ଆସନ୍ତୁ ଜାଣିବା ସ୍ୱପ୍ନରେ କାନ୍ଦିବା କେତେ ଶୁଭ ଓ କେତେ ଅଶୁଭ
ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତି ଶୋଇବା ପରେ ଯେକୌଣସି ସ୍ୱପ୍ନ ଦେଖିଥାଏ। ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ସ୍ୱପ୍ନର କିଛି ନା କିଛି ଅର୍ଥ ରହିଛି।

• ସ୍ୱପ୍ନରେ ନିଜକୁ ଏକାକି କାନ୍ଦୁଥିବା ଦେଖିଲେ, ଏହାର ଅର୍ଥ ଶୁଭ ବୋଲି କୁହାଯାଏ। ଏହି ସ୍ୱପ୍ନର ଅର୍ଥ ଜୀବନରେ କୌଣସି ବଡ ପରିବର୍ତ୍ତନ ହେବା ସହ ଆପଣଙ୍କ ଜୀବନରେ ଖୁସି ଓ ସୁଖସମୃଦ୍ଧି ଭରି ଯିବ।
• ଘର ଲୋକଙ୍କ ସହ ନିଜକୁ କାନ୍ଦୁଥିବାର ଦେଖିଲେ, ଏହାର ଅର୍ଥ ଆପଣଙ୍କ ପରିବାରରେ କେହି ନୂଆ ସଦସ୍ୟ ଆସିବା ସହ ଜମି କିଣିବାର ସୁଯୋଗ ମିଳିବ।
• ସ୍ୱପ୍ନରେ କୌଣସି ଶିଶୁକୁ କାନ୍ଦୁଥିବା ଦେଖିଲେ, ଏହାର ଅର୍ଥ ଜୀବନରେ କୌଣସି ସମସ୍ୟା ଆସିପାରେ। କିମ୍ବା ଧନହାନୀ ହେବାର ସମ୍ଭବନା ଥାଏ।
• ସ୍ୱପ୍ନରେ ଅନ୍ୟ ବ୍ୟକ୍ତିଙ୍କୁ କାନ୍ଦୁଥିବା ଦେଖିଲେ, ଏହାର ଅର୍ଥ ଯେଉଁ କଥା କିମ୍ବା କାମକୁ ନେଇ ଅନେକ ଦିନରୁ ଚିନ୍ତିତ ଥିଲେ, ସେଥିରୁ ମୁକ୍ତି ମିଳିବ। ସମସ୍ୟା ଦୂର ହେବ।