମହା ଖୁଲାସା କରିଥିବା ଦିବ୍ୟସିଂହ ବରାଳ ଓ କୁଳମଣୀ ବରାଳ ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା ।ଏହି ହତ୍ୟା ରେ ପୂର୍ବତ୍ତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ପ୍ରତାପ ଜେନା ଙ୍କ ନାମ ୧୩ ନମ୍ବର ମୁଦାଲା ରେ ଥିଲା ।ବାହୁବଳୀ ବିଧାୟକଙ୍କ ଚାପରେ ପୋଲିସ ତାଙ୍କ ନାଁ କୁ ଚାରସିଟ ରୁ କାଟିଦେଇଥିଲା ।ଏଥିରେ କୁଳମଣି ବରାଳ ଙ୍କ ପୁଅ ରମାକାନ୍ତ ବରାଳ ସାଲେପୁର ଜେଏମ ଏଫ ସି କୋଟ ରେ କେଶ ଦାୟର କରିଥିଲେ ।ଘଟଣା ଟି ଘଟିଥିଲା ମାହାଙ୍ଗା ଡବଲ ମଡ଼ର ୨୦୨୧ଜାନୁଆରୀ ମାସରେ l ଏହି ଘଟଣାରେ ସମ୍ପୃକ୍ତି ଥିବା ପ୍ରଫୁଲ୍ଲ ବିଶ୍ୱଳ ଙ୍କୁ ପରେ ମଧ୍ୟ୍ୟ ମାରିଦିଆଯାଇଥିଲା l 

ଏତଲା ହେଲା ୧୩ଜଣକ ନାମ ରେ ଗିରଫ ହେଲେ ୯ଜଣ ପ୍ରତାପ ଜେନା ଙ୍କ ନାମକୁ ପୋଲିସ ଚାରସିଟ ରୁ କାଟିଦେଥିଲା l ପରେ ପ୍ରୋଟେଷ୍ଟ ଫାଇଲ କଲେ ରମାକାନ୍ତ ୨୦୨୧ ସପ୍ଟେମ୍ବମର ମାସରେ ମୋବଇଲ ସୀଡୀଆର କଲ ପାଇଁ ସିଡିଆର ଦେଖାଇ ୨୦୨୨ ମସିହା ରେ ପୁଣି ପ୍ରୋଟେଷ୍ଟ ପିଟିସନ ରମାକାନ୍ତ ବରାଳ କଲେ ୨୦୨୩ଜାନୁଆରୀ ମୃତ୍ୟୁ ହେଲା ରମାକାନ୍ତ ବରାଳଙ୍କର ଙ୍କର ।ପରେ ତାଙ୍କ ସାନ ଭାଇ ରଞ୍ଜିତ ବରାଳ ୨୦୨୩ ପୁଣି କେଶ କଲେ ୨୦୨୩ମାର୍ଚ୍ଚ ରେ ସାକ୍ଷୀ ଆରମ୍ବ ହେଲା ଟୋଟାଲ ୫ଜଣ ଙ୍କର ଜେଏମ ଏଫ ସି କୋର୍ଟ କୁ ସିଡିଆର ଦେଖାଇଲେ ପ୍ରତାପ ଜେନା କଥା ହୋଇଥିଲେ ଫୋନ ରେ ଅଭିଯୁକ୍ତ ମାନଙ୍କ ସହ ।ଆଜି ଏହି ହତ୍ୟା ଘଟଣାରେ ସାଲେପୁର jmfc କୋଟ ପ୍ରତାପ ଜେନାଙ୍କ ବି ରୁଦ୍ଧରେ ଦଫା ୩୦୨,୫୦୬,୧୨୦-B ଲଗାଇ ଦୋଷୀ ସାବ୍ୟସ୍ତ କରି ଭୁବନେଶ୍ୱର ସ୍ପେଶାଲ କୋଟ କୁ କେଶଟିକୁ ପଠାଇଥିବା ରଞ୍ଜିତ ଙ୍କ ଓକିଲ କହିଛନ୍ତି l

ସାଲେପୁର ରୁ ଉଦିତ ନାରାୟଣ ମାହୁନ୍ତ ଙ୍କ ରିପୋର୍ଟ ଓଏନ୍ଏମ ନ୍ୟୁଜ