ରାଜଭବନ ସମ୍ମୁଖରେ କଂଗ୍ରେସର ବଡ଼ ପ୍ରତିବାଦ

ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ରାଜଭବନ ସମ୍ମୁଖରେ ସିଲିଣ୍ଡରରେ ଗୋବର ଲଗାଇ କଂଗ୍ରେସର ପ୍ରତିବାଦ,  ହିଣ୍ଡେନ ବର୍ଗ ରିପୋର୍ଟରେ ପ୍ରଧାନମନ୍ତ୍ରୀ ମୋଦି ଓ ଆଦାନୀ ଲିଙ୍କ ନେଇ କଂଗ୍ରେସର ପ୍ରତିବାଦ ।

ରାଜଭବନ ସମ୍ମୁଖରେ କଂଗ୍ରେସର ବଡ଼ ପ୍ରତିବାଦ

ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ରାଜଭବନ ସମ୍ମୁଖରେ ସିଲିଣ୍ଡରରେ ଗୋବର ଲଗାଇ କଂଗ୍ରେସର ପ୍ରତିବାଦ

 ଦରଦାମ୍ ବୃଦ୍ଧି ପ୍ରସଙ୍ଗରେ ରାଜଭବନ ଆଗରେ କଂଗ୍ରେସର ଜୋରଦାର ପ୍ରତିବାଦ । ଆନ୍ଦୋଳନ ବେଳେ କଂଗ୍ରେସ କର୍ମୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । ଏପରିକି କଂଗ୍ରେସ କର୍ମୀ ମାନେ ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିବା ମଧ୍ୟ ଅଭିଯୋଗ ହୋଇଛି ।

 ହିଣ୍ଡେନ ବର୍ଗ ରିପୋର୍ଟରେ ପ୍ରଧାନମନ୍ତ୍ରୀ ମୋଦି ଓ ଆଦାନୀ ଲିଙ୍କ ନେଇ କଂଗ୍ରେସର ପ୍ରତିବାଦ ।

 ଆଦାନୀ ପ୍ରସଙ୍ଗ ଓ ଗ୍ୟାସ ଦର ବୃଦ୍ଧି ଏବଂ ଅନ୍ୟାନ୍ୟ ସାମଗ୍ରୀର ଦରବୃଦ୍ଧି ପ୍ରସଙ୍ଗରେ ରାଜଭବନ ଘେରାଉ କରିଛି ଓଡ଼ିଶା ପ୍ରଦେଶ କଂଗ୍ରେସ । ଗ୍ୟାସ ଟାଙ୍କିରେ ଗୋବର ଘଷି କଂଗ୍ରେସ ପ୍ରତିବାଦ କରିଛି  । ଏଥିରେ ପିସିସି ସଭାପତି ଓ ଅନ୍ୟାନ୍ୟ ବରିଷ୍ଠ କଂଗ୍ରେସ ନେତା ସାମିଲ ହୋଇ ଦରବୃଦ୍ଧି ବିରୋଧରେ ପ୍ରତିବାଦ କରିଛନ୍ତି । କଂଗ୍ରେସର ପ୍ରତିବାଦ ଦେଖି ୯ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ