ବାଣପୁର ର ଶାଳିଆ କେନାଲ ରୁ ଜଣେ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର

ବାଣପୁର ମୁକ୍ତଦେଇ ପୁର ଶାଳିଆ କେନାଲ ରୁ ଜଣେ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର କାରଣ ଅସ୍ପଷ୍ଟ

ବାଣପୁର ର ଶାଳିଆ କେନାଲ ରୁ ଜଣେ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର

ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଆଉ ଏକ ଅଭାବନୀୟ ଘଟଣା। ଜଣେ ବୃଦ୍ଧଙ୍କ ମୃତ ଦେହ ଶାଳିଆ କେନାଲ ରେ ଭାସୁଥିବା ସମୟରେ ମୃତ ଦେହକୁ ଉଦ୍ଧାର କରିଛି ବାଣପୁର ପୋଲିସ।

ମୃତ ବୃଦ୍ଧ ଜଣଙ୍କ ହେଲେ ବାଣପୁର ମଙ୍ଗରାଜ ପୁର ଗ୍ରାମର ହିନ ଦେଇଙ୍କ ସ୍ବାମୀ ଶରତ ପାଣି (୫୯) ବର୍ଷ । ସୂଚନା ମୁତାବକ ଆଜି ଅପରାହ୍ନ ସମୟରେ ବାଣପୁର ମୁକ୍ତଦେଇ ପୁର ଶାଳିଆ କେନାଲ ରେ ଶରତଙ୍କ ମୃତ ଦେହ ଭାସୁଥିବା ର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ।

ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ବାଣପୁର ପୋଲିସ କୁ ଖବର ଦେବା ସହ ବାଣପୁର ଅଗ୍ନିଶମ ବାହିନୀ କି ଖବର ଦେଇଥିଲେ। ବାଣପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହିତ ମୃତ ବୃଦ୍ଧଙ୍କ ପରିବାର କୁ ଖବର ଦେଇଥିଲେ।

ପୋଲିସ ଶବ କୁ ଜବତ କରି ୧୦/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁକରି ତଦନ୍ତ ଜାରି ରଖି ଶବ ବେବଛେଦ ପାଇଁ ବାଣପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠେଇ ଦେଇଛି । ମୃତ ବୃଦ୍ଧ ଜଣଙ୍କ କିପରି କେନାଲ ପାଣି ମଧ୍ୟରେ ପଡ଼ିଲେ ଓ କାହିଁକି ତାଙ୍କର ମୃତ୍ୟା ଘଟିଲା ତାହା କାରଣ ଏବେ ଅସ୍ପଷ୍ଟ ଅଛି ।

ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ