ସାମ୍ବାଦିକ ଙ୍କୁ ଗିରଫ କରି ରାସ୍ତାରେ ଚଲାଇ ନେବା ଘଟଣା, ଏସପି ଙ୍କୁ ଭେଟିଲା ଭୁବନ ସାମ୍ବାଦିକ ସଂଘ

ଚାରିଆଡୁ ନିନ୍ଦା ନିନ୍ଦା ଆଉ ଖାଲି ନିନ୍ଦା ପ୍ରସ୍ତାବ ର ଶୁଆ ଛୁଟୁଛି , ହେଲେ ବେଲଜ୍ଜ୍ୟା ହୋଇ ଯାଇଛି ଜିଲ୍ଲା ପୋଲିସ

ସାମ୍ବାଦିକ ଙ୍କୁ ଗିରଫ କରି ରାସ୍ତାରେ ଚଲାଇ ନେବା ଘଟଣା, ଏସପି ଙ୍କୁ ଭେଟିଲା ଭୁବନ ସାମ୍ବାଦିକ ସଂଘ

ସାମ୍ବାଦିକ ଙ୍କୁ ଗିରଫ କରି ରାସ୍ତାରେ ଚଲାଇ ନେବା ଘଟଣା

ଏସପି ଙ୍କୁ ଭେଟିଲା ଭୁବନ ସାମ୍ବାଦିକ ସଂଘ

ଭୁବନ ୧୩.୩ – ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ଗ୍ରାମର କର୍ତବ୍ୟରତ ଯୁବ ସାମ୍ବାଦିକ ରବିନ ଦାସ ଙ୍କୁ ଗିରଫ କରି ମାନବିକ ଅଧିକାର କ୍ଷୁଣ୍ଣ କରି ରାସ୍ତାରେ ଚଲାଇ ଚଲାଇ ନେବା ଓ ଶତାଧୁକ ଲୋକଙ୍କ ସମ୍ମୁଖରେ ଫଟୋ ଉଠାଇବା ଘଟଣାରେ ଭୁବନ ସାମ୍ବାଦିକ ସଂଘ ଆଜି ଜିଲ୍ଲା ଆରକ୍ଷୀ ଅଧୂକ୍ଷକ ଙ୍କୁ ଭେଟି ନ୍ୟାୟ ମାଗିଥଲା । ଭୁବନ ସାମ୍ବାଦିକ ସଂଘ ସଭାପତି ମଧୁପ ରଂଜନ ନନ୍ଦ ଙ୍କ ନେତୃତ୍ବ ରେ ସମସ୍ତ କର୍ମକର୍ତା ଙ୍କ ସମେତ ଗନ୍ଦିଆ ମିଳିତ ସାମ୍ବାଦିକ ସଂଘ, ଗଁନ୍ଦିଆ ଡିଜିଟାଲ ମିଡିଆ ଆସୋସିଏସନ ର କର୍ମକର୍ତା ମାନେ ଗଁନ୍ଦିଆ ବ୍ଳକରେ ହେଉଥବା ମିଳିତ ଜନଶୁଣାଣି ଶିବିର ରେ ପହଁଚି ଏସପି ଜ୍ଞାନ ରଂଜନ ମହାପାତ୍ର ଙ୍କୁ ଭେଟି ଅଭିଯୋଗ କରିଥିଲେ । ଏସପି ଶ୍ରୀଯୁକ୍ତ ମହାପାତ୍ର ସାମ୍ବାଦିକଙ୍କୁ ଗିରଫ କରି ରାସ୍ତାରେ ଚଲାଇ ଚଲାଇ ନେବା ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଉପଯୁକ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଜିଲ୍ଲାପାଳ ସରୋଜ କୁମାର ସେଠୀ ମଧ୍ୟ ଏହି ବିଷୟରେ ଅବଗତ ଅଛନ୍ତି, ସେ ଏସପି ଙ୍କ ସହ ଆଲୋଚନା କରି ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ ।

 

ସାମ୍ବାଦିକଙ୍କୁ ଗିରଫ କରି ରାସ୍ତାରେ ଚଲାଇ ନେବା ଘଟଣାରେ ବିଭିନ୍ନ ମହଲରେ ନିନ୍ଦା

ଭୁବନ ୧୩.୩- ଜଣେ କର୍ତବ୍ୟରତ ସାମ୍ବାଦିକ ଙ୍କୁ ମିଥ୍ୟା ମାମଲାରେ ଫସାଇ ସ୍ପଷ୍ଟ ଦିବାଲୋକରେ ଗିରଫ କରି ରାସ୍ତାରେ ଚଲାଇ ଚଲାଇ ନେବା ଓ ଫଟୋ ଉଠାଇବା ଘଟଣାରେ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି । ବୁଦ୍ଧିଜୀବୀ ଓ ଚିନ୍ତାଶୀଳ ବ୍ୟକ୍ତିମାନେ ଏହି ଘଟଣାରେ ପୋଲିସକୁ ଦୋଷାରୋପ କରି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ର କଣ୍ଠରୋଧ ଉଦ୍ୟମ ଆଦୌ ଶୁଭଙ୍କର ନୁହେଁ ବୋଲି ମତବ୍ୟକ୍ତ କରୁଛନ୍ତି । ଏହା ସହିତ ସୋସିଆଲ ମିଡିଆରେ ଶତାଧିକ ବ୍ୟକ୍ତି ନିଜର ଅଭିମତ ପ୍ରକାଶ କରୁଛନ୍ତି । ଢେଙ୍କାନାଳ ର ପୂର୍ବତନ ବିଧାୟକ ନବୀନ ନନ୍ଦ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ଯେ, ଏଭଳି ସମ୍ବାଦରେ ମୁଁ ଅତ୍ୟନ୍ତ ମର୍ମାହତ । ଯେଉଁ ରାଜ୍ୟରେ ଗଣତନ୍ତ୍ର ଭୂଷୁଡି ପଡିଛି, ସେଠି ପ୍ରଶାସନିକ ଅଧିକାରୀ ଙ୍କ ଠାରୁ ନ୍ୟାୟ ଆଶା କରିବା ବୃଥା । ଏଭଳି ସ୍ଥିତିରେ ନ୍ୟାୟ ପାଳିକା ଏକମାତ୍ର ଭରସା । ସଂଗ୍ରାମ ଜାରି ରହୁ, ମୋର ସମର୍ଥନ ଜାରି ରହିବ ବୋଲି ଶ୍ରୀଯୁକ୍ତ ନନ୍ଦ ମତବ୍ୟକ୍ତ କରିଛନ୍ତି । ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ) ଓଡ଼ିଶା, ସଭାପତି ଶ୍ରୀଯୁକ୍ତ କୈଳାସ ନାୟକ ଏହି ଘଟଣାରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହିତ ଭୁବନ ଥାନାଧୁକାରୀ ଲକ୍ଷ୍ମଣରେଖା ଅତିକ୍ରମ କରି କ୍ଷମତାର ଦୁରୁପଯୋଗ କରି ଜଣେ ସାମ୍ବାଦିକ ଙ୍କୁ କୁଖ୍ୟାତ ଅପରାଧ / ଆତଙ୍କବାଦୀ କୁ ଧରିବା ଭଳି ବଜାର ରେ ଗିରଫ କରି ଚଲାଇ ଚଲାଇ ନେବା ଅତ୍ୟନ୍ତ ନିନ୍ଦନୀୟ । ସବୁ ସାମ୍ବାଦିକ ଙ୍କ ପାଇଁ ଏହା ଥିବାରୁ ଏଭଳି ଘଟଣା ଘଟୁଛି ବୋଲି ସମସ୍ତେ ମତ ଦେଇଥିବା ବେଳେ ଏହା ଏକ ଘୋର ଲଜ୍ଜା ଜନକ ଘଟଣା ବୋଲି ମତ୍ତ ଦେଇଛନ୍ତି । ତେବେ ସାମ୍ବାଦିକ ମାନେ ଅସଂଗଠିତ ହୋଇ ରହିବା ଓ ରାଜ୍ଯରେ ଏକାଧିକ ସଂଘ ଥିବା ବେଳେ ଏପେରି ଏକ ସମ୍ବେଦନଶୀଳ ଘଟଣା ରେ ମୁହଁ ନ ଖୋଲିବା ଏକ ହାସ୍ୟାସ୍ପଦ ଚିନ୍ତନ ବୋଲି ଅନେକ ବରିଷ୍ଠ ସାମ୍ବାଦିକ ମତ୍ତ ଦେଇଛନ୍ତି , ତେବେ ଏ ସଂପର୍କରେ ଯଦି ଜିଲ୍ଲା ପୋଲିସ କୌଣସି କର୍ଜୟାନୁଷ୍ଠାନ ଗ୍ରହଣ ନ କରେ ତେବେ ସାମ୍ବାଦିକ ସଂଘ ପୋଲିସ ଡିଜି ଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି । ବରିଷ୍ଠ ସାମ୍ବାଦିକ ,ଆଇନଜୀବୀ ତଥା ମାନବାଧିକାର କର୍ମୀ ସୁନାକର ଦାସ ଗଭୀର ଉଦବେଗ ପ୍ରକାଶ କରି ଆଇନ ର ସୀମା ଲଂଘନ କରିଛନ୍ତି ଭୁବନ ଥାନାଧୁକାରୀ ସୌଭାଗ୍ୟ କୁମାର ସାଇଁ । ଆଇନ ର ରକ୍ଷାକାରୀ ହୋଇ ସେ ଆଇନ ଭଙ୍ଗ କରିଛନ୍ତି । ସେ ଅପରାଧ କରିଛନ୍ତି,ତେଣୁ ତାଙ୍କୁ ଦଣ୍ଡ ମିଳିବା ଉଚିତ । ଡିଜି ପୋଲିସ ଅଭିଯୁକ୍ତ ଥାନାଧୁକାରୀ ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀଯୁକ୍ତ ଦାସ ଦାବି କରିଛନ୍ତି । ଅନୁରୂପ ଭାବେ ବରିଷ୍ଠ ନାରୀନେତ୍ରୀ ତଥା କଳିଙ୍ଗ ସେଚ୍ଛାସେବୀ ସଂଗଠନ ସଭାନେତ୍ରୀ ଶ୍ରୀମତୀ ସବିତା ପୃଷ୍ଟି ବହୁ ବେଆଇନ କାର୍ଯ୍ୟରେ ଲିପ୍ତଥିବା ଭୁବନ ଥାନାଧୁକାରୀଙ୍କ ନାମରେ ମାମଲା ରୁଜ୍ଜୁ ସହିତ ଚାକିରିରୁ ନିଲମ୍ବନ ଦାବି କରିଛନ୍ତି ।