ବିଜେପି ବିଧାୟକ ଦଳ ବୈଠକ, ସରକାରଙ୍କୁ ଘେରିବାକୁ ଦଳର ରଣନୀତି

ଶେଷ ହେଲା ବିଜେପି ବିଧାୟକ ଦଳ ବୈଠକ । ବିଧାନସଭାରେ ପରିକ୍ରମା ପ୍ରକଳ୍ପରେ ୪୨୦୦ କୋଟିର ହିସାବ ମାଗିବ ବିଜେପି। ଏନେଇ ବିଧାନସଭା ଅଧିବେଶନ ପୂର୍ବରୁ ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଛି।

ସେହିପରି ଅର୍ପଣ ରଥ ବୁଲାଇ ଜଗନ୍ନାଥଙ୍କୁ ଅପମାନ କଥା ବି ତ ବିଧାନସଭାରେ ଉଠାଇବ ବିଜେପି। ନୂଆ ଓ କାର୍ୟ୍ୟକ୍ରମ କରି ଶିକ୍ଷା ବ୍ୟବସ୍ଥାକୁ ସରକାର ନଷ୍ଟ କରି ସାରିଲେଣି ରାଜ୍ୟ ସରକାର । ଏ ପ୍ରସଙ୍ଗକୁ ନେଇ ବି ସରକାରଙ୍କୁ ଘେରିବ ବିଜେପି। ଶେଷ ଅଧିବେଶନ ଯୋଗୁଁ  ୫ ବର୍ଷର ହିସାବ ବିକାଶ ମଗାଯିବା ସହ ଏହି ଅଧିବେଶନରେ ସରକାରଙ୍କ ଦୁର୍ନୀତି ଭ୍ରଷ୍ଟାଚାର ଚିତ୍ର ଲୋକଙ୍କୁ ଦେଖେଇବୁ ବୋଲି କହିଛି ବିଜେପି । ଏହା ସହ ମଦ ବେପାରୀଙ୍କ ଠାରୁ ୪୦୦ କୋଟି ଜବତ ଘଟଣା । ମଦ ବିକ୍ରିକୁ ପ୍ରୋତ୍ସାହନ ଯୋଗୁଁ ଅପରାଧ ବୃଦ୍ଧି ହୋଇଛି । ଗରିବ, ଚାଷୀଙ୍କୁ ସରକାରଙ୍କ ଶୋଷଣ, ଧାନ ବିକ୍ରି ଅବ୍ୟବସ୍ଥା କଥା ବି ଗୃହରେ ଉଠିବ।