କୋର୍ଟ କୁ ଆସିଥିବା ବେଳେ ଉଠାଇନେଲା ପୋଲିସ
ପୋଲିସ କୁ ନିସ୍ତୁକ ମାଡ ଘଟଣା,, କୋର୍ଟ କୁ ଆସିଥିବା ଜଣେ ଦିବ୍ୟାଙ୍ଗ ଓ ତାଙ୍କ ସମ୍ପର୍କୀୟ ଙ୍କୁ ଉଠାଇନେଲା ପୋଲିସ l

ସୁବର୍ଣ୍ଣପୁର,, 08/8/23, ସୁବର୍ଣ୍ଣପୁର ଜିଲ୍ଲା ସୁବଲୟା ଥାନା ଅନ୍ତର୍ଗତ ତିଲେଇମାଳ ଗାଁ ରେ ସୁବଲୟା ପୋଲିସ ର ଏ ଏସ ଆଇ ଙ୍କୁ ନିସ୍ତୁକ ମାଡ ଘଟଣାରେ ପୁର୍ବରୁ ଗିରଫ ହୋଇଥିବା କିଛି ବ୍ୟକ୍ତି ଜାମିନରେ ନେବାକୁ ଆସିଥିବା ଗାଁ ର କିଛି ବ୍ୟକ୍ତି ତାଙ୍କ ମଧ୍ୟରୁ ଜଣେ ଦିବ୍ୟାଙ୍ଗ ଓ ତାଙ୍କ ସମ୍ପର୍କୀୟ ଙ୍କୁ କୋର୍ଟ ସମ୍ଭୁଖ ରୁ ଉଠାଇ ନେଇଛି ସୁବଲୟା ପୋଲିସ । ସୂଚନା ଥାଉ କି ଗତ ଜୁନ ମାସ ୫ ତାରିଖ ଦିନ ଗୋଟିଏ ପରିବାର ର ଦୁଇ ଭାଇ ମଧ୍ୟରେ ମାଡ ଘଟଣା ର ତଦନ୍ତପାଇଁ ସୁବଳୟା ଥାନା ଏ ଏସ ଆଇ ଗୈାରହରି ମେହେର ଯାଇଥିଲେ l ହେଲେ ପୋଲିସ ତଦନ୍ତରେ ପକ୍ଷପାତିତା ଅଭିଯୋଗ କରିବା ସହିତ ମହିଳା ଙ୍କୁ ଖରାପ ବ୍ୟବହାର ଅଭିଯୋଗରେ ଗ୍ରାମବାସୀ ଏ ଏସ ଆଇ ଶ୍ରୀ ମେହେରଙ୍କୁ ଅତର୍କିତ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ବେଳେ ପୋଲିସ କର୍ମଚାରୀ ଜଣକ ଆହତ ହୋଇଥିଲେ । ଏ ନେଇ ସୁବଳୟା ଥାନା ରେ ଏକ ମାମଲା ରୁଜୁ ହୋଇ ରାତି ଅଧିଆ ଜିଲ୍ଲାର ୩ଟି ଥାନା କର୍ମଚାରୀ ଚଢାଉ କରି କିଛି ବ୍ୟକ୍ତି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଗତକାଲି ହାଜତରେ ଥିବା କିଛି ବ୍ୟକ୍ତି ଙ୍କୁ ଜାମିନ ନେବାକୁ ଆସିଥିବା ବେଳେ ଗାଁ ର ଦିବ୍ୟାଙ୍ଗ ରତ୍ନାକର ସ୍ତ୍ରୀ ନେପୁର କୁ ପୋଲିସ ଖରାପ ବ୍ୟବହାର ନେଇ ଏସଡିପିଓ ଓ ଏସ.ପିଙ୍କୁ ରତ୍ନାକର ଉକ୍ତ ସମୟରେ ଅଭିଯୋଗ କରିଥିଲେ । ତେବେ ଗତକାଲି ରତ୍ନାକର ଏବଂ ତାଙ୍କ ସମ୍ପର୍କୀୟ ଭାଇ ଖିରସିନ୍ଧୁ ଙ୍କୁ ସୁବଲୟା ପୋଲିସ ଏ ଏସ ଆଇ ସନ୍ତୋଷ ସିନ୍ଦିରିଆ ଗୋଡେଇ ଗୋଡେଇ ଧରିଥିଲେ ଏବଂ ତାଙ୍କ ସମ୍ପର୍କୀୟ ଙ୍କୁ ପୋଲିସ ଉଠେଇ ନେଇଥିଲା ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର