ପାରାଦୀପ ଥାନା ରେ ୧୧ ସନ୍ଦିଗ୍ଧ ଅଟକ
କାଗଜ ପତ୍ର ଯାଞ୍ଚ୍ ସହ ଚାଲିଛି ପଚରା ଉଚରା , ବାଂଲାଦେଶୀ ଓ ବାଂଲାଭାଷୀ ନେଇ ଦ୍ବନ୍ଦ

ପାରାଦୀପ ଥାନାରେ ଆଜି ୧୧ଜଣ ସନ୍ଦିଗ୍ଧ ଙ୍କୁ ଅଟକ ରଖାଯାଇଛି। ଏହି ୧୧ଜଣ ପାରାଦୀପ ବାଲିପ୍ଲଟ୍ ରୁ ଠାବ ହୋଇଛନ୍ତି । କ୍ରୀଷ୍ଣପଦ ମଣ୍ଡଳ ନାମକ ଜୈନିକ ବ୍ୟକ୍ତି ପଶ୍ଚିମବଙ୍ଗର ସୁନ୍ଦରବନ ଅଞ୍ଚଳରୁ ଏହି ୧୧ଜଣ ବ୍ୟକ୍ତି ଙ୍କୁ ଆଣିଥିଲେ । ତେବେ ଏମାନଙ୍କ ଚାଲି ଚଳଣ ଓ ବେଶଭୂଷା ନେଇ ସନ୍ଦେହ ପ୍ରକାଶ ପାଇବାରୁ ଖବର ପାଇ ବାଲି ପ୍ଲଟ୍ ରେ ପାରାଦୀପ ପୋଲିସ୍ ପହଞ୍ଚି ସେମାନଙ୍କୁ ଥାନାକୁ ଆଣି ଯାଞ୍ଚ୍ କରୁଛି। ତେବେ ବାଂଲାଦେଶୀ ଓ ବାଂଲାଭାଷୀ ନେଇ ସନ୍ଦେହ ଉପୁଜିବା ରୁ ସେନେଇ ଅଧିକ ଖୋଳତାଡ ଚାଲିଛି।
ତେବେ ଏମାନେ ବାଂଲାଦେଶୀ ନୁହେଁ କାମ କରିବାକୁ ପାରାଦୀପ ଆସିଛନ୍ତି ବୋଲି ଯାହା ସୁଚନା ମିଳିଛି ।