ନାବାଳିକା ଅପହରଣ ନେଇ ଏସପି ଙ୍କୁ ଭେଟିଲେ ପରିବାର
ନାବାଳିକା ଅପହରଣ ଘଟଣା ର କାର୍ଯ୍ୟାନୁଷ୍ଠାନ ନେଇ ଏସପି ଙ୍କୁ ଭେଟିଲେ ପରିବାର ଲୋକେ

ଚକାପାଦ /:-କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର କଖାରୁଝୋଲା ର ଜୋରସାହି ର ତେର ବର୍ଷ ର ନାବାଳିକା ଝିଅ ପ୍ରିୟଲକ୍ଷ୍ମୀ ଗଣ୍ଡା କୁ ଗତ ଦୁଇମାସ ହେଲା କେହି ଦୁର୍ବୃତ ଅପହରଣ କରି ନେଇଥିବା ତା ବାପା, ମା ଅଭିଯୋଗ କରିଥିଲେ । ଏ ନେଇ ଚକାପାଦ ଥାନା ରେ ଲିଖୁତ ଅଭିଯୋଗ କଲା ପରେ ଏବଂ ବାରମ୍ବାର କନ୍ଧମାଳ ଏସ ପି ଏବଂ ଜି.ଉଦୟଗିରି ଏସଡି ପି ଓ ଙ୍କୁ ସାକ୍ଷାତ କରିବା ପରେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ କରିଛନ୍ତି । ଓଲଟା ଚକାପାଦ ଥାନା ଅଧିକାରୀ ତାଙ୍କ ବାପା ମା ଙ୍କୁ ବାରମ୍ବାର ଥାନା କୁ କାହିଁକି ଆସୁଛ କହି ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ଝିଅର ବାପା ମା | ଆଜି ଯୁବ ନେତା ତଥା କେ ସି ୱାଇପି ର ସଭାପତି ଶିବାଶିଷ ପଣ୍ଡା ଙ୍କ ନେତୃତ୍ବରେ ଝିଅ ର ବାପା,ମା ଙ୍କ ସହିତ ଯାଇ କନ୍ଧମାଳ ଏସପି ଙ୍କୁ ପୁନର୍ବାର ସାକ୍ଷାତ କରି ଏ ଘଟଣା କୁ ଗୁରୁତ୍ବର ସହିତ ନେବାକୁ ଦାବି କରିଥିଲେ ।
ଏସପି ଶୁଭେନ୍ଦୁ ପାତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି । କନ୍ଧମାଳ ଜିଲ୍ଲାରୁ ସାନୁଜ ବେହେରା ରିପୋର୍ଟ