ରାଜଧାନୀରେ ଗୁଣି ଗାରେଡ଼ି
ରାଜଧାନୀରେ ଚାଲିଥିଲା ଗୁଣି ଗାରେଡ଼ି । ଘର ଭିତରେ ଚାରି ଆଡେ଼ ଗାତ ଖୋଳି ଚାଲିଥିଲା ତନ୍ତ୍ର ପୂଜା
ରାଜଧାନୀରେ ଚାଲିଥିଲା ଗୁଣି ଗାରେଡ଼ି । ଘର ଭିତରେ ଚାରି ଆଡେ଼ ଗାତ ଖୋଳି ଚାଲିଥିଲା ତନ୍ତ୍ର ପୂଜା । ଘର ମାଲିକ ନିଜ ସାଙ୍ଗ ର ଜଣେ ବନ୍ଧୁ ଙ୍କୁ ସେହି ଘରେ ରହିବାକୁ ଦେଇଥିଲେ । ପରବର୍ତ୍ତୀ ସମୟ ରେ ଘର ମାଲିକ ସେହି ଘରୁ ଧୂଆଁ ବାହାରୁଥିବା ଦେଖିଥିଲେ । ଏହା ପରେ ସେ ଘର ଚେକ୍ କରିବା ସମୟରେ ଘର ଭିତରେ ଗୁଣି ଗାରେଡ଼ି ଓ ତନ୍ତ୍ର ପୂଜା ହେଉଥିବା ଦେଖିବାକୁ ପାଇଥିଲେ । ଚର୍ଚିଲ କାନୁନଗୋ ନାମକ ବ୍ୟକ୍ତି ଏହି ତନ୍ତ୍ର ପାଠ କରୁଥିବା ନେଇ ଅଭିଯୋଗ ଆଣିଲେ ଘର ମାଲିକ ଅଫିସ୍ କରିବେ ବୋଲି କହି ତନ୍ତ୍ର ସାଧନା କରୁଥିଲେ । ଅନେକ ଝିଅ ଓ ମହିଳା ମାନେ ଏହି ସ୍ଥାନକୁ ଆସୁଥିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା । ଚର୍ଚ୍ଚିଲ କୁ ଏନେଇ ପଚାରିବାରୁ ସେ ତାଙ୍କ ସାଧନାରେ ଅସୁବିଧା ସୃଷ୍ଟି କଲେ ତନ୍ତ୍ର ଜରିଆରେ ଭସ୍ମ କରିଦେବାର ଭୟ ମଧ୍ୟ ଦେଖାଇଥିଲେଭୟରେ ଆଉ କିଛି କରି ନଥିଲେ ଘର ମାଲିକ । ବର୍ତ୍ତମାନ ଏହାର ତଦନ୍ତ ଜାରି ରଖୁଛି ପୋଲିସି ।








