ଏଣିକି ସମସ୍ତ ସ୍କୁଲ, କଲେଜ ଅଫିସରେ 'ହାତଧୂଆ କେନ୍ଦ୍ର' ସ୍ଥାପନ ବାଧ୍ୟତାମୂଳକ ହେବ

ଏଣିକି ସମସ୍ତ ସ୍କୁଲ, କଲେଜ ଅଫିସରେ 'ହାତଧୂଆ କେନ୍ଦ୍ର' ସ୍ଥାପନ ବାଧ୍ୟତାମୂଳକ ହେବ

କେବଳ ହାତକୁ ସାଧାରଣ ଭାବେ ଧୋଇବା ଯଥେଷ୍ଟ ନୁହେଁ। ରୋଗ ଦାଉରୁ ରକ୍ଷା ପାଇବା ଏବଂ ରୋଗ ବ୍ୟାପିବାର ଆଶଙ୍କାକୁ କମାଇବା ପାଇଁ ହାତକୁ ଭଲ ଭାବରେ ସାବୁନ ବା ହ୍ୟାଣ୍ଡ ଓ୍ୱାସ୍ ସାହାଯ୍ୟରେ ଭଲ ଭାବରେ ଧୋଇବା ଜରୁରୀ। ସଠିକ୍ ଭାବରେ

ହାତଧୁଆ କୋଭିଡ୍ ସଂକ୍ରମଣକୁ କମାଇବା ସହିତ ମୃତ୍ୟୁ ସଂଖ୍ୟାକୁ ବହୁ ମାତ୍ରାରେ ହ୍ରାସ କରିବାରେ ସଫଳ ହୋଇଥିଲା।

ସଠିକ୍ ଭାବରେ ହାତ ଧୂଆ ପାଇଁ ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଆଦି ସମ୍ପୃକ୍ତ ବିଭାଗ ଦ୍ୱାରା ବିଭିନ୍ନ ସମୟରେ ସଚେତନ କରାଯାଉଛି। ଏବେ ଏହି ପ୍ରକ୍ରିୟାକୁ ସୁନିଶ୍ଚିତ କରିବାକୁ ୟୁନିସେଫ ଦେଶବ୍ୟାପୀ ରୋଡ୍ ମ୍ୟାପ୍ ପ୍ରସ୍ତୁତି କରୁଛି।

ଓଡିଶାରୁ ପ୍ରଥମେ ଏହି ରୋଡମ୍ୟାପ୍ ଆରମ୍ଭ କରାଯାଇଥିବା ସଂପର୍କରେ ଗୁରୁବାର ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂଣ୍ଣ ବୈଠକରେ ୟୁନିସେଫ୍ ତରଫରୁ ସୂଚନା ଦିଆଯାଇଛି।

ଲୋକସେବା ଭବନରେ ଅନୁଷ୍ଠିତ ଏହି ସମନ୍ୱୟ ଏବଂ ପରାମର୍ଶ ବୈଠକରେ ସମ୍ପୃକ୍ତ ସମସ୍ତ ବିଭାଗର ସମନ୍ୱୟରେ ଏହି କାର‌୍ୟ୍ୟ ସୁସଂପାଦନ ପାଇଁ ଉନ୍ନୟନ କମିଶନର ପରାମର୍ଶ ଦେଇଛନ୍ତି। ୟୁନିସେଫ କ୍ଷେତ୍ର ମୁଖ୍ୟ ଉଇଲିୟମ୍ ହାନଲୋନ ଜେଆର, ୟୁନିସେଫ୍ ଓ୍ୱାସ୍ - ସିସିଇସ୍ ବିଶେଷଜ୍ଞ ସିପ୍ରା ସକ୍ସେନା ପ୍ରମୁଖ ଯୋଗଦେଇ ଓଡିଶାରେ ହାତ ଧୁଆ(ହ୍ୟାଣ୍ଟ ହାଇଜିନ) ରୋଡ୍ ମ୍ୟାପ୍ ପ୍ରସ୍ତୁତି ସମ୍ପର୍କରେ ବିଶଦ୍ ଭାବେ ଆଲୋକପାତ କରିଥିଲେ।

ହାତ ଧୁଆ ଭଳି ପରିଚ୍ଛନ୍ନତା ରକ୍ଷା, କମ୍ ଖର୍ଚ୍ଚରେ ହେଉଥିବା ଏକ ସ୍ୱାସ୍ଥ୍ୟ ରକ୍ଷା ବ୍ୟବସ୍ଥା। କିନ୍ତୁ ସଚେତନତା ଅଭାବରୁ ଏହି ଅଭ୍ୟାସ ନକରାଯିବା ଫଳରେ ବହୁ ସଂକ୍ରାମକ ରୋଗ ବ୍ୟାପୁଛି। ମିଳିତ ଜାତିସଂଘର ପୋଷଣୀୟ ବିକାଶ ଲକ୍ଷ୍ୟ ହାସଲ କରିବାରେ ସ୍ୱାସ୍ଥ୍ୟ ରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଥିବା ବେଳେ ବିଦ୍ୟାଳୟରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏପରିକି ଘରେ ଘରେ ପ୍ରତ୍ୟେକ ଜନସାଧାରଣଙ୍କୁ ସାବୁନରେ ହାତ ସଫା କରିବା ଓ ଏଥିପାଇଁ ଭବିଷ୍ୟତରେ ସମ୍ଭାବ୍ୟ ମହାମାରୀକୁ ଦୂର କରିବାକୁ ହେଲେ ଏବେଠାରୁ ଉନ୍ନତ ହାତ

ପରିଚ୍ଛନ୍ନତା ନିମନ୍ତେ ପ୍ରସ୍ତୁତି ଓ ପ୍ରତିକ୍ରିୟା ଯୋଜନାର ଆବଶ୍ୟକତା ରହିଛି।

ଭାଗିଦାରିଭିତ୍ତିକ ସମାଧାନ, ବଜେଟ୍ ରେ ନିର୍ଦ୍ଦିଷ୍ଟ ଭାବେ ଅର୍ଥ ଆବଣ୍ଟନ ସହ ପାରସ୍ପରିକ ସୁସମନ୍ୱୟ, ଆକର୍ଷଣୀୟ ଓ ଅଭିନବ ଢଙ୍ଗରେ ଶିଶୁ ଓ ଛାତ୍ରଛାତ୍ରୀମାନଙ୍କୁ ବାର୍ତ୍ତା ପ୍ରଦାନ, ନିୟମିତ ଉତ୍ସାହ ଓ ତଦାରଖ ବ୍ୟବସ୍ଥା ସଠିକ୍ ହାତଧୁଆ ସଂପର୍କରେ ଉତ୍ତମ ଅଭ୍ୟାସଗୁଡ଼ିକର ସକରାତ୍ମକ ପ୍ରଚାର ପ୍ରସାର ଏ କ୍ଷେତ୍ରରେ ସହାୟକ ହୋଇପାରିବ।