5T ସଚିବଙ୍କ ସୋନପୁର ଜିଲ୍ଲା ଗସ୍ତ
ଆଜି 5T ସଚିବ ଭି. କେ ପାଣ୍ଡିଆନଙ୍କ ସୋନପୁର ଜିଲ୍ଲା ଗସ୍ତ । ପ୍ରଥମେ କୋଟସମଲାଇରେ ଓହ୍ଲାଇ ଜିଲାର ପ୍ରସିଦ୍ଧ ପର୍ୟ୍ୟଟନ କ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ରରେ ପହଞ୍ଚିବେ ।

ଆଜି 5T ସଚିବ ଭି. କେ ପାଣ୍ଡିଆନଙ୍କ ସୋନପୁର ଜିଲ୍ଲା ଗସ୍ତ । ପ୍ରଥମେ କୋଟସମଲାଇରେ ଓହ୍ଲାଇ ଜିଲାର ପ୍ରସିଦ୍ଧ ପର୍ୟ୍ୟଟନ କ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ରରେ ପହଞ୍ଚିବେ ।ପାତାଳୀ ଶ୍ରୀକ୍ଷେତ୍ରରେ ଉନ୍ନୟନ କାର୍ୟ୍ୟର ସମୀକ୍ଷା ପରେ ଉଲୁଣ୍ଡା ଖେଳ ପଡ଼ିଆରେ ଜନ ଶୁଣାଣି କାର୍ୟ୍ୟକ୍ରମରେ ଯୋଗ ଦେବେ । ସେଠାରୁ ସେ ଚଢ଼େଇପଙ୍କ ମେଗା ଉଠା ଜଳସେଚନ ପ୍ରକଳ୍ପ ବୁଲି ଦେଖିବା ପରେ ବିନିକା ପାପକ୍ଷୟ ଘାଟ ପରିଦର୍ଶନ କରିବେ । ପରେ ବାଉଁଶୁଣି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ବୁଲି ଦେଖିବାର କାର୍ୟ୍ୟକ୍ରମ ରହିଛି ।
ସେଠାରୁ ସେ ସୋନପୁର ସଦର ବ୍ଲକ ଖଲିଆପାଲିର ପ୍ରସିଦ୍ଧ ଭୀମଭୋଇ ସମାଧୀ ପୀଠ ବୁଲି ଦେଖିବା ପରେ ସାଗପାଲିର ଗଙ୍ଗାଧର ମେହେର ହାଇସ୍କୁଲ ପରିଦର୍ଶନ କରିବେ । ସୁବର୍ଣ୍ଣପୁର ରାମେଶ୍ବର ଷ୍ଟାଡିୟମରେ ମିଶନ ଶକ୍ତି ଗ୍ରୁପ ସହ ଆଲୋଚନା ପରେ ଇନଡୋର୍ ଷ୍ଟାଡିୟମରେ କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ।