କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ମାନନୀୟା ସାଂସଦ ଙ୍କୁ ଦାବି ପତ୍ର ପ୍ରଦାନ

ରାଜ୍ୟ ରେ ୱ୍ବେବ୍ ଏବଂ ଡିଜିଟାଲ ମିଡିଆ କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟା ଏବଂ ଦାବି କୁ ଜାତୀୟ ସ୍ତରରେ ଉପସ୍ଥାପନା କରିବା ଉଦ୍ଦେଶ୍ୟରେ ଓଡିଶା ୱ୍ବେବ୍ ଆଣ୍ଡ୍ ଡିଜିଟାଲ୍ ମିଡ଼ିଆ ଆସୋସିଏସନ୍ ପକ୍ଷରୁ ଏକ ଆଠ ଜଣିଆ ନେତୃମଣ୍ଡଳୀ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।

କେନ୍ଦ୍ର ସରକାରଙ୍କ  ଉଦ୍ଦେଶ୍ୟରେ ମାନନୀୟା ସାଂସଦ ଙ୍କୁ ଦାବି ପତ୍ର ପ୍ରଦାନ

ଓଡ଼ିଶା ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତ ସାମ୍ବାଦିକମାନେ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ରେ ସମ୍ବାଦ ସଂଗ୍ରହ କରିଥାନ୍ତି। ଯଦିଓ ଏଥିପ୍ରତି ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ସୁରକ୍ଷା ପ୍ରତି ସେତେଟା ଗୁରୁତ୍ୱ ଦେଉନାହାଁନ୍ତି ସେଥିପାଇଁ ଅଧିକାଂଶ ସମୟରେ ସମ୍ବାଦ ସଂଗ୍ରହ କରିବାକୁ ଯାଇ ସାମ୍ବାଦିକ ମାନେ ଆକ୍ରମଣ ର ଶିକାର ହୋଇଥାନ୍ତି। ଏନେଇ ବାରମ୍ବାର ଖବର ପ୍ରସାରଣ ହୋଇଥିଲେ ମଧ୍ୟ ତାହା କେବଳ ଚିରାଚରିତ ଢ଼ଙ୍ଗରେ ଶୀତଳ ଭଣ୍ଡାର କୁ ପଳାଇ ଯାଇଥାଏ। ନା ଏଥି ପ୍ରତି ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତି ନା ପ୍ରଶାସନ ଆନ୍ତରିକତା ଦେଖାଇଥାଏ। ଯାହା ଫଳରେ ଆକ୍ରମଣକାରୀ ମାନେ ସେମାନଙ୍କ ଦୌରାତ୍ମ ଦିନ କୁ ଦିନ ବୃଦ୍ଧି କରି ଚାଲିଛନ୍ତି। କିନ୍ତୁ ଅପରପକ୍ଷେ ସାମ୍ବାଦିକ ମାନଙ୍କ ର ମନୋବଳ ଦୃବଳ ହେବା ସହ ଜୀବନ ପ୍ରତି ମଧ୍ୟ ବିପଦ ଦେଖା ଦେଇଥାଏ। ଖାଲି ସେତିକି ନୁହେଁ ଏଥିରେ ପୁଣି ରାଜ୍ୟ ରେ କାର୍ଯ୍ୟ କରୁଥିବା କେତେକ ସାମ୍ବାଦିକ ସଂଘ କେବଳ ନିନ୍ଦା ପ୍ରସ୍ତାବ ଆଗତ କରି ଚୁପ୍ ରହିଥାନ୍ତି ଯାହାକୁ ନେଇ ରାଜ୍ୟ ସାମ୍ବାଦିକ ମାନଙ୍କ ମହଲରେ ଏକ ଅକୁହା ବେଦନା ମନରେ ଦାନା ବାନ୍ଧୁଛି। ଏସବୁ ପରିସ୍ଥିତି କୁ ହୃଦୟଙ୍ଗମ କରି  ରାଜ୍ୟ ରେ ଗଢି ଉଠିଥିବା ଓଡିଶା ୱ୍ବେବ୍ ଆଣ୍ଡ୍ ଡିଜିଟାଲ୍ ମିଡ଼ିଆ ଆସୋସିଏସନ୍ ପକ୍ଷରୁ ଓଡ଼ିଶା ରେ ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ସମସ୍ୟା ନେଇ ଜାତୀୟ ସ୍ତରରେ ଉପସ୍ଥାପନା କରିବା ଉଦ୍ଦେଶ୍ୟରେ ଏକ ଦାବି ପତ୍ର ସ୍ଥାନୀୟ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ମହୋଦୟ ଙ୍କୁ ପ୍ରଦାନ କରାଯାଇଛି।

ଏଥିସହ ମାନ୍ୟବର ସାଂସଦଙ୍କ ସହିତ ଆସୋସିଏସନ୍ ପକ୍ଷରୁ ସଭାପତି ଅମୂଲ୍ୟ କୁମାର ଜେନା ଙ୍କ ନେତୃତ୍ବରେ ଯାଇଥିବା ଆଠ ଜଣିଆ ନେତୃମଣ୍ଡଳୀ ଙ୍କ ସହ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ରେ ସାମ୍ବାଦିକ ମାନଙ୍କ ସମସ୍ୟା ନେଇ ଆଲୋଚନା କରାଯାଇଥିଲା। ଯାହାକୁ ହୃଦୟଙ୍ଗମ କରି ମାନନୀୟା ସାଂସଦ ଏହାକୁ ଜାତୀୟ ସ୍ତରରେ ଉପସ୍ଥାପନା କରିବା ସହିତ ଖୁବ୍ ଶୀଘ୍ର ଏହା ଉପରେ ବିଚାର ବିମର୍ଷ କରାଯାଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା ଉପରେ ଯାହା କରାଯାଇ ପାରିବ ସରକାର ନିଶ୍ଚିନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ତେବେ ଏନେଇ ଓଡିଶା ୱ୍ବେବ୍ ଆଣ୍ଡ୍ ଡିଜିଟାଲ୍ ମିଡ଼ିଆ ଆସୋସିଏସନ୍ ପକ୍ଷରୁ ସାଂସଦ ଙ୍କ କୃତଜ୍ଞତା ଜ୍ଞାପନ କରାଯାଇଛି।