ବିଧାନସଭାରେ ୬ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ

ବିଧାନସଭାରେ ପାରିତ ହେଲା ଗୁରୁତ୍ୱପୂର୍ଣ୍ଣ ୬ଟି ବିଲ୍ । ଓଡ଼ିଶା ଆପାର୍ଟମେଂଟ ମାଲିକାନା ବିଲ୍, ପଦ ଓ ସେବା ସଂରକ୍ଷଣ ବିଲ୍ ପାସ୍

ବିଧାନସଭାରେ ୬ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ

ବିଧାନସଭାରେ ପାରିତ ହେଲା ଗୁରୁତ୍ୱପୂର୍ଣ୍ଣ ୬ଟି ବିଲ୍ । ଓଡ଼ିଶା ଆପାର୍ଟମେଂଟ ମାଲିକାନା ବିଲ୍, ପଦ ଓ ସେବା ସଂରକ୍ଷଣ ବିଲ୍ ପାସ୍ । ଓଡ଼ିଶା ଚକବନ୍ଦୀ ବିଲ୍, ଓଡ଼ିଶା ଓବିସି କମିଶନ ସଂଶୋଧନ ବିଲ୍? ପାସ୍ । ଦ୍ରବ୍ୟ ଓ ସେବା କର ଏବଂ ପୌର ବିଧି ସଂଶୋଧନ ବିଲ୍ପା ରିତ । ପୂର୍ବରୁ ଥିବା ଓଡ଼ିଶା ଆପାର୍ଟମେଂଟ ମାଲିକାନା ଅଧିନୟମ, ୧୯୮୨ ଓ ଓଡ଼ିଶା ଆପାର୍ଟମେଂଟ? ମାଲିକାନା ନିୟମ, ୧୯୯୨ ଆଉ କାମ କରିବ ନାହିଁ । ଏହି ନୂଆ ଆଇନ୍ପ୍ର ଣୀତ ହେବା ଦ୍ୱାରା ଫ୍ଲାଟ୍ମା ଲିକ ସଂଘ ନାମରେ ଆପାର୍ଟମେଂଟ୍?ର ସାଧାରଣ ସ୍ଥାନ , ଖେଳ ପଡ଼ିଆ ଆଦି ପଞ୍ଜୀକୃତ ହେବ । ଓଡିଶା ଆପାର୍ଟମେଂଟ ବିଲ୍୨୦୨୩ରେ ରହିଛି ଏସବୁ ବ୍ୟବସ୍ଥା. ।

୧. ଆପାର୍ଟମେଂଟର ସାଧାରଣ ସ୍ଥାନର ବ୍ୟବହାରକୁ ନିୟନ୍ତ୍ରଣ କରିବ ମାଲିକ ସଂଘ ।

୨. ଆପାର୍ଟମେଂଟର ସାଧାରଣ ବ୍ୟୟ ନିମନ୍ତେ ଆବଂଟନଗ୍ରାହୀଙ୍କ ଏକ ସଂଘ ପାଣ୍ଠି ସୃଷ୍ଟି କରିବା ।

୩. ରିଅଲ୍ ଇଷ୍ଟେଟ୍ (ନିୟମାବଳୀ ଏବଂ ବିକାଶ) ଅଧିନିୟମର ବ୍ୟବସ୍ଥା ଅନୁରୁପ ଆବଂଟନଗ୍ରାହୀମାନଙ୍କ

ସଂଘ ନାମରେ ସାଧାରଣ କ୍ଷେତ୍ରର ପଞ୍ଜୀକରଣ ସମ୍ବନ୍ଧୀୟ ଆବଶ୍ୟକୀୟବ୍ୟବସ୍ଥା ସୃଷ୍ଟି କରିବା ।

୪. ଆବଂଟନଗ୍ରାହୀମାନଙ୍କ ସଂଘକୁ ଦକ୍ଷ ପ୍ରାଧୀକରଣଙ୍କ ନିକଟରେ ପଞ୍ଜୀକରଣ କରି ଏହାର ପରିଚାଳନା ନିମନ୍ତେ ବିଭିନ୍ନ ସର୍ତାବଳୀ ପାଇଁ ଉପ-ବିଧି ଦ୍ୱାରା ଏକକ ବ୍ୟବସ୍ଥା କରିବା ।

୫. ପୃଷ୍ଠପୋଷକମାନଙ୍କର ଦାୟିତ୍ୱକୁସ୍ପଷ୍ଟ ଭାବରେ ନିର୍ଦ୍ଧାରଣ କରିବା ।

୬. ପ୍ରତ୍ୟେକ ଆପାର୍ଟମେଂଟ ନିର୍ମାତା ଓ ଆପାର୍ଟମେଂଟ ମାଲିକମାନଙ୍କ ସଂଘ ସହିତ ସମ୍ପର୍କ ଏବଂ ତତସଲଗ୍ନ ଅଧିକାର ଏବଂ ଦାୟିତ୍ୱକୁ ନିର୍ଦ୍ଧାରିତ କରିବା ।

୭. ଆପାର୍ଟମେଂଟ ମାଲିକ ମାନଙ୍କର ସଂଘ ଗଠନ ପାଇଁ ବ୍ୟବସ୍ଥା କରିବା ।

୮. ଆପାର୍ଟମେଂଟର ବୀମା ଏବଂ ଏହାର ନିର୍ମାଣ ଜନିତ ସ୍ଥିରତା ନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରିବା ।

୯. ଆପାର୍ଟମେଂଟ ମାଲିକଙ୍କ ସ୍ୱାର୍ଥକୁ ଉପଯୁକ୍ତ ଭାବେ ସୁରକ୍ଷା ଯୋଗାଇବା ପାଇଁ ଅଧିନିୟମ, ନିୟମ ଏବଂ ନିୟମାବଳୀକୁ ମାନି କାର୍ଯ୍ୟ କରିବା ପାଇଁ ବ୍ୟବସ୍ଥା କରିବା ।