ମାର୍ଚ୍ଚରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ

ଆଗାମୀ IPL 2024 ସିଜିନକୁ ନେଇ ଫ୍ୟାନ୍ସଙ୍କ ଉତ୍ସାହ ଚରମ ସୀମାରେ ରହିଛି ।

ମାର୍ଚ୍ଚରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ

ଆଗାମୀ IPL 2024 ସିଜିନକୁ ନେଇ ଫ୍ୟାନ୍ସଙ୍କ ଉତ୍ସାହ ଚରମ ସୀମାରେ ରହିଛି । ଚଳିତ ବର୍ଷ ନିର୍ବାଚନ ଥିବାରୁ ଦୁଇଟି ପର୍ଯ୍ୟାୟରେ ଆପିଏଲ୍‌ ଖେଳ ସୂଚୀ ଘୋଷଣା କରାଯିବ । ମାର୍ଚ୍ଚ ଏପ୍ରିଲ ମଧ୍ୟରେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ । ଏହାରି ମଧ୍ୟରେ IPL 2024 ପ୍ରଥମ ପର୍ଯ୍ୟାୟ ଖେଳସୂଚୀ ଘୋଷଣା କରାଯାଇଛି ।

ମାର୍ଚ୍ଚ ୨୨ ତାରିଖରୁ ଆଇପିଏଲ ୨୦୨୪ ଆରମ୍ଭ ହେବ । ଏହାକୁ ନେଇ ଆଇପିଏଲ୍‌ ଚେୟାରମ୍ୟାନ ଅରୁଣ ସିଂହ ଧୁମଲ ସୂଚନା ପ୍ରଦାନ କରିଛନ୍ତି । IPL 2024ର ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପର କଙ୍ଗ୍‌ସ ମଧ୍ୟରେ ଖେଳାଯିବ । ନିର୍ବାଚନ ତାରିଖ ଘୋଷଣା ପରେ ଦ୍ବିତୀୟ ପର୍ଯ୍ୟାୟ IPL 2024 ଖେଳ ସୂଚୀ ଘୋଷଣା କରାଯିବ । ପ୍ରଥମ ମ୍ୟାଚ୍‌ ଚେନ୍ନାଇରେ ଖେଳାଯିବ । ପ୍ରଥମ ପର୍ଯ୍ୟାୟରେ କେବଳ ୨୧ ମ୍ୟାଚ୍‌ ପାଇଁ ଖେଳସୂଚୀ ପ୍ରକାଶ ପାଇଛି । ନିର୍ବାଚ ତାରିଖ ପରେ ଦ୍ବିତୀୟ ପର୍ଯ୍ୟାୟ ଖେଳସୂଚୀ ଘୋଷଣା କରାଯିବା ନେଇ ଅରୁଣ ସିଂହ ଧୁମଲ ସୂଚନା ଦିଆଯାଇଛି ।