କଲ୍ୟାଣୀ ସେବା ଟ୍ରଷ୍ଟ ମହାନତା

ଅସହାୟ ରୋଗୀ ଙ୍କୁ କଲ୍ୟାଣୀ ସେବା ଟ୍ରଷ୍ଟ ପକ୍ଷରୁ ସହଯୋଗ l

କଲ୍ୟାଣୀ ସେବା ଟ୍ରଷ୍ଟ ମହାନତା

ସୁବର୍ଣ୍ଣପୁର,,08/8/23,ବ୍ରେନ ଟ୍ୟୁମର ରେ ପୀଡ଼ିତ କଲିକତା ମେଦିନପୁରର ୧୯ବର୍ଷୀୟ ବାଳକ ନନ୍ଦ ଦୁଲାଲଙ୍କର ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଅପରେସନ ହେବ l ଏକମାସ ପୂର୍ବରୁ ନନ୍ଦ ଦୁଲାଲଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, l ସେଠାରେ ଡାକ୍ତର ପରୀକ୍ଷା  କଲାପରେ ଜଣା ପଡିଥିଲା କି ନନ୍ଦ ଦୁଲାଲ ବ୍ରେନ ଟ୍ୟୁମର ରେ ପୀଡିତ l ଡାକ୍ତର ଅପରେସନ କରିବା ପାଇଁ ପରାମର୍ଶ ଦେଇଥିଲେ l ନନ୍ଦ ଦୁଲାଲଙ୍କୁ ବ୍ରେନ ଟ୍ୟୁମର ହୋଇଛି ଓ ତାଙ୍କୁ ଅପରେସନ କରାଯିବା କଥା ଡାକ୍ତରଙ୍କ ଠାରୁ ଶୁଣିବା ପରେ ପୁଅର ଅପରେସନ କେମିତି କରାଯିବ ସେକଥା ଚିନ୍ତାକରି ତାଙ୍କ ମାଆ ହଠାତ ଆଶ୍ଚର୍ଯ୍ୟ ହୋଇ ମାନସିକ ଭାରସାମ୍ୟ ହରାଇ ଚିନ୍ତାରେ ପଡିଗଲେ l ସେହି ସମୟରେ  କଲ୍ୟାଣୀ ସେବା ଟ୍ରଷ୍ଟର ଚେୟାରମ୍ୟାନ ଶ୍ରୀମତୀ ଗୀତା ବିଶ୍ୱାସଙ୍କୁ ହଠାତ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା,l ସେ ବ୍ୟକ୍ତି ଜଣଙ୍କ କହିଥିଲେ କି କଲିକତାର ମେଦିନିପୁରର ନନ୍ଦ ଦୁଲାଲ ନାମକ ଜଣେ ବାଳକ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି l ତାଙ୍କୁ ବ୍ରେନ ଟ୍ୟୁମର ହୋଇଛି ଓ ତାହା ଜଣାପଡିବା ପରେ ତାଙ୍କୁ ଅପରେସନ କରାଯିବ ବୋଲି ଡାକ୍ତର କହିଛନ୍ତି l ତାଙ୍କର ଏଠାରେ କେହି ନାହାଁନ୍ତି,l କେବଳ ତାଙ୍କ ମାଆ ତାଙ୍କ ପାଖରେ ଅଛନ୍ତି l , ଆପଣ ତାଙ୍କୁ କିଛି ସାହାଯ୍ୟ କରନ୍ତୁ l ଏହି ଖବର ପାଇ ତୁରନ୍ତ ଏମ୍ସ ହସ୍ପିଟାଲରେ ଯାଇ ନନ୍ଦ ଦୁଲାଲଙ୍କ ପାଖରେ ପହଞ୍ଚିଥିଲେ ଏହି ସଂଗଠନର ଚେୟାରମ୍ୟାନ ଶ୍ରୀମତୀ ଗୀତା ବିଶ୍ୱାସ l ତାଙ୍କ ମାଆଙ୍କ ସହିତ କଥା ହେଲା ପରେ ଜାଣିବାକୁ ପାଇଥିଲେ କି ସେ ବହୁତ ଅଭାବୀ ପରିବାରର l ପୁଅର ଅପରେସନ କେମିତି ହେବ ଚିନ୍ତା କରି ତାଙ୍କ ମାଆ ମାନସିକ ସ୍ତରରେ ବହୁତ ଭାଙ୍ଗି ପଡିଥିଲେ l ତାଙ୍କ ମାଆଙ୍କୁ ବୁଝାଇ ସାହାସ ଦେଇ କହିଥିଲେ କି ଆମେ ଆଜିଠାରୁ ତୁମ ସହିତ ଅଛୁ  ଓ ତୁମ ପୁଅର ଅପରେସନ ଦାୟିତ୍ୱ ଆମେ ବୁଝିବୁ କହି ତୁରନ୍ତ ଡାକ୍ତରଙ୍କୁ ସାକ୍ଷାତ କରିଥିଲେ l ଡାକ୍ତର ଙ୍କ ସହ କଥା ହେବା ପରେ,  ଚେୟାରମ୍ୟାନ ଶ୍ରୀମତୀ ଗୀତା ବିଶ୍ୱାସ ସେହିଦିନ ଦୁଇଟି ରକ୍ତ ଯୋଗାଡ଼ କରି ରଖିଲେ ଓ ଡାକ୍ତରଙ୍କୁ କଥା ଦେଲେ କି ଅପରେସନ ଦିନ ଆଉ ଯାହା ରକ୍ତ ଆବଶ୍ୟକ ହେବ ଆମେ ଯୋଗାଇ ଦେବୁ l ସେହିଦିନ ଠାରୁ ପ୍ରତିଦିନ ହସ୍ପିଟାଲକୁ ଯାଇ ନନ୍ଦ ଦୁଲାଲଙ୍କ ସବୁ କଥା ଦେଖା ଶୁଣା କରିବା ସହିତ ଡାକ୍ତରଙ୍କ ସହ କଥା ବାର୍ତ୍ତା କରି ଆଜି ଅପରେସନ ପାଇଁ ଦିନଧାର୍ଯ୍ୟ କରାଯାଇଛି l ଆମେ ନିମିତ୍ତ ମାତ୍ର, ସମାଜର ଜଣେ ଜଣେ ସାଧାରଣ ମଣିଷ ହିସାବରେ କେବଳ ଆମେ ଆମର କର୍ତ୍ତବ୍ୟ ସମ୍ପାଦନ କରୁଛୁ l ଅଜଣା ଅଚିହ୍ନା ବାଳକ ନନ୍ଦ ଦୁଲାଲଙ୍କୁ ପ୍ରାଥମିକ ଚିକିତ୍ସା କରିବା ଠାରୁ ଆରମ୍ଭ କରି ଆଜି ଅପରେସନ କରିବା ପର୍ଯ୍ୟନ୍ତ କେବଳ ଭଗବାନଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ଭଲ ପାଇବା ପାଇଁ ଏସବୁ ସମ୍ଭବ ହୋଇପାରିଛି l ଆଜି ଭଗବାନଙ୍କ ନିକଟରେ  ଆମ ସମସ୍ତଙ୍କର ପ୍ରାର୍ଥନା ପୁଅ ନନ୍ଦ ଦୁଲାଲର ସଫଳ ଅସ୍ତ୍ରୋପଚାର ଅପରେସନ ସହ ଶୀଘ୍ର ସୁସ୍ଥ ହୋଇଯାଉ ଏହାହିଁ ଶୁଭ କାମନା ରଖିଛନ୍ତି ଏହି କଲ୍ୟାଣୀ ସେବା ଟ୍ରଷ୍ଟ l

ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର